ଜମି ଦୁର୍ନୀତି ବିବାଦ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଆଶ୍ୱସ୍ତି

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗ ଘଟଣାରେ କଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଦ୍ଦରମୈୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ ଶନିବାର ଅନୁମତି ଦେଇଥିଲେ। ଏହା ବିରୋଧ ସେ ହାଇକୋର୍ଟ ଯାଇଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ରାଜନୈତିକ […]

ଜମି ଦୁର୍ନୀତି ବିବାଦ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଆଶ୍ୱସ୍ତି

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗ ଘଟଣାରେ କଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଦ୍ଦରମୈୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ ଶନିବାର ଅନୁମତି ଦେଇଥିଲେ। ଏହା ବିରୋଧ ସେ ହାଇକୋର୍ଟ ଯାଇଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରି ସିଦ୍ଦରମୈୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ସିଦ୍ଦରମୈୟାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ ଯେମିତି କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତା’ର ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନୁମତି କର୍ଣ୍ଣାଟକାର ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବା ପାଇଁ ଚାଲିଥିବା ଉଦ୍ୟମର ଅଂଶବିଶେଷ। ୧୨ରୁ ୧୫ଟି ଅଭିଯୋଗ ମଧ୍ୟରୁ ରାଜ୍ୟପାଳ ନିର୍ଦ୍ଦିଷ୍ଟ ଭାବେ ଏହି ଘଟଣାକୁ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଥିବା ସିଙ୍ଘଭୀ ଯୁକ୍ତି ରଖିଥିଲେ। ହାଇକୋର୍ଟ ଏହାର ଶୁଣାଣି କରି ଆସନ୍ତା ୨୯ ତାରିଖ ଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।