୧୨ହଜାର ଟଙ୍କା ଦରମା ସହ ପଦୋନ୍ନତି ଦାବିନେଇ ଗାଁ ସାଥୀଙ୍କ ଧାରଣା
ଚିପିଲିମା,ଏମଜିଆରଇଜିଏସ କାମର ସୁପରିଚାଳନା ପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ ଗାଁ ସାଥି ନିଯୁକ୍ତ କରାଯାଇଥିବାବେଳେ,କମ ପାରିଶ୍ରମିକ ଦେଇ ସରକାର ସେମାନଙ୍କୁ ଶୋଷଣ କରିଆସୁଛନ୍ତି l ଏନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି l ଯୋଗ୍ୟତା ଭିତ୍ତିରେ ସେମାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ଅତିକମରେ ୧୨ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଗାଁସାଥି (ମେଟ )କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗାଁସାଥି ଧାରଣାରେ ବସିଥିଲେ l ଏନେଇ ସେମାନେ ସମସ୍ୟାର ସମାଧାନ […] The post ୧୨ହଜାର ଟଙ୍କା ଦରମା ସହ ପଦୋନ୍ନତି ଦାବିନେଇ ଗାଁ ସାଥୀଙ୍କ ଧାରଣା appeared first on Odisha.News.

ଚିପିଲିମା,ଏମଜିଆରଇଜିଏସ କାମର ସୁପରିଚାଳନା ପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ ଗାଁ ସାଥି ନିଯୁକ୍ତ କରାଯାଇଥିବାବେଳେ,କମ ପାରିଶ୍ରମିକ ଦେଇ ସରକାର ସେମାନଙ୍କୁ ଶୋଷଣ କରିଆସୁଛନ୍ତି l ଏନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି l ଯୋଗ୍ୟତା ଭିତ୍ତିରେ ସେମାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ଅତିକମରେ ୧୨ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଗାଁସାଥି (ମେଟ )କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗାଁସାଥି ଧାରଣାରେ ବସିଥିଲେ l ଏନେଇ ସେମାନେ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଦେଇଥିଲେ l ପ୍ରକାଶ ଥାଉକି ଗତ ୨୦୦୮ ମସିହାରୁ ତିନୋଟି ପର୍ଯ୍ୟାୟରେ ଗାଁସାଥି ନିଯୁକ୍ତି ହୋଇଥିଲେ ହେଁ ଅଦ୍ୟାବଧୂ ସେମାନଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ l ଏପରି ସ୍ଥିତିରେ ଯୁକ୍ତ ଦୁଇ ଶିକ୍ଷାଗତ ଥିବା ଗାଁସାଥୀଙ୍କୁ ସରକାରୀ ମାନ୍ୟତା ସହ ପଦୋନ୍ନତି ଦିଆଯିବା ସହ ନିମ୍ନ ଯୋଗ୍ୟତା ଗାଁସାଥୀଙ୍କୁ ମାସିକ ସର୍ବନିମ୍ନ ୧୨ ହଜାର ଟଙ୍କା ପ୍ରଦାନ କରିବାକୁ ଦାବିହୋଇଛି l ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ସମୟରେ ସେ ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଜଣାଇଥିଲେ l ବର୍ତ୍ତମାନ ଡବଲ ଇଂଜିନ ସରକାର ଥିବାବେଳେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ସମର୍ଥନକୁ କାର୍ଯ୍ୟକାରୀ କରିବାର ସମୟ ଆସିଥିବାବେଳେ, ସରକାର ଦାବି ପୂରଣ କରନ୍ତୁ ବୋଲି ନେତୃବୃନ୍ଦ କହିଛନ୍ତି l ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆଗକୁ ଅଧିକ ତୀବ୍ରତର କରାଯିବ ବୋଲି କହିଛନ୍ତି ନେତା ସଂଜୀବ କୁମାର ପାଣିଗ୍ରାହୀ ଓ ଦେବେନ୍ଦ୍ର ଓରାମ l
The post ୧୨ହଜାର ଟଙ୍କା ଦରମା ସହ ପଦୋନ୍ନତି ଦାବିନେଇ ଗାଁ ସାଥୀଙ୍କ ଧାରଣା appeared first on Odisha.News.