ଆଦାନୀଠୁ ବେଶି ଚିନ୍ତାରେ ନିବେଶକ, LICର ଘାଟା ବେଶି!

ନୂଆଦିଲ୍ଲୀ ୨୧।୧୧: ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ଅଭିଯୋଗ ଓ ୱାରେଣ୍ଟ  ଆଉ ଭାରତରେ ତାର ଜବରଦସ୍ତ ରିଆକ୍ସନ।  ସେୟାର ବଜାରରେ ଜୋରଦଦାର କମ୍ପନ ।  ଆଦାନୀଙ୍କ ମାଲିକାନାରେ ଥିବା କମ୍ପାନୀ ସମୂହର ସେୟାର କ୍ରାସ । ମାନେ ସେୟାର ମୂଲ୍ୟରେ ବଡ଼ଧରଣର ହ୍ରାସ । ଗୋଟିଏ ଦିନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଲସ୍‌ । ଏହି କାରଣରୁ ଆଦାନୀଙ୍କ ଷ୍ଟକ୍ସରେ ପଇସା ଲଗାଇଥିବା ନିବେଶକଙ୍କ ସମ୍ପତ୍ତିକୁ ବି ଏହି ନିଆଁ ଗ୍ରାସିଛି। ନିବେଶକଙ୍କ ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ମଧ୍ୟ ଅଛନ୍ତି। ଏଲଆଇସିର ପଇସା ଆଦାନୀ ସମୂହର ୭ଟି କମ୍ପାନୀରେ ଲାଗିଛି। ହିସାବରୁ କୁହାଯାଉଛି ଆଦାନୀର ବିଭିନ୍ନ କମ୍ପାନୀରେ ଏଲଆଇସିର ୧୨୦୦୦ କୋଟି ଟଙ୍କା ନିବେଶ ରହିଛି। ଆଦାନୀ ସମୂହ ଉପରେ ହୋଇଥିବା ଲାଞ୍ଚ ଅଭିଯୋଗ ପରେ ଗ୍ରୁପର କମ୍ପାନୀମାନଙ୍କ ସେୟାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇଛି। ଆଦାନୀ ଷ୍ଟକରେ ହ୍ରାସ ପରେ ଆଦାନୀ ପୋର୍ଟସରେ ନିବେଶ କାରଣରୁ ଏଲ୍‌ଆଇସିର ଘାଟା ଅଧିକ ହୋଇପାରେ। ଆଦାନୀ ପୋର୍ଟସର ସେୟାର ମୂଲ୍ୟ ହ୍ରାସ ଯୋଗୁ ଏଲଆଇସିର କ୍ଷତି ଆଶଙ୍କା କରାଯାଉଛି।  ଏଲଆଇସିର କ୍ଷତି କେବଳ ଏତିକିରେ ସୀମିତ ନାହିଁ, ଆଦାନୀ ଏଣ୍ଟରପ୍ରାଇଜେସ, ଅମ୍ବୁଜା ସିମେଣ୍ଟ, ଆଦାନୀ ଟୋଟାଲ ଗ୍ୟାସ୍, ଆଦାନୀ ଏନର୍ଜୀ ସଲ୍ୟୁସନସ, ଆଦାନୀ ଗ୍ରୀନ ଏନର୍ଜୀ ଓ ଏସିସିରେ ମଧ୍ୟ ଏଲଆଇସିର ପୁଞ୍ଜି ନିବେଶ ଥିଲା। ଏଣୁ ସେୟାର ମୂଲ୍ୟ ହ୍ରାସ କାରଣରୁ

ଆଦାନୀଠୁ ବେଶି ଚିନ୍ତାରେ ନିବେଶକ, LICର ଘାଟା ବେଶି!

