ବଦଳୁଛି ପାଣିପାଗ,ଆଗାମୀ ୩ ଦିନ ଯାଏଁ ବର୍ଷା

ଭୁବନେଶ୍ୱର : ୧୭ ତାରିଖରୁ ରାଜ୍ୟରେ ପାଣିପାଗର ପରିବର୍ତନ ହୋଇଛି I ସାରା ରାଜ୍ୟରେ ଘନ କୁହୁଡି ଦେଖାଦେବା ସହ ଉପକୂଳବର୍ତ୍ତୀ ଜିଲ୍ଲା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗି ରହିଛି ଝଡି ବର୍ଷା I ଏଇଭଳି ଆସନ୍ତା ୨୫ ତାରିଖ ଯାଏଁ କୋହଲା ପାଗ ସାଙ୍ଗକୁ କିଛି ଜିଲ୍ଲାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ପ୍ରଭାବରେ ଉଷ୍ମ […]

ବଦଳୁଛି ପାଣିପାଗ,ଆଗାମୀ ୩ ଦିନ ଯାଏଁ ବର୍ଷା
ବଦଳୁଛି ପାଣିପାଗ,ଆଗାମୀ ୩ ଦିନ ଯାଏଁ ବର୍ଷା

ଭୁବନେଶ୍ୱର : ୧୭ ତାରିଖରୁ ରାଜ୍ୟରେ ପାଣିପାଗର ପରିବର୍ତନ ହୋଇଛି I ସାରା ରାଜ୍ୟରେ ଘନ କୁହୁଡି ଦେଖାଦେବା ସହ ଉପକୂଳବର୍ତ୍ତୀ ଜିଲ୍ଲା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗି ରହିଛି ଝଡି ବର୍ଷା I ଏଇଭଳି ଆସନ୍ତା ୨୫ ତାରିଖ ଯାଏଁ କୋହଲା ପାଗ ସାଙ୍ଗକୁ କିଛି ଜିଲ୍ଲାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ପ୍ରଭାବରେ ଉଷ୍ମ ବାୟୁ ପ୍ରବାହିତ ହେଉଛି । ଯାହାର ପ୍ରଭାବରେ ଆସନ୍ତା ୬ ଦିନ ମଧ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ,୨୨ ତାରିଖରେ ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି I ସେହିପରି ୨୩ରେ ଉତ୍ତର ଉପକୂଳ ଓଡିଶା ସମେତ,ସୁନ୍ଦରଗଡ଼,କେନ୍ଦୁଝର,ମୟୁରଭଞ୍ଜ,ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ I ୨୪,୨୫ରେ ଉତ୍ତର ଉପକୂଳ ଓଡିଶା ସହ ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି I