ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର

ଇସଲାମାବାଦ,୧୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ନୱାଜ କହିଛନ୍ତି ଯେ ଭାରତ ସହ ସମ୍ପର୍କ ନଷ୍ଟ କରିବାରେ ଇମ୍ରାନ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତକୁ ନେଇ ନୱାଜ ସରିଫ ବହୁତ ଉତ୍ସାହିତ ଅଛନ୍ତି। ସେ ବିଶ୍ୱାସ କରନ୍ତି […] The post ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର appeared first on Dharitri Odia News.

ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର

ଇସଲାମାବାଦ,୧୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ନୱାଜ କହିଛନ୍ତି ଯେ ଭାରତ ସହ ସମ୍ପର୍କ ନଷ୍ଟ କରିବାରେ ଇମ୍ରାନ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତକୁ ନେଇ ନୱାଜ ସରିଫ ବହୁତ ଉତ୍ସାହିତ ଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ ସମ୍ପର୍କରେ ଜମିଥିବା ବରଫ ତରଳିବା ପାଇଁ ଏହା ଏକ ଭଲ ଆରମ୍ଭ।

ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ ଗୁରୁବାର କହିଛନ୍ତି ଯେ ଉଭୟ ପକ୍ଷ ବର୍ତ୍ତମାନ ଆଲୋଚନା କରିବା ଉଚିତ୍‌। ୨୦୧୫ରେ ଲାହୋରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକସ୍ମିକ ଆଗମନକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ନୱାଜ କହିଛନ୍ତି ଯେ ପୁରୁଣା ଜିନିଷ ଭୁଲିଯିବା ଏବଂ ଏକ ନୂତନ ଆରମ୍ଭ କରିବାର ସମୟ ଆସିଛି।
ସୂଚନାଯୋଗ୍ୟ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅକ୍ଟୋବର ୧୫ରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାଗ ନେବାକୁ ପାକିସ୍ତାନରେ ପହଞ୍ଚିଥିଲେ। ନଅ ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନକୁ ଏହା ପ୍ରଥମ ଗସ୍ତ ଥିଲା। ଗତଥର ସୁଷମା ସ୍ବରାଜ ପାକିସ୍ତାନ ଗସ୍ତ କରିଥିଲେ।

The post ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର appeared first on Dharitri Odia News.