ଶକ୍ତି ପ୍ରଦର୍ଶନ କଲେ ଧର୍ମେନ୍ଦ୍ର, ଭର୍ତ୍ତୃହରି, ନୟନ

କଟକ, ୧୪।୪(ଶିଳ୍ପା ପ୍ରିୟଦର୍ଶିନୀ)ଭାଜପାର ମିଶ୍ରଣ ପର୍ବ ଶନିବାର କଲେଜଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଡିଏ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ପ୍ରଥମେ ଏକ ବାଇକ୍‌ ଶୋଭାଯାତ୍ରା ବାହାରି ବିହାରୀବାଗଠାରେ ପହଞ୍ଚତ୍ଥିଲା। ପରେ କାଳିଆବୁଦାଠାରେ ଥିବା ଗୁରୁଦ୍ୱାରାରେ ପହଞ୍ଚତ୍ ଶିଖ୍‌ ସମ୍ପ୍ରଦାୟର ଲୋକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଲୋଚନା କରିଥିଲେ। ପରେ ବାଇକ୍‌ ଶୋଭାଯାତ୍ରା ଯୋବ୍ରାସ୍ଥିତ ଆଇ ଲଭ୍‌ କଟକ ଠାରେ ପହଞ୍ଚତ୍ଥିଲା ଏବଂ ସେଠାରେ ଚୌଦ୍ୱାର-କଟକ ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପରେ କଲେଜଛକସ୍ଥିତ ବମ୍ବେ […] The post ଶକ୍ତି ପ୍ରଦର୍ଶନ କଲେ ଧର୍ମେନ୍ଦ୍ର, ଭର୍ତ୍ତୃହରି, ନୟନ appeared first on Dharitri Odia News.

ଶକ୍ତି ପ୍ରଦର୍ଶନ କଲେ ଧର୍ମେନ୍ଦ୍ର, ଭର୍ତ୍ତୃହରି, ନୟନ

କଟକ, ୧୪।୪(ଶିଳ୍ପା ପ୍ରିୟଦର୍ଶିନୀ)ଭାଜପାର ମିଶ୍ରଣ ପର୍ବ ଶନିବାର କଲେଜଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଡିଏ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ପ୍ରଥମେ ଏକ ବାଇକ୍‌ ଶୋଭାଯାତ୍ରା ବାହାରି ବିହାରୀବାଗଠାରେ ପହଞ୍ଚତ୍ଥିଲା। ପରେ କାଳିଆବୁଦାଠାରେ ଥିବା ଗୁରୁଦ୍ୱାରାରେ ପହଞ୍ଚତ୍ ଶିଖ୍‌ ସମ୍ପ୍ରଦାୟର ଲୋକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଲୋଚନା କରିଥିଲେ। ପରେ ବାଇକ୍‌ ଶୋଭାଯାତ୍ରା ଯୋବ୍ରାସ୍ଥିତ ଆଇ ଲଭ୍‌ କଟକ ଠାରେ ପହଞ୍ଚତ୍ଥିଲା ଏବଂ ସେଠାରେ ଚୌଦ୍ୱାର-କଟକ ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପରେ କଲେଜଛକସ୍ଥିତ ବମ୍ବେ ହୋଟେଲ ସମ୍ମୁଖରୁ ରୋଡ୍‌ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଭାଜପା ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ପ୍ରାର୍ଥୀ ନୟନ ମହାନ୍ତି ବାହାରିଥିଲେ। ଏଥିରେ ଶତାଧିକ କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ।

The post ଶକ୍ତି ପ୍ରଦର୍ଶନ କଲେ ଧର୍ମେନ୍ଦ୍ର, ଭର୍ତ୍ତୃହରି, ନୟନ appeared first on Dharitri Odia News.