ଜାନୁଆରୀ ୨୬ରେ ଛାତ୍ର-ଛାତ୍ରୀ ଭ୍ୟାନ ଓଲଟିବା ଘଟଣା, ଉଠିଲା ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସସପେଣ୍ଡ ଦାବି

ବାଙ୍କୀ: ସାଧାରଣତନ୍ତ୍ର ଦିବସରେ ବାଙ୍କୀରେ ଘଟିଥିଲା ଦୁଃଖଦ ଘଟଣା। ମାଳବିହାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୩ ଛାତ୍ରଛାତ୍ରୀଙ୍କୁ ନେଇ ସରଣ୍ଡା କଲେଜ ପଡିଆକୁ ଯାଉଥିବା ଏକ ପିକ୍ ଅପ୍ ଭ୍ୟାନ ଓଲଟି ପଡ଼ିଥିଲା। ଯେଉଁଥିରେ ଜଣେ ଛାତ୍ର ମୃତ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ହୋଇ ପ୍ରଥମେ ଆଠଗଡ଼ ଓ ପରେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହୋଇଥିଲେ। ପିଲାଙ୍କ ମଧ୍ୟରେ କାହାର ହାତ ଭାଙ୍ଗିଛି ତ କାହାର ଅଣ୍ଟା ଭାଙ୍ଗିଛି।  ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ ହୋଇଥିବାବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। କିନ୍ତୁ ଏବେ ପ୍ରଶ୍ନ ଉଠିଛି ଆହତ ହୋଇଥିବା ପିଲାଙ୍କ ଭବିଷ୍ୟତକୁ ନେଇ। ଅଧିକାଂଶ ପିଲା ଦଶମ ଶ୍ରେଣୀରେ ପଢନ୍ତି। ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଦଶମ ପରୀକ୍ଷା ଆରମ୍ଭ ହେବ। ଏବେ ଆହତ ହୋଇଥିବା ଛାତ୍ର ଛାତ୍ରୀ କେମିତି  ପଢ଼ିବେ ଓ ଲେଖିବେ ତାହା ପ୍ରଶ୍ନବାଚୀ ହୋଇଛି।ଅନ୍ୟପକ୍ଷରେ ଆହତ ହୋଇଥିବା ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ସ୍କୁଲ ଶିକ୍ଷକ ଶ୍ରୀନିବାସ ବେହେରା ସେମାନଙ୍କୁ ଜବରଦସ୍ତି ପିକ୍ ଅପ୍ ଗାଡ଼ିରେ ସରଣ୍ଡା କଲେଜ ପଡିଆକୁ ପଠାଇଛନ୍ତି। ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଥିଲେ ମଧ୍ୟ କଣ ପାଇଁ ମୁଖ୍ୟ ଦାୟୀ ଶ୍ରୀନିବାସ ବେହେରାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଜାନୁଆରୀ ୨୬ରେ ଛାତ୍ର-ଛାତ୍ରୀ ଭ୍ୟାନ ଓଲଟିବା ଘଟଣା, ଉଠିଲା ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସସପେଣ୍ଡ ଦାବି

ବାଙ୍କୀ: ସାଧାରଣତନ୍ତ୍ର ଦିବସରେ ବାଙ୍କୀରେ ଘଟିଥିଲା ଦୁଃଖଦ ଘଟଣା। ମାଳବିହାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୩ ଛାତ୍ରଛାତ୍ରୀଙ୍କୁ ନେଇ ସରଣ୍ଡା କଲେଜ ପଡିଆକୁ ଯାଉଥିବା ଏକ ପିକ୍ ଅପ୍ ଭ୍ୟାନ ଓଲଟି ପଡ଼ିଥିଲା। ଯେଉଁଥିରେ ଜଣେ ଛାତ୍ର ମୃତ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ହୋଇ ପ୍ରଥମେ ଆଠଗଡ଼ ଓ ପରେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହୋଇଥିଲେ। ପିଲାଙ୍କ ମଧ୍ୟରେ କାହାର ହାତ ଭାଙ୍ଗିଛି ତ କାହାର ଅଣ୍ଟା ଭାଙ୍ଗିଛି। 

 ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ ହୋଇଥିବାବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। କିନ୍ତୁ ଏବେ ପ୍ରଶ୍ନ ଉଠିଛି ଆହତ ହୋଇଥିବା ପିଲାଙ୍କ ଭବିଷ୍ୟତକୁ ନେଇ। ଅଧିକାଂଶ ପିଲା ଦଶମ ଶ୍ରେଣୀରେ ପଢନ୍ତି। ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଦଶମ ପରୀକ୍ଷା ଆରମ୍ଭ ହେବ। ଏବେ ଆହତ ହୋଇଥିବା ଛାତ୍ର ଛାତ୍ରୀ କେମିତି  ପଢ଼ିବେ ଓ ଲେଖିବେ ତାହା ପ୍ରଶ୍ନବାଚୀ ହୋଇଛି।

ଅନ୍ୟପକ୍ଷରେ ଆହତ ହୋଇଥିବା ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ସ୍କୁଲ ଶିକ୍ଷକ ଶ୍ରୀନିବାସ ବେହେରା ସେମାନଙ୍କୁ ଜବରଦସ୍ତି ପିକ୍ ଅପ୍ ଗାଡ଼ିରେ ସରଣ୍ଡା କଲେଜ ପଡିଆକୁ ପଠାଇଛନ୍ତି। ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଥିଲେ ମଧ୍ୟ କଣ ପାଇଁ ମୁଖ୍ୟ ଦାୟୀ ଶ୍ରୀନିବାସ ବେହେରାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।