ସାକ୍ଷୀଗୋପାଳ ନିକଟରେ ଦ୍ରୁତଗତିରେ ଆସୁଥିଲା ଟ୍ରେନ, ପାର୍‌ ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର,ତା’ପରେ…

ସାକ୍ଷୀଗୋପାଳ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସୋମବାର ଅପରାହ୍ନରେ ସାକ୍ଷୀଗୋପାଳ ରେଳଷ୍ଟେସନ ଠାରୁ କିଛି ଦୂରରେ ଏକବଡ଼ ଧରଣର ରେଳ ଦୁର୍ଘଟଣାରୁ ପୁରୀ -ପାଟନା ଏକ୍ସପ୍ରେସ ଅଳ୍ପକେ ବର୍ତ୍ତିଯାଇଛି । ସାକ୍ଷୀଗୋପାଳ ରେଳ ଷ୍ଟେଶନ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ବୀରରମଚନ୍ଦ୍ରପୁରୁ ଓ କବିରାଜପୁର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବୀରରାମଚନ୍ଦ୍ରପୁର ପଞ୍ଚାୟତର ମାଦେଳା ଗହୀର ନିକଟରେ ବୃଦ୍ଧଙ୍ଗ କେନାଲ ଉପରେ ନିର୍ମିତ ରେଳବାଇ ପୋଲ ଉପରେ ଦୁର୍ଘଟଣା ଘଟିଥିଲା । ରେଳ ଧକ୍କାରେ ଟ୍ରାକ୍ଟରଟି ଚୁରମାର […] The post ସାକ୍ଷୀଗୋପାଳ ନିକଟରେ ଦ୍ରୁତଗତିରେ ଆସୁଥିଲା ଟ୍ରେନ, ପାର୍‌ ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର,ତା’ପରେ… appeared first on Dharitri Odia News.

ସାକ୍ଷୀଗୋପାଳ ନିକଟରେ ଦ୍ରୁତଗତିରେ ଆସୁଥିଲା ଟ୍ରେନ, ପାର୍‌ ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର,ତା’ପରେ…

ସାକ୍ଷୀଗୋପାଳ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସୋମବାର ଅପରାହ୍ନରେ ସାକ୍ଷୀଗୋପାଳ ରେଳଷ୍ଟେସନ ଠାରୁ କିଛି ଦୂରରେ ଏକବଡ଼ ଧରଣର ରେଳ ଦୁର୍ଘଟଣାରୁ ପୁରୀ -ପାଟନା ଏକ୍ସପ୍ରେସ ଅଳ୍ପକେ ବର୍ତ୍ତିଯାଇଛି । ସାକ୍ଷୀଗୋପାଳ ରେଳ ଷ୍ଟେଶନ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ବୀରରମଚନ୍ଦ୍ରପୁରୁ ଓ କବିରାଜପୁର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବୀରରାମଚନ୍ଦ୍ରପୁର ପଞ୍ଚାୟତର ମାଦେଳା ଗହୀର ନିକଟରେ ବୃଦ୍ଧଙ୍ଗ କେନାଲ ଉପରେ ନିର୍ମିତ ରେଳବାଇ ପୋଲ ଉପରେ ଦୁର୍ଘଟଣା ଘଟିଥିଲା । ରେଳ ଧକ୍କାରେ ଟ୍ରାକ୍ଟରଟି ଚୁରମାର ହୋଇଯାଇଛି। ଚାଷଜମିରେ କାଦୁଅ କରୁଥିବା ଟ୍ରାକ୍ଟରଟି ରେଳ ଧାରଣା ପାର୍‌ ହେବା ସମୟରେ ରେଳ ଧାରଣା ପାର୍ଶ୍ୱରେ ପାଇପ ଲାଇନ ପାଇଁ ଖୋଳା ଯାଇଥିବା ଗାତରେ ଟ୍ରାକ୍ଟରଟି ଅଟକି ଯାଇଥିଲା। ଅପରାହ୍ନ ୩ ଟା ୧୬ ମିନିଟରେ ପୁରୀରୁ ଆସୁଥିବା ପୁରୀ ବୈଦ୍ୟନାଥ ଧାମ ଏକପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଆଗ ଚକା ଦ୍ବୟ ଓ ଇଞ୍ଜିନ ପ୍ରାୟ ୨ଶହ ମିଟର ଦୂରରେ ପଡିଥିଲା । ରେଳ ଧାରଣା ଉପରେ ଟ୍ରାକ୍ଟରଟିକୁ ଦେଖି ଟ୍ରେନ ଚାଳକ ଟ୍ରେନ ଗତି କମାଇ ଦେଇଥିଲେ। ରେଳ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ରେଳ ଦୁର୍ଘଟଣାରୁ ରେଳ ସହିତ ଯାତ୍ରୀମାନେ ବର୍ତ୍ତି ଯାଇଥିଲେ । ଖବର ପାଇ ପୁରୀ ରେଳବାଇ ଥାନା ଆଇଆଇସି ହରିଦର୍ଶନ ଶର୍ମା, ଏସଆଇ ସ୍ମୃତିରେଖା ଦତ୍ତ, ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର, ଖୋର୍ଦ୍ଧାରୋଡ଼ର ପ୍ରେମଦୀପ ସଞ୍ଜୟ ଓ ଜିଆରପି ଥାନା ଆଇଆଇସି ସନ୍ତୋଷ କୁମାର ବାହିନୀପତିଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀ ମାନେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଦୁର୍ଘଟଣା ସମ୍ପର୍କରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣଙ୍କୁ ପଚରାଉଚରା କରିଥିଲେ । ଏକ ଜେସିବି ସାହାଯ୍ୟରେ ଦୁର୍ଘଟଣା ସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ସ୍ଥାନାନ୍ତର କରିଥିଲେ । ଏହି ଦୁର୍ଘଟଣାରେ ପୁରୀ ହରିଦ୍ୱାର ଏକ୍ସପ୍ରେସ ଟ୍ରେନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛି ବୋଲି ରେଳବାଇ ଥାନା ଆଇଆଇସି ହରିଦର୍ଶନ ଶର୍ମା ପ୍ରକାଶ କହିଛନ୍ତି ।

The post ସାକ୍ଷୀଗୋପାଳ ନିକଟରେ ଦ୍ରୁତଗତିରେ ଆସୁଥିଲା ଟ୍ରେନ, ପାର୍‌ ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର,ତା’ପରେ… appeared first on Dharitri Odia News.