ସଲମାନ୍ ଖାନଙ୍କୁ ହତ୍ୟା ଧମକ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇ ଅଭିନେତା ସଲମାନ ଖାନ୍ଙ୍କଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି। ଯଦି ସଲମାନ ଟଙ୍କା ଦେବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଦଶା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କଠାରୁ ଅଧିକ ଖରାପ ହେବ ବୋଲି ଚେତାବନୀ ଦିଆଯାଇଛି। ଅକ୍ଟୋବର ୧୨ରେ ମୁମ୍ବାଇର ବାନ୍ଦ୍ରାରେ ସଲମାନ ଖାନଙ୍କ […]

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇ ଅଭିନେତା ସଲମାନ ଖାନ୍ଙ୍କଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି। ଯଦି ସଲମାନ ଟଙ୍କା ଦେବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଦଶା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କଠାରୁ ଅଧିକ ଖରାପ ହେବ ବୋଲି ଚେତାବନୀ ଦିଆଯାଇଛି। ଅକ୍ଟୋବର ୧୨ରେ ମୁମ୍ବାଇର ବାନ୍ଦ୍ରାରେ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ଏନ୍ସିପି ନେତା ସିଦ୍ଦିକି (୬୬)ଙ୍କୁ ତାଙ୍କ ବିଧାୟକ ପୁଅ ଜିଷାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ କରାଯାଉଥିବା ଶୁଭମ୍ ଲୋନକର ସୋସିଆଲ ମିଡିଆରେ ଲେଖିଛି ଯେ ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଛି।
ଗତ କିଛି ମାସ ହେବ ସଲମାନଙ୍କୁ ବାରମ୍ବାର ବିଷ୍ଣୋଇ ଗ୍ୟାଙ୍ଗର ଧମକ ମିଳିଛି। ଏପ୍ରିଲ ୧୪ରେ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ବାସଭବନ ବାହାରେ ଦୁଇ ଜଣ ବନ୍ଧୁକଧାରୀ ୫ ରାଉଣ୍ଡ ଗୁଳି ଚଳାଇବାର କିଛି ମାସ ପରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ବିବାଦର କେନ୍ଦ୍ରବିନ୍ଦୁ ହେଉଛି ୧୯୯୮ ମସିହାରେ ସଲମାନଙ୍କ ଦ୍ୱାରା ଦୁଇଟି କୃଷ୍ଣସାର ମୃଗ ଶିକାର କରିବା।