ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍ଆଇ
ବ୍ରହ୍ମପୁର,୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବିଭିନ୍ନ କାରଣକୁ ନେଇ ପୋଲିସ ପୋଷାକ ଖାକିରେ ଦାଗ ଲାଗୁଛି। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି। ବୁଧବାର ଏମିତି ଏକ ଘଟଣାରେ ଜଣେ ମହିଳା ଥାନାର ମହିଳା ଏଏସଆଇ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ସୂଚନା […] The post ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍ଆଇ appeared first on Dharitri Odia News.
ବ୍ରହ୍ମପୁର,୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବିଭିନ୍ନ କାରଣକୁ ନେଇ ପୋଲିସ ପୋଷାକ ଖାକିରେ ଦାଗ ଲାଗୁଛି। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି। ବୁଧବାର ଏମିତି ଏକ ଘଟଣାରେ ଜଣେ ମହିଳା ଥାନାର ମହିଳା ଏଏସଆଇ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଟିମ୍ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି। ଏକ ମାମଲା ରଫାଦଫା ପାଇଁ ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଛି। ତାଙ୍କର ବାସଭବନ ସମେତ ଅନେକ ସ୍ଥାନରେ ଟିମ୍ ଚଢ଼ାଉ କରିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
The post ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍ଆଇ appeared first on Dharitri Odia News.