ଟସ୍ ଜିତିଲା ବାଂଲାଦେଶ: ଭାରତକୁ ପ୍ରାରମ୍ଭିକ ଝଟ୍କା
ଚେନ୍ନାଇ,୧୯।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଗୁରୁବାରଠାରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଏହି ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ଆହୁରି ଅନେକ ଟେଷ୍ଟ ଖେଳିବାକୁ ପଡିବ। ଏହି ମ୍ୟାଚ ଜରିଆରେ ରିଷଭ ପନ୍ତ ମଧ୍ୟ […] The post ଟସ୍ ଜିତିଲା ବାଂଲାଦେଶ: ଭାରତକୁ ପ୍ରାରମ୍ଭିକ ଝଟ୍କା appeared first on Dharitri Odia News.
ଚେନ୍ନାଇ,୧୯।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଗୁରୁବାରଠାରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଏହି ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ଆହୁରି ଅନେକ ଟେଷ୍ଟ ଖେଳିବାକୁ ପଡିବ। ଏହି ମ୍ୟାଚ ଜରିଆରେ ରିଷଭ ପନ୍ତ ମଧ୍ୟ ଭାରତୀୟ ଟେଷ୍ଟ ସେଟଅପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
୩୪ ସ୍କୋରରେ ଭାରତ ତୃତୀୟ ଝଟକା ପାଇଛି। ଇନିଂସର ଦଶମ ଓଭରରେ ହାସନ ମହମୁଦ ବିରାଟ କୋହଲିଙ୍କୁ ଉଇକେଟ କିପର ଲିଟନ ଦାସଙ୍କ ଦ୍ୱାରା ଧରାଯାଇଥିଲା। ବିରାଟ ୬ଟି ରନ ସ୍କୋର କରିପାରନ୍ତି। ଏହାପୂର୍ବରୁ ହାସନ ଅଧିନାୟକ ରୋହିତ ଶର୍ମା (୬) ଏବଂ ଶୁବମାନ ଗିଲ (୦)ଙ୍କୁ ଆଉଟ୍ କରିଥିଲେ। ରିଷଭ ପନ୍ତ ଏବଂ ଯଶସ୍ବୀ ଜୟସ୍ବାଲ କ୍ରିଜରେ ଅଛନ୍ତି। ୧୦ ଓଭର ପରେ ଭାରତର ସ୍କୋର ତିନି ୱିକେଟ ପାଇଁ ୩୪ ରନ ଅଟେ।
The post ଟସ୍ ଜିତିଲା ବାଂଲାଦେଶ: ଭାରତକୁ ପ୍ରାରମ୍ଭିକ ଝଟ୍କା appeared first on Dharitri Odia News.