ଜମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଜ୍ଞା ସୁଚରିତା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ଯୋଗଦେଇ ନୂତନ ଶିକ୍ଷା ନୀତି ଉପରେ ବୁଝାଇଥିଲେ। ଏଥି ସହ ନିପୁଣ ମେଳା ଅର୍ଥାତ ଛାତ୍ରୀ ଛାତ୍ରଙ୍କ ପାରଦର୍ଶିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। […] The post ଜମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ appeared first on Odisha.News.

ଜମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଜ୍ଞା ସୁଚରିତା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକ ଯୋଗଦେଇ ନୂତନ ଶିକ୍ଷା ନୀତି ଉପରେ ବୁଝାଇଥିଲେ। ଏଥି ସହ ନିପୁଣ ମେଳା ଅର୍ଥାତ ଛାତ୍ରୀ ଛାତ୍ରଙ୍କ ପାରଦର୍ଶିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଗୀତାଞ୍ଜଳି ନାଏକ, ପ୍ରଫୁଲ୍ଲ କୁମାର ବିଶ୍ବାଳ, ଦିଲୀପ କୁମୁରା, ଶାନ୍ତିଲତା ବୁଡ଼, ଶୁକଦେବ ବାଘ, ସୀତା କିସାନ, ଦେବଯାନୀ କୁସୁମ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ଏହି ମେଳାରେ ୭ ଗୋଟି ପ୍ରତି ବିଦ୍ୟାଳୟରୁ ୧୦ଜଣ ଛାତ୍ରୀ ଛାତ୍ର ଏବଂ ୧୦ ଜଣ ଅବିଭାବକ, ଅବିଭାବିକା ଏବଂ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

The post ଜମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ appeared first on Odisha.News.