ଓଡ଼ିଶାରେ କିଏ ଗଢିବ ସରକାର? ଆସିଲା ଏକ୍ଜିଟ୍ ପୋଲ୍
ଭୁବନେଶ୍ୱର,୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ଆସନ୍ତା ୪ରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହାପର୍ବୂରୁ ବିଭିନ୍ନ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶାରେ ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ଅଧିକ ସଂଖ୍ୟାରେ ଆସନ ହାତେଇବ ବୋଲି ଅନୁମାନ କରାଯାଉଛି। ସେହିପରି ବିଧାନସଭାରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଇଣ୍ଡିଆ […] The post ଓଡ଼ିଶାରେ କିଏ ଗଢିବ ସରକାର? ଆସିଲା ଏକ୍ଜିଟ୍ ପୋଲ୍ appeared first on Dharitri Odia News.
ଭୁବନେଶ୍ୱର,୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ଆସନ୍ତା ୪ରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହାପର୍ବୂରୁ ବିଭିନ୍ନ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶାରେ ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ଅଧିକ ସଂଖ୍ୟାରେ ଆସନ ହାତେଇବ ବୋଲି ଅନୁମାନ କରାଯାଉଛି। ସେହିପରି ବିଧାନସଭାରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଇଣ୍ଡିଆ ଟୁଡେ ଆକ୍ସିସ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଓଡ଼ିଶା ବିଧାନସଭାରେ ଭାଜପା ୬୨-୮୦ ଆସନ ହାତେଇବାକୁ ଯାଉଛି। ବିଜେଡି ୬୨-୮୦ ଆସନ ମଧ୍ୟରେ ସୀମିତ ରହିବ। କଂଗ୍ରେସ ମାତ୍ର ୫ରୁ ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଏକ୍ଜିଟ୍ ପୋଲ୍ରେ କୁହାଯାଉଛି। ବିଜେଡି ଏବଂ ଭାଜପାର ଭୋଟ ପ୍ରତିଶତ ଯଥାକ୍ରମେ ୪୨ ଏବଂ ୪୨ ପ୍ରତିଶତ ରହିବାକୁ ଥିବାବେଳେ କଂଗ୍ରେସର ମାତ୍ର ୧୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି।
The post ଓଡ଼ିଶାରେ କିଏ ଗଢିବ ସରକାର? ଆସିଲା ଏକ୍ଜିଟ୍ ପୋଲ୍ appeared first on Dharitri Odia News.