ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍‌ରେ ୧୨ ପ୍ରତିଶତ ବୃଦ୍ଧି, ତଥାପି ଆବଶ୍ୟକତାଠାରୁ ୭୩% କମ ଆବଣ୍ଟନ

ନୂଆଦିଲ୍ଲୀ: ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିକଶିତ ଭାରତ ପାଇଁ ୯ ପ୍ରାଥମିକତା ଘୋଷଣା କରିଥିଲେ, କିନ୍ତୁ ସ୍ୱାସ୍ଥ୍ୟକୁ ଏଥିରେ ସ୍ଥାନ ମିଳି ନାହିଁ । ସରକାର କ୍ୟାନ୍ସରର ୩ ଗୁରୁତ୍ୱପୂର୍ଣ୍ଣ ଔଷଧ ପାଇଁ ସୀମା ଶୁଳ୍କ ଶୂନ କରିଛନ୍ତି । ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଔଷଧର ଆମଦାନୀ ଉପରେ ଟିକସ ଲାଗିବ ନାହିଁ । ଏହି କାରଣରୁ କ୍ୟାନ୍ସର ଚିକିତ୍ସା ଶସ୍ତା ହେବ । ଏହା ବ୍ୟତୀତ ଅର୍ଥମନ୍ତ୍ରୀ ନୂଆ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ଖୋଲିବା କଥା ମଧ୍ୟ ଘୋଷଣା କରିଛନ୍ତି । ଏହି ବଜେଟରେ ଆୟୁଷ୍ମାନ ଭାରତ ଯୋଜନାରେ କିଛି ବଡ଼ ଘୋଷଣା ନେଇ ଅନୁମାନ କରାଯାଉଥିଲା, କିନ୍ତୁ ସେପରି କିଛି ହେଲା ନାହିଁ ।ସ୍ୱାସ୍ଥ୍ୟକୁ ଆବଶ୍ୟକତାଠାରୁ ୭୩ ପ୍ରତିଶତ କମ ବଜେଟ୍୨୦୧୭ର ନ୍ୟାସନାଲ ହେଲ୍ଥ ପଲିସିରେ ୨୦୨୪-୨୫ ଯାଏ ହେଲ୍ଥ ସେକ୍ଟର ଉପରେ ଜିଡିପିର ୨.୫ ପ୍ରତିଶତ ଖର୍ଚ୍ଚ ଟାର୍ଗେଟ୍ ଥିଲା । ଏଥିରେ କେନ୍ଦ୍ର ଏବଂ ରାଜ୍ୟ, ଉଭୟଙ୍କ ଖର୍ଚ୍ଚ ସାମିଲ ଥିଲା । ଏହି ଟାର୍ଗେଟକୁ ପୂରା କରିବା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୮.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଥିଲା । ଏଥିରେ ରାଜ୍ୟ ସରକାରଙ୍କୁ ୬୦ ପ୍ରତିଶତ ଏବଂ ବଳକା ୪୦ ପ୍ରତିଶତ କେନ୍ଦ୍ର ଖର୍ଚ୍ଚ କରିଥାନ୍ତେ । ଏହି ହିସାବରେ କେନ୍ଦ୍ରର ସ୍ୱାସ୍ଥ୍ୟ ବଜେଟ୍ ପ୍ରତିବର୍ଷ ୩.୩ ଲକ୍ଷ କୋଟି ଟଙ୍କା ହେବା ଦରକାର ଥିଲା, କିନ୍ତୁ ଏହି ବଜେଟରେ ୯୧ ହଜାର କୋଟି ଟଙ୍କା ଦିଆଯ

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍‌ରେ ୧୨ ପ୍ରତିଶତ ବୃଦ୍ଧି, ତଥାପି ଆବଶ୍ୟକତାଠାରୁ ୭୩% କମ ଆବଣ୍ଟନ

