ସୁରକ୍ଷାବାହିନୀକୁ ବଡ଼ ସଫଳତା: ୯ ମାଓବାଦୀ ନିପାତ

ରାୟପୁର,୩।୯: ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ମାଓବାଦୀଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ବସ୍ତର ଡିଭିଜନରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଆଜି ସକାଳେ ଖୋଜାଖୋଜି ବେଳେ ସୈନିକ ଏବଂ […] The post ସୁରକ୍ଷାବାହିନୀକୁ ବଡ଼ ସଫଳତା: ୯ ମାଓବାଦୀ ନିପାତ appeared first on Dharitri Odia News.

ସୁରକ୍ଷାବାହିନୀକୁ ବଡ଼ ସଫଳତା: ୯ ମାଓବାଦୀ ନିପାତ

ରାୟପୁର,୩।୯: ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ମାଓବାଦୀଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ବସ୍ତର ଡିଭିଜନରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଆଜି ସକାଳେ ଖୋଜାଖୋଜି ବେଳେ ସୈନିକ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟରେ ୯ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏବେ ବି ଗୁଳି ବିନିମୟ ଜାରି ରହିଛି।
ଏହାପୂର୍ବରୁ ଅଗଷ୍ଟ ୧୯ରେ ନାରାୟଣପୁର-କାନକର ସୀମାରେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ସୁରକ୍ଷା ବାହିନୀ ତିନିଜଣ ନକ୍ସଲଙ୍କୁ ନିପାତ କରିଥିଲେ।

The post ସୁରକ୍ଷାବାହିନୀକୁ ବଡ଼ ସଫଳତା: ୯ ମାଓବାଦୀ ନିପାତ appeared first on Dharitri Odia News.