Japan Plane Collide: ଜାପାନରେ ଦୁଇ ବିମାନ ମଧ୍ୟରେ ଧକ୍କା, ଥିଲେ ୨୮୯ ଯାତ୍ରୀ
ଟୋକିଓ,୧୬।୧: ଜାପାନର ଏକ ବିମାନବନ୍ଦରରେ ଦୁଇ ବିମାନ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହାପରେ ଦୁଇ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏଥିରେ ଜନଜୀବନ କ୍ଷୟକ୍ଷତି ହୋଇ ନ ଥିଲେ ହେଁ ବିମାନ ଦୁଇଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ନ୍ୟୁ ଚିଟୋଜ୍ ବିମାନବନ୍ଦରରେ କୋରିଆନ୍ ଏୟାର ଲାଇନ୍ସର ଏକ ବିମାନ କ୍ୟାଥେ ପାସିଫିକ୍ ଏୟାରଓ୍ବେଜର ଏକ ବିମାନ ସହ ଧକ୍କା ହୋଇଥିଲା। ଏହି ସମୟରେ କୋରିଆନ୍ ବିମାନରେ ୨୮୯ଜଣ ଯାତ୍ରୀ ଥିଲେ। […] The post Japan Plane Collide: ଜାପାନରେ ଦୁଇ ବିମାନ ମଧ୍ୟରେ ଧକ୍କା, ଥିଲେ ୨୮୯ ଯାତ୍ରୀ appeared first on Dharitri Odia News.
ଟୋକିଓ,୧୬।୧: ଜାପାନର ଏକ ବିମାନବନ୍ଦରରେ ଦୁଇ ବିମାନ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହାପରେ ଦୁଇ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏଥିରେ ଜନଜୀବନ କ୍ଷୟକ୍ଷତି ହୋଇ ନ ଥିଲେ ହେଁ ବିମାନ ଦୁଇଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ନ୍ୟୁ ଚିଟୋଜ୍ ବିମାନବନ୍ଦରରେ କୋରିଆନ୍ ଏୟାର ଲାଇନ୍ସର ଏକ ବିମାନ କ୍ୟାଥେ ପାସିଫିକ୍ ଏୟାରଓ୍ବେଜର ଏକ ବିମାନ ସହ ଧକ୍କା ହୋଇଥିଲା। ଏହି ସମୟରେ କୋରିଆନ୍ ବିମାନରେ ୨୮୯ଜଣ ଯାତ୍ରୀ ଥିଲେ। ତେବେ ଘଟଣାରେ କେବଳ ବିମାନକୁ କ୍ଷତି ପହଞ୍ଚିଥିବା ଜାପାନର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ରନ୍ ଓ୍ବେରେ ବରଫ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।
The post Japan Plane Collide: ଜାପାନରେ ଦୁଇ ବିମାନ ମଧ୍ୟରେ ଧକ୍କା, ଥିଲେ ୨୮୯ ଯାତ୍ରୀ appeared first on Dharitri Odia News.