ବିଜୟ ସହ IPL 2025ରେ ଅଭିଯାନ ଶେଷ କଲା ରାଜସ୍ଥାନ, ଚେନ୍ନାଇର ୧୦ମ ପରାଜୟ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ନିଜର ଶେଷ ମ୍ୟାଚ୍ ଜିତି ଅଭିଯାନ ଶେଷ କରିଛି ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ର ୬୩ତମ ମ୍ୟାଚ୍‌ରେ ରାଜସ୍ଥାନ ୬ ଓ୍ଵିକେଟ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ୍ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଜବାବରେ ରାଜସ୍ଥାନ ୧୭.୧ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜରେ ମ୍ୟାଚ୍‌କୁ ଜିତି ନେଇଛି। ବୈଭବ ସୂର୍ଯ୍ୟବଂଶୀ ୫୭ ରନର ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟପଟେ ଚେନ୍ନାଇ ସିଜିନର ୧୦ମ ପରାଜୟ ଭୋଗିଛି।୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ୩୭ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏଥିରୁ ଜୟସ୍ଵାଲ ୩୬ ରନ କରିଥିଲେ। ଏହା ପରେ ବୈଭବ ସୂର୍ଯ୍ୟବଂଶୀ ଓ ଅଧିନାୟକ ସଞ୍ଜୁ ସାମସନ ଦମଦାର ବ୍ୟାଟିଂ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଦ୍ଵିତୀୟ ଓ୍ଵିକେଟ୍‌ରେ ଦୁଇ ବ୍ୟାଟର ୯୮ ରନ ଯୋଡ଼ି ଦଳର ସ୍କୋର ୧୩୫ ରନରେ ପହଞ୍ଚାଇଥିଲେ। ସଞ୍ଜୁ ସାମସନ ୪୧ ରନ କରି ଆଉଟ୍ ହୋଇଥିଲେ। ବୈଭବ ଆଜିର ମ୍ୟାଚ୍‌ରେ ବେଶ ଆକର୍ଷଣୀୟ ବ୍ୟାଟିଂ କରି ୩୩ ବଲ୍‌ରୁ ୪ ଚୌକା ଓ ୪ ଛକା ସହ ୫୭ ରନର ଇନିଂସ ଖେଳିଛନ୍ତି। ଧ୍ରୁବ ଜୁରେଲ ୧୨ ବଲ୍‌ରୁ ବିସ୍ଫୋରକ ୩୧ ରନ  କରି ଦଳକୁ ସହଜ ବିଜୟ ଦେଇଛନ୍ତି। ସିମରନ ହେଟମାୟର ୧୨ ରନ କରି ଅପରାଜିତ ଥିଲେ। ଚେନ୍ନାଇ ଇନିଂସଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଆରମ୍ଭ ନୈରାଶ୍ୟ

ବିଜୟ ସହ IPL 2025ରେ ଅଭିଯାନ ଶେଷ କଲା ରାଜସ୍ଥାନ, ଚେନ୍ନାଇର ୧୦ମ ପରାଜୟ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ନିଜର ଶେଷ ମ୍ୟାଚ୍ ଜିତି ଅଭିଯାନ ଶେଷ କରିଛି ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ର ୬୩ତମ ମ୍ୟାଚ୍‌ରେ ରାଜସ୍ଥାନ ୬ ଓ୍ଵିକେଟ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ୍ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଜବାବରେ ରାଜସ୍ଥାନ ୧୭.୧ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜରେ ମ୍ୟାଚ୍‌କୁ ଜିତି ନେଇଛି। ବୈଭବ ସୂର୍ଯ୍ୟବଂଶୀ ୫୭ ରନର ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟପଟେ ଚେନ୍ନାଇ ସିଜିନର ୧୦ମ ପରାଜୟ ଭୋଗିଛି।

୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ୩୭ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏଥିରୁ ଜୟସ୍ଵାଲ ୩୬ ରନ କରିଥିଲେ। ଏହା ପରେ ବୈଭବ ସୂର୍ଯ୍ୟବଂଶୀ ଓ ଅଧିନାୟକ ସଞ୍ଜୁ ସାମସନ ଦମଦାର ବ୍ୟାଟିଂ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଦ୍ଵିତୀୟ ଓ୍ଵିକେଟ୍‌ରେ ଦୁଇ ବ୍ୟାଟର ୯୮ ରନ ଯୋଡ଼ି ଦଳର ସ୍କୋର ୧୩୫ ରନରେ ପହଞ୍ଚାଇଥିଲେ। ସଞ୍ଜୁ ସାମସନ ୪୧ ରନ କରି ଆଉଟ୍ ହୋଇଥିଲେ। ବୈଭବ ଆଜିର ମ୍ୟାଚ୍‌ରେ ବେଶ ଆକର୍ଷଣୀୟ ବ୍ୟାଟିଂ କରି ୩୩ ବଲ୍‌ରୁ ୪ ଚୌକା ଓ ୪ ଛକା ସହ ୫୭ ରନର ଇନିଂସ ଖେଳିଛନ୍ତି। ଧ୍ରୁବ ଜୁରେଲ ୧୨ ବଲ୍‌ରୁ ବିସ୍ଫୋରକ ୩୧ ରନ  କରି ଦଳକୁ ସହଜ ବିଜୟ ଦେଇଛନ୍ତି। ସିମରନ ହେଟମାୟର ୧୨ ରନ କରି ଅପରାଜିତ ଥିଲେ। 

ଚେନ୍ନାଇ ଇନିଂସ

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୧୨ ରନ ସ୍କୋରରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଡେଭନ କନଓ୍ଵେ(୧୦) ଓ ଉର୍ଭିଲ ପଟେଲ(୦) ନିରାଶ କରିଥିଲେ। ଏହା ପରେ ଆୟୂଷ ମହାତ୍ରେ ଓ ରବିଚନ୍ଦ୍ରନ ଅଶ୍ଵିନ ୩ୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ମହାତ୍ରେ ବିସ୍ଫୋରକ ବ୍ୟାଟିଂ କରି ୨୦ ବଲରୁ ୮ ଚୌକା ଓ ୧ ଛକା ସହ ୪୩ ରନ କରିଥିଲେ। ଅଶ୍ଵିନ ୧୩ ରନ ଓ ରବୀନ୍ଦ୍ର ଜାଡେଜା ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ।

୭୮ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଚେନ୍ନାଇକୁ ନିମ୍ନମଧ୍ୟ କ୍ରମରେ ସମ୍ଭାଳିଥିଲେ ଡେଓ୍ଵର୍ଡ ବ୍ରେଭିସ ଓ ଶିବମୁ ଦୁବେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଷଷ୍ଠ ଓ୍ଵିକେଟ୍‌ ଭାଗିଦାରୀରେ ୫୯ ରନ ଯୋଡ଼ି ଦଳର ସ୍କୋରକୁ ୧୩୭ ରନରେ ପହଞ୍ଚାଇଥିଲେ। ବ୍ରେଭିସ ୨୫ ବଲରୁ ୪୨ ରନ କରି ପାଭିଲିୟନ ଫେରିଥିଲେ। ତେବେ କ୍ରିଜରେ ଥିବା ଦୁବେ ୩୯ ରନ କରିଥିଲେ ହେଁ ୩୨ ବଲ୍ ଖେଳିଥିଲେ। ଶେଷ ଆଡ଼କୁ ଧୋନୀ ୧୭ ବଲରୁ କେବଳ ୧୬ ରନ କରିବାକୁ ଚେନ୍ନାଇର ସ୍କୋର ୧୮୭ ରନରେ ସୀମିତ ରହିଥିଲା।

ବୋଲିଂରେ ରାଜସ୍ଥାନ ପକ୍ଷରୁ ଆକାଘ ମଧଓ୍ଵାଲ ୪ ଓଭରରେ ୨୯ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଯୁଦ୍ଧବୀର ସିଂ ୩ ଓ୍ଵିକେଟ୍ ନେଇଥିଲେ ହେଁ ୪୭ ରନ ବ୍ୟୟ କରିଛନ୍ତି।