ନୂଆଦିଲ୍ଲୀ: ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିକଶିତ ଭାରତ ପାଇଁ ୯ ପ୍ରାଥମିକତା ଘୋଷଣା କରିଥିଲେ, କିନ୍ତୁ ସ୍ୱାସ୍ଥ୍ୟକୁ ଏଥିରେ ସ୍ଥାନ ମିଳି ନାହିଁ । ସରକାର କ୍ୟାନ୍ସରର ୩ ଗୁରୁତ୍ୱପୂର୍ଣ୍ଣ ଔଷଧ ପାଇଁ ସୀମା ଶୁଳ୍କ ଶୂନ କରିଛନ୍ତି । ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଔଷଧର ଆମଦାନୀ ଉପରେ ଟିକସ ଲାଗିବ ନାହିଁ । ଏହି କାରଣରୁ କ୍ୟାନ୍ସର ଚିକିତ୍ସା ଶସ୍ତା ହେବ । ଏହା ବ୍ୟତୀତ ଅର୍ଥମନ୍ତ୍ରୀ ନୂଆ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ଖୋଲିବା କଥା ମଧ୍ୟ ଘୋଷଣା କରିଛନ୍ତି । ଏହି ବଜେଟରେ ଆୟୁଷ୍ମାନ ଭାରତ ଯୋଜନାରେ କିଛି ବଡ଼ ଘୋଷଣା ନେଇ ଅନୁମାନ କରାଯାଉଥିଲା, କିନ୍ତୁ ସେପରି କିଛି ହେଲା ନାହିଁ ।

ସ୍ୱାସ୍ଥ୍ୟକୁ ଆବଶ୍ୟକତାଠାରୁ ୭୩ ପ୍ରତିଶତ କମ ବଜେଟ୍

୨୦୧୭ର ନ୍ୟାସନାଲ ହେଲ୍ଥ ପଲିସିରେ ୨୦୨୪-୨୫ ଯାଏ ହେଲ୍ଥ ସେକ୍ଟର ଉପରେ ଜିଡିପିର ୨.୫ ପ୍ରତିଶତ ଖର୍ଚ୍ଚ ଟାର୍ଗେଟ୍ ଥିଲା । ଏଥିରେ କେନ୍ଦ୍ର ଏବଂ ରାଜ୍ୟ, ଉଭୟଙ୍କ ଖର୍ଚ୍ଚ ସାମିଲ ଥିଲା । ଏହି ଟାର୍ଗେଟକୁ ପୂରା କରିବା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୮.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଥିଲା । ଏଥିରେ ରାଜ୍ୟ ସରକାରଙ୍କୁ ୬୦ ପ୍ରତିଶତ ଏବଂ ବଳକା ୪୦ ପ୍ରତିଶତ କେନ୍ଦ୍ର ଖର୍ଚ୍ଚ କରିଥାନ୍ତେ । ଏହି ହିସାବରେ କେନ୍ଦ୍ରର ସ୍ୱାସ୍ଥ୍ୟ ବଜେଟ୍ ପ୍ରତିବର୍ଷ ୩.୩ ଲକ୍ଷ କୋଟି ଟଙ୍କା ହେବା ଦରକାର ଥିଲା, କିନ୍ତୁ ଏହି ବଜେଟରେ ୯୧ ହଜାର କୋଟି ଟଙ୍କା ଦିଆଯାଇଛି । ଯାହା ଆବଶ୍ୟକତାର ମାତ୍ର ୨୭ ପ୍ରତିଶତ ଅଟେ ।

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରର ଆବଶ୍ୟକୀୟ ଭାଗ ନମିଳିବା କାରଣରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିଥାଏ । ୱାର୍ଲଡ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଭାରତରେ ସ୍ୱାସ୍ଥ୍ୟ ଉପରେ ହେଉଥିବା ମୋଟ ଖର୍ଚ୍ଚର ୫୩ ପ୍ରତିଶତ ଲୋକଙ୍କୁ ନିଜ ପକେଟରୁ ଦେବାକୁ ପଡ଼ିଥାଏ । ଅନ୍ୟପଟେ ଅଧିକ ଆୟ ଥିବା ବିକଶିତ ଦେଶର ନାଗରକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ୧୦ରୁ ୧୫ ପ୍ରତିଶତ ହିଁ ଖର୍ଚ୍ଚ କରିବାକୁ ପଡ଼ିଥାଏ । ବଳକା ଖର୍ଚ୍ଚ ସରକାର ଉଠାଇଥାନ୍ତି ।