ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ
ଗୋପାଳପୁର,୭ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଓ ଗଜପତି ଜିଲାର ସୀମାରେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳରୁ ଆସିଥିବା ମହାବଳ ବାଘ ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ନେଇ ବନ ବିଭାଗ ସୂଚନା ପାଇଛି। ଗତ ୩ ତାରିଖ ରାତିରେ ଗୋଳନ୍ଥରା ଥାନା ଅଧିନସ୍ଥ ଘାଟିକାଳୁଆ ମନ୍ଦିର ଓ ରୋଲାଣ୍ଡ କଲେଜ ମଝିରେ ୧୬ ନଂ ଜାତୀୟ ରାଜପଥରେ ଅତିକ୍ରମ କରୁଥିବା ନେଇ ଏକ ପର୍ଯ୍ୟଟକ କାର୍ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ […] The post ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ appeared first on Dharitri Odia News.
ଗୋପାଳପୁର,୭ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଓ ଗଜପତି ଜିଲାର ସୀମାରେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳରୁ ଆସିଥିବା ମହାବଳ ବାଘ ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ନେଇ ବନ ବିଭାଗ ସୂଚନା ପାଇଛି। ଗତ ୩ ତାରିଖ ରାତିରେ ଗୋଳନ୍ଥରା ଥାନା ଅଧିନସ୍ଥ ଘାଟିକାଳୁଆ ମନ୍ଦିର ଓ ରୋଲାଣ୍ଡ କଲେଜ ମଝିରେ ୧୬ ନଂ ଜାତୀୟ ରାଜପଥରେ ଅତିକ୍ରମ କରୁଥିବା ନେଇ ଏକ ପର୍ଯ୍ୟଟକ କାର୍ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଖବର ପାଇବା ପରେ ବ୍ରହ୍ମପୁର ଡିଏଫ୍ଓ ଶନି ଖୋଖର ଓ ବନ ଅଧିକାରୀମାନେ ଅତିକ୍ରମ କରିଥିବା ସ୍ଥାନ ଓ ଆଖପାଖ ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ସମୟରେ ଜମିରେ ବାଘର ପାଦଚି଼ହ୍ନ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକମାନଙ୍କୁ ରାତିରେ ଏକୁଟିଆ ନ ବାହାରିବାକୁ ବନ କର୍ମଚାରୀ ସଚେତନ କରିଛନ୍ତି। ଏହା ପରେ ଭାଲିଆଗଡ଼, ପାଲୁର ହିଲ, ଘାଟିକାଲୁଆ ଓ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି।
ସୂଚନାନୁଯାୟୀ, ତେଲଙ୍ଗାନା ରାଜ୍ୟ ହାଇଦ୍ରାବାଦ ଅଞ୍ଚଳ ଏକ ପର୍ଯ୍ୟଟକ ନିଜ ପରିବାର ନେଇ ପୁରୀ ବୁଲିବାକୁ ଆସିଥିଲେ। ୧୬ ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ ଫେରୁଥିବା ବେଳେ ଗତ ୩ ତାରିଖ ରାତି ଘାଟିକାଲୁଆ ଓ ରୋଲାଣ୍ଡ କଲେଜ ମଝିରେ ବାଘ ରାସ୍ତା ଦେଇ ଏକ ବସ୍ତି ପଛପଟୁ ଅତିକ୍ରମ କରିଥିଲା। ପର୍ଯ୍ୟଟକ କାର୍ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ସମୟ ରାତି ୯.୨୯ ମିନିଟ୍ରେ ହୋଇଥିବା ଜଣାପଡ଼ିଛି। ପର୍ଯ୍ୟଟକ ଜଣକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ କାର୍ ରଖି କର୍ମଚାରୀଙ୍କୁ ବାଘ ଆସିଥିବା ନେଇ କହିଥିଲେ ମଧ୍ୟ କେହି ବିଶ୍ୱାସ କରି ନ ଥିଲେ। ବୁଧବାର ଡିଏଫ୍ଓ ଖୋଖର, ଭାରପ୍ରାପ୍ତ ଏସିଏଫ୍ ମାଣିକେଶ୍ୱରୀ ହାଁସଦା ଓ ଅନ୍ୟ ଅଧିକାରୀମାନେ ବାଘ ପାର୍ ହୋଇଥିବା ସ୍ଥାନ ଓ ଆଖ ପାଖ ଅଞ୍ଚଳ ବୁଲି ଦେଖିଲା ସମୟ ଗୋଟିଏ ବାଘର ପାଦଚି଼ହ୍ନ ସ୍ପଷ୍ଟ ଦେଖିବାକୁ ପାଇଥିବା ବେଳେ ଆଉ କିଛି ପାଦଚି଼ହ୍ନଗୁଡିକ ଲୋକମାନେ ଯାତାୟାତ କରିବା ଫଳରେ ସମ୍ପୂର୍ଣ୍ଣ ଦେଖି ପାରି ନ ଥିଲେ। ପୁଣି ସେହି ରାସ୍ତା ଦେଇ ବାଘ ଫେରି ଯାଇଥିବା ପାଦଚି଼ହ୍ନ ରହିଛି ବୋଲି ଭାରପ୍ରାପ୍ତ ଏସିଏଫ୍ ହାଁସଦା ସୂଚନା ଦେଇଛି। ବାଘର ଗତି ପଥକୁ ଚିକିଟି ଓ ଟମଣା ବନାଞ୍ଚଳରେ ବନପାଳମାନେ ଟ୍ରାକିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମଗୁଡ଼ିକରେ ସଚେତନ କରାଯାଉଛି ବୋଲି କହିଥିଲେ।
ଅନ୍ୟ ପଟେ ଗତ ୫ ତାରିଖରେ ଗୋବିନ୍ଦନଗର ପଞ୍ଚାୟତ ପନାଡା ଗ୍ରାମରେ ବଣରେ ଛେଳି ଚରୁଥିବାବେଳେ ଉକ୍ତ ଗ୍ରାମ ଜୁରିଆ ପ୍ରଧାନଙ୍କ ଦୁଇଟି ଛେଳି, ଟୁକୁନା ଗୌଡ଼ ଗୋଟିଏ ଛେଳି ବାଘ ମାରି କହିଥିବାବେଳେ ଓ ଲକ୍ଷ୍ମୀ ଗୌଡ଼ଙ୍କ ଗୋଟିଏ ଛେଳି ପ୍ରିୟା ୭୦ ଭାଗକୁ ଖାଇଥିବା ସହ କିଛି ଅଂଶକୁ ନ ଖାଇବା ଫଳରେ ଛାଡ଼ିଦେଇଥିବା ନେଇ ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି। ମହାବଳ ବାଘ ଗତ ଜାନୁଆରୀ ପାତ୍ରପୁର ବନାଞ୍ଚଳରେ ଏହି ବାଘ ବୁଲୁ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ଏରିଆ ଅଞ୍ଚଳରୁ ଆସିଛି। ଏହା ରୟାଲ ବେଙ୍ଗଲ ଟାଇଗର ଜାତିର ବୋଲି ଡିଏଫ୍ଓ ଖୋଖର ସୂଚନା ଦେଇଛନ୍ତି। ଏଥିସହ ଜାତୀୟ ରାଜପଥ ଓ ଜଙ୍ଗଲ ପାଖରେ ଥିବା ଗ୍ରାମରେ ସଚେତନ କରିବା ସହ ୧୫ରୁ ୨୦ ଜଣ ପାଟ୍ରୋଲିଂ କରୁଥିବା କହିଛନ୍ତି। ଯେଉଁମାନଙ୍କର ଛେଳିକୁ ବାଘ ମାରି ଖାଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଡିଏଫ୍ଓ କହିଛନ୍ତି।
The post ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ appeared first on Dharitri Odia News.