ଲଘୁଚାପ ପ୍ରଭାବରେ ଆସନ୍ତା ୩ ଦିନ ମଧ୍ୟର କେତେକ ଜିଲ୍ଲାରେ ହାଲୁକା ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଇ ଏହା ପ୍ରଭାଵରେ ପ୍ରଭାବରେ ବୁଧୁବାର ଠାରୁ ରାଜ୍ୟରେ କିଛି ଅଞ୍ଚଳରେ ପବନ ବହିବା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟରେ ହାଲୁକା ବର୍ଷା ହୋଇଥିବା ବେଳେ ଫୁଲବାଣୀ, ଭବାନୀପାଟଣା ଏବଂ ରାଉରକେଲାରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ ନେଇ ଆକଳନ କରିଛି ପାଣିପାଗ ବିଭାଗ ଇ ସେହିପରି […]

ଲଘୁଚାପ ପ୍ରଭାବରେ ଆସନ୍ତା ୩ ଦିନ ମଧ୍ୟର କେତେକ ଜିଲ୍ଲାରେ ହାଲୁକା ବର୍ଷା
ଲଘୁଚାପ ପ୍ରଭାବରେ ଆସନ୍ତା ୩ ଦିନ ମଧ୍ୟର କେତେକ ଜିଲ୍ଲାରେ ହାଲୁକା ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଇ ଏହା ପ୍ରଭାଵରେ ପ୍ରଭାବରେ ବୁଧୁବାର ଠାରୁ ରାଜ୍ୟରେ କିଛି ଅଞ୍ଚଳରେ ପବନ ବହିବା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟରେ ହାଲୁକା ବର୍ଷା ହୋଇଥିବା ବେଳେ ଫୁଲବାଣୀ, ଭବାନୀପାଟଣା ଏବଂ ରାଉରକେଲାରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ ନେଇ ଆକଳନ କରିଛି ପାଣିପାଗ ବିଭାଗ ଇ ସେହିପରି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ପାଗ ମେଘୁଆ ରହିବା ହେତୁ ରାତି ତାପମାତ୍ରା ପ୍ରାୟ ଅଞ୍ଚଳରେ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଛି।

ଆସନ୍ତାକାଲି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ୨୧ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଅନ୍ୟପଟେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଅନ୍ୟପଟେ ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତାଠାରୁ କମ ରହିଥିଲା । ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।୨୨ ତାରିଖରୁ ପୁଣି ଲେଉଟିବ ଶୀତ।