EPFO ମେମ୍ବରଙ୍କ ପାଇଁ ଖୁସି ଖବର, ବଢ଼ିଲା ଅଟୋ ସେଟଲମେଣ୍ଟ ସୀମା

ନୂଆଦିଲ୍ଲୀ: ଏଣିକି EPFOରୁ କାଢ଼ିପାରିବେ ଅଧିକ ଟଙ୍କା। କାରଣ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (EPFO), ପିଏଫ୍‌ ଆକାଉଣ୍ଟରୁ ଅଟୋ ସେଟଲମେଣ୍ଟ ଅଫ୍‌ ଆଡଭାନ୍ସ କ୍ଲେମ୍ସ (ASAC) ଲିମିଟ୍‌କୁ ବଢ଼ାଇଛି। ଏହି ସୀମାକୁ ଇପିଏଫ୍‌ ୧ ଲକ୍ଷରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଛି। ରିପୋର୍ଟ ଅନୁଯାୟୀ, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସଚିବ ସୁମିତା ଡାଓ୍ବରା ମାର୍ଚ୍ଚ ୨୮ରେ ଶ୍ରୀନଗରରେ ହୋଇଥିବା ଇପିଏଫ୍‌ର କାର୍ଯ୍ୟକାରୀ ସମିତି (EC)ର ୧୧୩ ତମ ବୈଠକରେ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ପ୍ରସ୍ତାବକୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟ୍ରିଜ୍‌ (CBT)ରୁ ମଞ୍ଜୁରୀ ମିଳିବା ପରେ କର୍ମଚାରୀମାନେ ବିନା କୌଣସି ମାନୁଆଲ ଭେରିଫିକେସନରେ ପିଏଫ୍‌ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ବର୍ତ୍ତମାନ ମେମ୍ବରମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପିଏଫ ଅଟୋ କ୍ଲେମ୍ କରିପାରୁଛନ୍ତି। ପ୍ରକୃତରେ ପିଏଫ୍‌ ଆକାଉଣ୍ଟରୁ ଅଧିକ ଟଙ୍କା କାଢ଼ିବାକୁ ହେଲେ ଇପିଏଫ୍‌ଓ ଅଧିକାରୀଙ୍କ ମାନୁଆଲ ଯାଞ୍ଚର ଆବଶ୍ୟକତା ରହିଥାଏ। ହେଲେ ନୂଆ ପ୍ରସ୍ତାବ ପରେ ଅଟୋ କ୍ଲେମର ଲିମିଟ୍‌ ୫ ଗୁଣା ବଢ଼ି ୫ ଲକ୍ଷ ହୋଇଯିବ। ପିଏଫ୍‌ରୁ ଟଙ୍କା ଉଠାଣ ପାଇଁ ସିଷ୍ଟମ ଅଟୋ ଆପ୍ରୁଭାଲ ଦେବ।ଏଟିଏମରୁ କାଢ଼ିହେବ ପିଏଫ୍‌ ଟଙ୍କା:ପୂର୍ବରୁ ମାର୍ଚ୍ଚ ୨୬ରେ ସୁମିତା ଡାଓ୍ବରା, ଇପିଏଫ୍‌ଓ ମେମ୍ବର୍ସ ଖୁବଶୀଘ୍ର ୟୁପିଆଇ ଏବଂ ଏଟିଏମରୁ ପିଏଫ୍‌ ଟଙ୍କା କାଢ

