ପୁରୀ ରଥ ଖଳାକୁ ଗଲା ଆଉ ୩୬ ଖଣ୍ଡ କାଠ
ଭଞ୍ଜନଗର,୧୨ା୫(ବାବୁଲା ପ୍ରଧାନ): ବିଶ୍ବପ୍ରସିଦ୍ଧ ପୁରୀ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ମଧ୍ୟରୁ ଗଞ୍ଜାମ ଜଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରୁ ହିଁ ୧୭୪ ଖଣ୍ଡ କାଠ ରଥ ଖଳାକୁ ଯିବ। ପ୍ରଥମ ପର୍ଯ୍ୟାୟରେ ୬ ତାରିଖରେ ତାରସିଂ ରେଞ୍ଜରୁ ୨୩ ଖଣ୍ଡ କାଠ ରଥଖଳାକୁ ଯାଇଥିବା ବେଳେ ସୋମବାର ଆଉ ୩୬ ଖଣ୍ଡ ଧଉରା କାଠ ଗଣ୍ଡି ମୁଜାଗଡ଼ ରେଞ୍ଜ ବାଇବାଲି ନିକଟ ତଡମାରୁ ଯାଇଛି। ଏନେଇ ସାରେ ରଥକାଠ […] The post ପୁରୀ ରଥ ଖଳାକୁ ଗଲା ଆଉ ୩୬ ଖଣ୍ଡ କାଠ appeared first on Dharitri Odia News.
ଭଞ୍ଜନଗର,୧୨ା୫(ବାବୁଲା ପ୍ରଧାନ): ବିଶ୍ବପ୍ରସିଦ୍ଧ ପୁରୀ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ମଧ୍ୟରୁ ଗଞ୍ଜାମ ଜଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରୁ ହିଁ ୧୭୪ ଖଣ୍ଡ କାଠ ରଥ ଖଳାକୁ ଯିବ। ପ୍ରଥମ ପର୍ଯ୍ୟାୟରେ ୬ ତାରିଖରେ ତାରସିଂ ରେଞ୍ଜରୁ ୨୩ ଖଣ୍ଡ କାଠ ରଥଖଳାକୁ ଯାଇଥିବା ବେଳେ ସୋମବାର ଆଉ ୩୬ ଖଣ୍ଡ ଧଉରା କାଠ ଗଣ୍ଡି ମୁଜାଗଡ଼ ରେଞ୍ଜ ବାଇବାଲି ନିକଟ ତଡମାରୁ ଯାଇଛି। ଏନେଇ ସାରେ ରଥକାଠ ବୋଝେଇ ଗାଡ଼ି ପୂଜାର୍ଚ୍ଚନା ପରେ ପୁରୀ ଅଭିମୁଖେ ବାହାରିଛି। ଏହି ସମୟରେ ବାଟରେ ବାଇବାଲି, ବିରିକୋଟ, ଗୁଣ୍ଡିରିବାଡ଼ି, ମୁଜାଗଡ଼ ପ୍ରମୁଖ ଗ୍ରାମରେ ରଥ କାଠ ଗାଡ଼ିକୁ ଲୋକେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ମ୍ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଜକୁ ୫ ବର୍ଷ ହେବ ପୁରୀ ରଥଯାତ୍ରା ପାଇଁ ଏହି ଦୁଇ ବନଖଣ୍ଡରୁ କାଠ ପଠାଯାଉଛି। କାଠ ଯିବା ସମୟରେ ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି , ଏସିଏଫ୍ ବିବେକ ଦାସ, ଡା.ରଶ୍ମି ରଞ୍ଜନ ସାଇଁ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, ବନପାଳ ଅନୁପ ବିଷୋୟୀ, ବବୁଲ ସେଠୀ, ବ୍ଲକ୍ ଅଧ୍ୟକ୍ଷ ନରିସଭା ନାୟକ, ଏମ୍ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ସୁବାସ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ।
The post ପୁରୀ ରଥ ଖଳାକୁ ଗଲା ଆଉ ୩୬ ଖଣ୍ଡ କାଠ appeared first on Dharitri Odia News.