ଚିନ୍ତା ବଢ଼ାଉଛି ଭାଇରାଲ ଜ୍ୱର: ହସ୍ପିଟାଲରେ ରୋଗୀଙ୍କ ଭିଡ଼
କନକ ବ୍ୟୁରୋ: ପ୍ରତିଟି ଘରେ ବର୍ତ୍ତମାନ ଥଣ୍ଡା, କାଶ, ଜ୍ୱର। ହଠାତ୍ ଦେହହାତ ଘୋଳାବିନ୍ଧା, ଗଳାଦରଜ ଚିନ୍ତା ବଢ଼ାଇ ଦେଇଛି। ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ହଠାତ୍ ଦେହ ଖରାପ ହେବାର କାରଣ କ’ଣ, ଦେଖନ୍ତୁ ଏହି ରିପୋର୍ଟ। କ୍ୟାପିଟାଲ ହସ୍ପିଟାଲ ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନ। ଭିତରେ ବି ରୋଗୀଙ୍କ ଭିଡ଼। ଅଧିକାଂଶ ରୋଗୀ ଭାଇରାଲ ଜ୍ବରରେ ଆକ୍ରାନ୍ତ। କାହାକୁ ଜ୍ବର ହୋଇଛି ତ କାହାକୁ ଥଣ୍ଡା, କାଶ। ହଠାତ୍ ଲୋକଙ୍କୁ ଭାଇରାଲ ଜ୍ବର […] The post ଚିନ୍ତା ବଢ଼ାଉଛି ଭାଇରାଲ ଜ୍ୱର: ହସ୍ପିଟାଲରେ ରୋଗୀଙ୍କ ଭିଡ଼ first appeared on Kanak News.

କନକ ବ୍ୟୁରୋ: ପ୍ରତିଟି ଘରେ ବର୍ତ୍ତମାନ ଥଣ୍ଡା, କାଶ, ଜ୍ୱର। ହଠାତ୍ ଦେହହାତ ଘୋଳାବିନ୍ଧା, ଗଳାଦରଜ ଚିନ୍ତା ବଢ଼ାଇ ଦେଇଛି। ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ହଠାତ୍ ଦେହ ଖରାପ ହେବାର କାରଣ କ’ଣ, ଦେଖନ୍ତୁ ଏହି ରିପୋର୍ଟ।
କ୍ୟାପିଟାଲ ହସ୍ପିଟାଲ ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନ। ଭିତରେ ବି ରୋଗୀଙ୍କ ଭିଡ଼। ଅଧିକାଂଶ ରୋଗୀ ଭାଇରାଲ ଜ୍ବରରେ ଆକ୍ରାନ୍ତ। କାହାକୁ ଜ୍ବର ହୋଇଛି ତ କାହାକୁ ଥଣ୍ଡା, କାଶ। ହଠାତ୍ ଲୋକଙ୍କୁ ଭାଇରାଲ ଜ୍ବର ହେବା ପଛର କାରଣ କ’ଣ?
କାହିଁକି ହେଉଛି ଭାଇରାଲ ଜ୍ବର?
ପ୍ରତିବର୍ଷ ଏହି ସମୟରେ ଦେଖିବାକୁ ମିଳିଥାଏ ଭାଇରାଲ ଜ୍ବର
ହଠାତ୍ ପାଣିପାଗ ପରିବର୍ତ୍ତନ ମୁଖ୍ୟ କାରଣ
ଛିଙ୍କ, କାଶ ଦ୍ବାରା ଅଧିକ ବ୍ୟାପୁଛି
କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ, ରାଜ୍ୟର ବିଭିନ୍ନ ହସ୍ପିଟାଲରେ ସମାନ ଦୃଶ୍ୟ। ଯାହାକୁ ଦେଖିବ ଜ୍ବର, ଥଣ୍ଡା, କାଶ, ଦେହହାତ ଘୋଳାବିନ୍ଧା ଓ ଗଳାଦରଜ ରୋଗ। ଅନେକଙ୍କର କାଶ ଏତେ ଅଧିକ ଦିନ ରହୁଛି ଯେ ଅନ୍ୟ ରୋଗ ଆଶଙ୍କାରେ ମ୍ୟାଲେରିଆ, ଟାଇଫଏଡ୍ ଓ ଡେଙ୍ଗୁ ଆଦିର ପରୀକ୍ଷା ମଧ୍ୟ କରିବାକୁ ପଡୁଛି। ତେବେ ଡେଙ୍ଗୁ ଭୟ ଅଧିକ ଚିନ୍ତା ବଢ଼ାଉଛି। ବର୍ତ୍ତମାନ ରାଜଧାନୀରେ ପ୍ରତି ୧୦୦ ଜଣରେ ୮ଜଣ ଡେଙ୍ଗୁରେ ଚିହ୍ନଟ ହେଉଛନ୍ତି। ବିଶେଷକରି ଖୋର୍ଦ୍ଧା ଡେଙ୍ଗୁର ହଟସ୍ପଟ ପାଲଟିଛି। ଡାକ୍ତରଙ୍କ କହିବାନୁସାରେ, ଦୁଇରୁ ଅଧିକ ଦିନ ଜ୍ବର ରହିଲେ ରକ୍ତ ପରୀକ୍ଷା କରନ୍ତୁ। ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ଚିକିତ୍ସା କରାନ୍ତୁ। ଆବଶ୍ୟକ ହେଲେ ହସ୍ପିଟାଲରେ ଆଡମିଟ୍ ହେବାକୁ ପରାମର୍ଶ ଦିଆଯାଇଛି।
ପ୍ରତିଟି ଘରେ ବଢ଼ୁଥିବା ଭାଇରାଲ ଜ୍ବର ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଡାକ୍ତରଙ୍କ ପରାମର୍ଶ ନେଲେ ଏହାର ପ୍ରତିକାର କରାଯାଇପାରିବ।
The post ଚିନ୍ତା ବଢ଼ାଉଛି ଭାଇରାଲ ଜ୍ୱର: ହସ୍ପିଟାଲରେ ରୋଗୀଙ୍କ ଭିଡ଼ first appeared on Kanak News.