ନୂଆଦିଲ୍ଲୀ ୨୧।୧୧: ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ଅଭିଯୋଗ ଓ ୱାରେଣ୍ଟ  ଆଉ ଭାରତରେ ତାର ଜବରଦସ୍ତ ରିଆକ୍ସନ।  ସେୟାର ବଜାରରେ ଜୋରଦଦାର କମ୍ପନ ।  ଆଦାନୀଙ୍କ ମାଲିକାନାରେ ଥିବା କମ୍ପାନୀ ସମୂହର ସେୟାର କ୍ରାସ । ମାନେ ସେୟାର ମୂଲ୍ୟରେ ବଡ଼ଧରଣର ହ୍ରାସ । ଗୋଟିଏ ଦିନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଲସ୍‌ । ଏହି କାରଣରୁ ଆଦାନୀଙ୍କ ଷ୍ଟକ୍ସରେ ପଇସା ଲଗାଇଥିବା ନିବେଶକଙ୍କ ସମ୍ପତ୍ତିକୁ ବି ଏହି ନିଆଁ ଗ୍ରାସିଛି। ନିବେଶକଙ୍କ ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ମଧ୍ୟ ଅଛନ୍ତି। ଏଲଆଇସିର ପଇସା ଆଦାନୀ ସମୂହର ୭ଟି କମ୍ପାନୀରେ ଲାଗିଛି। ହିସାବରୁ କୁହାଯାଉଛି ଆଦାନୀର ବିଭିନ୍ନ କମ୍ପାନୀରେ ଏଲଆଇସିର ୧୨୦୦୦ କୋଟି ଟଙ୍କା ନିବେଶ ରହିଛି। 

ଆଦାନୀ ସମୂହ ଉପରେ ହୋଇଥିବା ଲାଞ୍ଚ ଅଭିଯୋଗ ପରେ ଗ୍ରୁପର କମ୍ପାନୀମାନଙ୍କ ସେୟାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇଛି। ଆଦାନୀ ଷ୍ଟକରେ ହ୍ରାସ ପରେ ଆଦାନୀ ପୋର୍ଟସରେ ନିବେଶ କାରଣରୁ ଏଲ୍‌ଆଇସିର ଘାଟା ଅଧିକ ହୋଇପାରେ। ଆଦାନୀ ପୋର୍ଟସର ସେୟାର ମୂଲ୍ୟ ହ୍ରାସ ଯୋଗୁ ଏଲଆଇସିର କ୍ଷତି ଆଶଙ୍କା କରାଯାଉଛି।  ଏଲଆଇସିର କ୍ଷତି କେବଳ ଏତିକିରେ ସୀମିତ ନାହିଁ, ଆଦାନୀ ଏଣ୍ଟରପ୍ରାଇଜେସ, ଅମ୍ବୁଜା ସିମେଣ୍ଟ, ଆଦାନୀ ଟୋଟାଲ ଗ୍ୟାସ୍, ଆଦାନୀ ଏନର୍ଜୀ ସଲ୍ୟୁସନସ, ଆଦାନୀ ଗ୍ରୀନ ଏନର୍ଜୀ ଓ ଏସିସିରେ ମଧ୍ୟ ଏଲଆଇସିର ପୁଞ୍ଜି ନିବେଶ ଥିଲା। ଏଣୁ ସେୟାର ମୂଲ୍ୟ ହ୍ରାସ କାରଣରୁ ଏଲଆଇସିର ବିପୁଳ କ୍ଷତି ଆଶଙ୍କା କରାଯାଉଛି। 

ଆଦାନୀଙ୍କ ବିରୋଧରେ ଆମେରିକାର ଆସିଛି ଲାଞ୍ଚ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଆମେରିକା ଜଷ୍ଟିସ୍ ଡିପାର୍ଟମେଣ୍ଟ ଅନ୍ତର୍ଗତ ଅପରାଧିକ ଉପ ବିଭାଗ ଡେପୁଟି ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଲିସା ଏଚ.ମିଲର । ଭାରତର ନମ୍ବର ଦୁଇ ଧନୀ ଆଦାନୀ ସୋଲାର ଏନର୍ଜୀ କ୍ଷେତ୍ରରେ ଏକ ଠିକା କାମ ଲାଗି ୨୫ କୋଟି ଡଲାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଏକ ଔପଚାରିକ ଲିଖିତ ଅଭିଯୋଗପତ୍ର ଦାଖଲ ହୋଇଥିବା ବେଳେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ତେବେ ଆଦାନୀ ସମୂହ ଏହାକୁ ଭିତ୍ତିହୀନ ଓ କପୋଳ କଳ୍ପିତ ଅଭିଯୋଗ କହୁଥିବା ବେଳେ ଏ ନେଇ ଯଥାସମ୍ଭବ ଆଇନଗତ ବିକଳ୍ପ ନିଆଯିବ ବୋଲି କହୁଛି।