ଏନଡିଏ ପାଇଁ ସମର୍ଥନ ଘୋଷଣା କଲେ ପାରସ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଶନିବାର ଦିନ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ଆସନ୍ତା ଲୋକସଭା ନିର୍ବାଚନରେ ଏନଡିଏକୁ ସମର୍ଥନ କରିବେ। ମନ୍ତ୍ରୀ ପଦ ଛାଡ଼ି ବିହାର ଫେରିବାପରେ ପାରସ ଏଯାବତ ଗଣମାଧ୍ୟମରେ କୌଣସି ଟିପ୍ପଣୀ ଦେଇନଥିଲେ। ତେବେ ଆଜି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ୍ କରି ପାରସ ଏନଡିଏକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା […]

ଏନଡିଏ ପାଇଁ ସମର୍ଥନ ଘୋଷଣା କଲେ ପାରସ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଶନିବାର ଦିନ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ଆସନ୍ତା ଲୋକସଭା ନିର୍ବାଚନରେ ଏନଡିଏକୁ ସମର୍ଥନ କରିବେ। ମନ୍ତ୍ରୀ ପଦ ଛାଡ଼ି ବିହାର ଫେରିବାପରେ ପାରସ ଏଯାବତ ଗଣମାଧ୍ୟମରେ କୌଣସି ଟିପ୍ପଣୀ ଦେଇନଥିଲେ। ତେବେ ଆଜି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ୍ କରି ପାରସ ଏନଡିଏକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଦଳର ବିହାର ପ୍ରଭାରୀ ବିନୋଦ ତାୱଦେଙ୍କୁ ଟ୍ୟାଗ୍ କରି ପାରସ ଲେଖିଛନ୍ତି, ଆମର ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ହେଉଛି ଏନଡିଏର ଏକ ଅଂଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଆମର ନେତା। ପାରସଙ୍କ ହାଜିପୁର ଲୋକସଭା ଆସନରେ ଚିରାଗ ଏନଡିଏ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତେବେ ପାରସ କହିଛନ୍ତି, ମୋଦୀଙ୍କ ନିଷ୍ପତ୍ତି ଆମପାଇଁ ସବୁଠାରୁ ବଡ଼। ଏନଡିଏ ୪୦୦ ଅତିକ୍ରମ କରିବାରେ ଏବଂ ବିହାରରେ ଏନଡିଏ ସମସ୍ତ ୪୦ ଆସନରେ ଜିତିବାପାଇଁ ଆମର ପୂର୍ଣ୍ଣ ସମର୍ଥନ ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏନଡିଏ ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି-ରାମ ବିଳାସଙ୍କୁ ୫ ଆସନ ଦେବାପରେ ପାରସ କେନ୍ଦ୍ର କ୍ୟାବିନେଟ ଛାଡ଼ି ଦେଇଥିଲେ।