ଲାଲ୍ଚାନ୍ଦ୍ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର
ଭୁବନେଶ୍ୱର,୩।୫:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଲ୍ଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ ରିହାତି ଆଣିଛି। ଏହି କ୍ରମରେ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୭୯୯ ଟଙ୍କା ଥିବାବେଳେ ହୀରା ଗହଣା ଉପରେ ଶୂନ୍ୟ (୦) ଗଢ଼ା ମଜୁରି ରଖାଯାଇଛି, ଅର୍ଥାତ୍ ବିନା ଗଢ଼ା […] The post ଲାଲ୍ଚାନ୍ଦ୍ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର appeared first on Dharitri Odia News.
ଭୁବନେଶ୍ୱର,୩।୫:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଲ୍ଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ ରିହାତି ଆଣିଛି। ଏହି କ୍ରମରେ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୭୯୯ ଟଙ୍କା ଥିବାବେଳେ ହୀରା ଗହଣା ଉପରେ ଶୂନ୍ୟ (୦) ଗଢ଼ା ମଜୁରି ରଖାଯାଇଛି, ଅର୍ଥାତ୍ ବିନା ଗଢ଼ା ମଜୁରିରେ ଆପଣ ହୀରା ଗହଣା କ୍ରୟ କରିପାରିବେ। ଏଥିସହ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ପ୍ରତି ଗ୍ରାମକୁ ଫ୍ଲାଟ୍ ୧୩ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ସମସ୍ତ ଅଫର ୨୦୨୪ ମେ ୧୨ ପର୍ଯ୍ୟନ୍ତ ଉପଲବ୍ଧ।
ଲାଲ୍ଚାନ୍ଦ୍ର ସମସ୍ତ ଷ୍ଟୋରରେ ଏସ୍ବିଆଇ କାର୍ଡ ଉପଭୋକ୍ତାଙ୍କ ପାଇଁ ବିଶେଷ ଅଫର୍ ରଖାଯାଇଛି। ସର୍ବନିମ୍ନ ୩୦ହଜାର ଟଙ୍କାର ନେଣଦେଣ ଉପରେ ସର୍ବାଧିକ ୨,୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଅଫର ରଖାଯାଇଛି। ଏହି ଅଫର ୨୦୨୪ ମେ ୫ରୁ ୧୨ ପର୍ଯ୍ୟନ୍ତ ବୈଧ ରହିଛି। ଏଥିସହ ବିଆଇଏସ୍ ହଲ୍ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ୍ ଉପରେ ୧୦୦% ସୁନା ମୂଲ୍ୟ ପ୍ରଦାନ କରାଯାଉଥିବା ଲାଲଚାନ୍ଦ୍ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ପ୍ରତି ଦେଶରେ ସୁନାର ଦର ଅଧିକ ରହିଛି।
ଏ ନେଇ ଲାଲଚାନ୍ଦ୍ ଗ୍ରୁପ୍ର ଫାଉଣ୍ଡର ଚେୟାରମ୍ୟାନ୍ ସଞ୍ଜୟ ହଂସ ଆଗାମୀ ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
The post ଲାଲ୍ଚାନ୍ଦ୍ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର appeared first on Dharitri Odia News.