EPFO ମେମ୍ବରଙ୍କ ପାଇଁ ଖୁସି ଖବର, ବଢ଼ିଲା ଅଟୋ ସେଟଲମେଣ୍ଟ ସୀମା

ନୂଆଦିଲ୍ଲୀ: ଏଣିକି EPFOରୁ କାଢ଼ିପାରିବେ ଅଧିକ ଟଙ୍କା। କାରଣ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (EPFO), ପିଏଫ୍‌ ଆକାଉଣ୍ଟରୁ ଅଟୋ ସେଟଲମେଣ୍ଟ ଅଫ୍‌ ଆଡଭାନ୍ସ କ୍ଲେମ୍ସ (ASAC) ଲିମିଟ୍‌କୁ ବଢ଼ାଇଛି। ଏହି ସୀମାକୁ ଇପିଏଫ୍‌ ୧ ଲକ୍ଷରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଛି। ରିପୋର୍ଟ ଅନୁଯାୟୀ, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସଚିବ ସୁମିତା ଡାଓ୍ବରା ମାର୍ଚ୍ଚ ୨୮ରେ ଶ୍ରୀନଗରରେ ହୋଇଥିବା ଇପିଏଫ୍‌ର କାର୍ଯ୍ୟକାରୀ ସମିତି (EC)ର ୧୧୩ ତମ ବୈଠକରେ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। 

ତେବେ ପ୍ରସ୍ତାବକୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟ୍ରିଜ୍‌ (CBT)ରୁ ମଞ୍ଜୁରୀ ମିଳିବା ପରେ କର୍ମଚାରୀମାନେ ବିନା କୌଣସି ମାନୁଆଲ ଭେରିଫିକେସନରେ ପିଏଫ୍‌ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ବର୍ତ୍ତମାନ ମେମ୍ବରମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପିଏଫ ଅଟୋ କ୍ଲେମ୍ କରିପାରୁଛନ୍ତି। 

ପ୍ରକୃତରେ ପିଏଫ୍‌ ଆକାଉଣ୍ଟରୁ ଅଧିକ ଟଙ୍କା କାଢ଼ିବାକୁ ହେଲେ ଇପିଏଫ୍‌ଓ ଅଧିକାରୀଙ୍କ ମାନୁଆଲ ଯାଞ୍ଚର ଆବଶ୍ୟକତା ରହିଥାଏ। ହେଲେ ନୂଆ ପ୍ରସ୍ତାବ ପରେ ଅଟୋ କ୍ଲେମର ଲିମିଟ୍‌ ୫ ଗୁଣା ବଢ଼ି ୫ ଲକ୍ଷ ହୋଇଯିବ। ପିଏଫ୍‌ରୁ ଟଙ୍କା ଉଠାଣ ପାଇଁ ସିଷ୍ଟମ ଅଟୋ ଆପ୍ରୁଭାଲ ଦେବ।

ଏଟିଏମରୁ କାଢ଼ିହେବ ପିଏଫ୍‌ ଟଙ୍କା:

ପୂର୍ବରୁ ମାର୍ଚ୍ଚ ୨୬ରେ ସୁମିତା ଡାଓ୍ବରା, ଇପିଏଫ୍‌ଓ ମେମ୍ବର୍ସ ଖୁବଶୀଘ୍ର ୟୁପିଆଇ ଏବଂ ଏଟିଏମରୁ ପିଏଫ୍‌ ଟଙ୍କା କାଢ଼ିପାରିବେ ବୋଲି ସୂଚନା ଦେଇଥିଲେ। ଏହାର ଲିମିଟ୍‌ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷ ମେ ମାସ ଶେଷ କିମ୍ବା ଜୁନ୍‌ ଆରମ୍ଭ ବେଳକୁ ଏହି ସୁବିଧା  ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। 

ସୁମିତା କହିଛନ୍ତି କର୍ମଚାରୀଙ୍କୁ ଡେବିଟ୍‌ କାର୍ଡ ଭଳି ଇପିଏଫ୍‌ଓ ଓ୍ବିଡ୍ରଲ କାର୍ଡ ଦିଆଯିବ। ଏହାଦ୍ବାରା ସେମାନେ ଏଟିଏମରୁ ତୁରନ୍ତ ଟଙ୍କା କାଢ଼ିପାରିବେ। ୟୁପିଆଇ ଦ୍ବାରା ମଧ୍ୟ ପିଏଫ୍‌ ବାଲାନ୍ସ ଚେକ୍ କରିପାରିବେ। ଏବେ ଇପିଏଫ୍‌ଓ ମେମ୍ବରଙ୍କୁ ଅନଲାଇନ କ୍ଲେମ ପ୍ରକ୍ରିୟା ପାଇଁ ୨ ସପ୍ତାହ ଲାଗୁଛି।