ମଙ୍ଗବାର ପ୍ରଥମ ନୂଆଖାଇ, ଗ୍ରାମବାସୀ ଉତ୍ସାହିତ

କେସିଙ୍ଗା,୨ା୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକର ପର୍ଥଲା ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ନୂଆଖାଇ ଅନୁଷ୍ଠିତ ହେବ। ପର୍ଥଲା ବାହାଦୂରପଦର ଓ ପଲକାପଡ଼ାବାସୀ ନୂଆ ଖାଇବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ସପ୍ତପୁରୀ ଅମାବାସ୍ୟା ରହିଥିବାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଗ୍ରାମ ଦେବଦେବୀ ବୁଢାରଜା, ଗମଖାଇ, ଡ଼ଙ୍ଗରଦେବୀ, କାଳୀସୁନ୍ଦରୀ, ଖମ୍ବେଶ୍ୱରୀ, ସୁରୁଜମୁନିଙ୍କଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଦେବ ବରଣ କରିଛନ୍ତି। ଏଥିସହ ଉପବାସ ରହିଛନ୍ତି। ଏହା ତିନିଦିନ ଧରି ଜାରି ରହିବ। ପ୍ରତିପଦା ତିଥି ମଙ୍ଗଳବାର ନୂଆ […] The post ମଙ୍ଗବାର ପ୍ରଥମ ନୂଆଖାଇ, ଗ୍ରାମବାସୀ ଉତ୍ସାହିତ appeared first on Dharitri Odia News.

ମଙ୍ଗବାର ପ୍ରଥମ ନୂଆଖାଇ, ଗ୍ରାମବାସୀ ଉତ୍ସାହିତ

କେସିଙ୍ଗା,୨ା୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକର ପର୍ଥଲା ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ନୂଆଖାଇ ଅନୁଷ୍ଠିତ ହେବ। ପର୍ଥଲା ବାହାଦୂରପଦର ଓ ପଲକାପଡ଼ାବାସୀ ନୂଆ ଖାଇବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ସପ୍ତପୁରୀ ଅମାବାସ୍ୟା ରହିଥିବାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଗ୍ରାମ ଦେବଦେବୀ ବୁଢାରଜା, ଗମଖାଇ, ଡ଼ଙ୍ଗରଦେବୀ, କାଳୀସୁନ୍ଦରୀ, ଖମ୍ବେଶ୍ୱରୀ, ସୁରୁଜମୁନିଙ୍କଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଦେବ ବରଣ କରିଛନ୍ତି। ଏଥିସହ ଉପବାସ ରହିଛନ୍ତି। ଏହା ତିନିଦିନ ଧରି ଜାରି ରହିବ। ପ୍ରତିପଦା ତିଥି ମଙ୍ଗଳବାର ନୂଆ ଅନ୍ନରେ ପ୍ରସ୍ତୁତ ଭୋଗ ନିଜ କୁଳଦେବୀ ଓ ଗ୍ରାମଦେବୀଙ୍କୁ ଅର୍ପଣ କରାଯିବା ପରେ ସମସ୍ତେ ନୂଆ ଖାଇବେ।
ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଏକକାଳୀନ ଭାଦ୍ରବ ମାସ ଶୁକ୍ଳପକ୍ଷ ତିଥିରେ ହେଉଥିବା ବେଳେ କଳାହାଣ୍ଡି ଜିଲାରେ ତିନୋଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥାଏ। ତେବେ କେସିଙ୍ଗା ବ୍ଲକର ପର୍ଥଲା ଗ୍ରାମବାସୀ ଆଗୁଆ ନୂଆ ଖାଇବା ପରମ୍ପରା ରାଜାରାଜୁଡା ଅମଳରୁ ଚାଲିଆସୁଛି।

The post ମଙ୍ଗବାର ପ୍ରଥମ ନୂଆଖାଇ, ଗ୍ରାମବାସୀ ଉତ୍ସାହିତ appeared first on Dharitri Odia News.