ଲଗାଣ ବର୍ଷାରେ ଜନଜୀବନ ବେହାଲ, ମୃତଦେହ ନେବାକୁ ବାଜିରେ ଲାଗିଲା ଜୀବନ

ଲମତାପୁଟ ୨୦/୦୭: ଜୀବନର ଶେଷ ଯାତ୍ରାରେ ବି ସଂଘର୍ଷ । ବୃଦ୍ଧଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ଓ ଗ୍ରାମବାସୀ ଜୀବନ ବାଜି ଲଗାଇ ନାଳ ପାର କରି ଶେଷ କୃତ୍ୟ କରିଥିଲେ । ଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଚାଲାଣପୁଟ ଗ୍ରାମରେ । ଶୁକ୍ରବାର ମଧ୍ୟ ରାତ୍ରିରେ ଚାଲାଣ ପୁଟ ଗ୍ରାମର ବୃଦ୍ଧା ସୋନୁ କନ୍ତେଲେଙ୍କ ମୃତ୍ୟୁ ହୋଇଥିଲା । ଲଗାଣ ବର୍ଷା ଯାଗୁଁ ନାଳପାରି ହୋଇ ମଶାଣୀକୁ ଯିବା ସମ୍ଭବ ପର ହୋଇନଥିଲା । ଅପରାହ୍ନରେ ପାଣି କମିବା ପରେ ସମ୍ପର୍କୀୟ ଏବଂ ଗ୍ରାମ ବାସି ଜୀବନକୁ ବାଜି ଲଗାଇ ନାଳ ପାର କରି ମଶାଣୀକୁ ନେଇ ଯାଇଥିଲେ । ଶେଷ କୃତ୍ୟ ସମ୍ପନ୍ନ କରିଥିଲେ । ଗ୍ରାମକୁ ଯିବା ଆସିବା ପାଇଁ ଏହି ନାଳ ଟି ମୁଖ୍ୟ ରାସ୍ତା ଏହି ରାସ୍ତା ଦେଇ ପିଲାମନେ ମଧ୍ୟ ଏହିଭଳି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାଇ ଥାନ୍ତି l ଏହିନାଳରେ କିଛି ଗ୍ରାମର ଲୋକ ଭାସି ଯାଇ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି । ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ବହୁବାର ଜିଲ୍ଲା ପ୍ରଶାସନ ଏବଂ ନେତାଙ୍କୁ ଗୁହାରି କରି କରି କୌଣସି ଫଳପ୍ରଦ ପାଇ ନାହାନ୍ତି ଗ୍ରାମବାସି । ତେଣୁ ଆଜିର ଏହି ଘଟଣାକୁ ନେଇ ଗ୍ରାମବାସୀ ପ୍ରଶାସନ ଏବଂ ନେତାଙ୍କୁ ନିନ୍ଦା କରିବା ସହ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି । 

ଲଗାଣ ବର୍ଷାରେ ଜନଜୀବନ ବେହାଲ, ମୃତଦେହ ନେବାକୁ ବାଜିରେ ଲାଗିଲା ଜୀବନ

ଲମତାପୁଟ ୨୦/୦୭: ଜୀବନର ଶେଷ ଯାତ୍ରାରେ ବି ସଂଘର୍ଷ । ବୃଦ୍ଧଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ଓ ଗ୍ରାମବାସୀ ଜୀବନ ବାଜି ଲଗାଇ ନାଳ ପାର କରି ଶେଷ କୃତ୍ୟ କରିଥିଲେ । ଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଚାଲାଣପୁଟ ଗ୍ରାମରେ । ଶୁକ୍ରବାର ମଧ୍ୟ ରାତ୍ରିରେ ଚାଲାଣ ପୁଟ ଗ୍ରାମର ବୃଦ୍ଧା ସୋନୁ କନ୍ତେଲେଙ୍କ ମୃତ୍ୟୁ ହୋଇଥିଲା । 

ଲଗାଣ ବର୍ଷା ଯାଗୁଁ ନାଳପାରି ହୋଇ ମଶାଣୀକୁ ଯିବା ସମ୍ଭବ ପର ହୋଇନଥିଲା । ଅପରାହ୍ନରେ ପାଣି କମିବା ପରେ ସମ୍ପର୍କୀୟ ଏବଂ ଗ୍ରାମ ବାସି ଜୀବନକୁ ବାଜି ଲଗାଇ ନାଳ ପାର କରି ମଶାଣୀକୁ ନେଇ ଯାଇଥିଲେ । ଶେଷ କୃତ୍ୟ ସମ୍ପନ୍ନ କରିଥିଲେ । ଗ୍ରାମକୁ ଯିବା ଆସିବା ପାଇଁ ଏହି ନାଳ ଟି ମୁଖ୍ୟ ରାସ୍ତା ଏହି ରାସ୍ତା ଦେଇ ପିଲାମନେ ମଧ୍ୟ ଏହିଭଳି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାଇ ଥାନ୍ତି l 

ଏହିନାଳରେ କିଛି ଗ୍ରାମର ଲୋକ ଭାସି ଯାଇ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି । ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ବହୁବାର ଜିଲ୍ଲା ପ୍ରଶାସନ ଏବଂ ନେତାଙ୍କୁ ଗୁହାରି କରି କରି କୌଣସି ଫଳପ୍ରଦ ପାଇ ନାହାନ୍ତି ଗ୍ରାମବାସି । ତେଣୁ ଆଜିର ଏହି ଘଟଣାକୁ ନେଇ ଗ୍ରାମବାସୀ ପ୍ରଶାସନ ଏବଂ ନେତାଙ୍କୁ ନିନ୍ଦା କରିବା ସହ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି ।