ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ
ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’ ସ୍କୁଲ ଅଭିଯାନ ଯୋଜନାରେରେ ଉକ୍ତ ସ୍କୁଲ ପାଚେରି, ନୂତନ ସ୍କୁଲ ଗୃହ, ରୋଷେଇ ଗୃହ, ଡାଇନିଂ ଗୃହ, ରଙ୍ଗଦେବା ପ୍ରଭୃତି ୨୦୨୦ରେ ୬୦ ଲକ୍ଷ ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଡିଏସ୍ପି ଡେକ୍ସେନ ମୁର୍ମୁ ଆକସ୍ମିକ ସ୍କୁଲରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ କାଗଜପତ୍ରକୁ ଛାନ୍ଭିନ୍ […] The post ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ appeared first on Dharitri Odia News.
ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’ ସ୍କୁଲ ଅଭିଯାନ ଯୋଜନାରେରେ ଉକ୍ତ ସ୍କୁଲ ପାଚେରି, ନୂତନ ସ୍କୁଲ ଗୃହ, ରୋଷେଇ ଗୃହ, ଡାଇନିଂ ଗୃହ, ରଙ୍ଗଦେବା ପ୍ରଭୃତି ୨୦୨୦ରେ ୬୦ ଲକ୍ଷ ଟଙ୍କାର ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଡିଏସ୍ପି ଡେକ୍ସେନ ମୁର୍ମୁ ଆକସ୍ମିକ ସ୍କୁଲରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ କାଗଜପତ୍ରକୁ ଛାନ୍ଭିନ୍ କରିଥିଲେ। ଏଥିସହିତ ସ୍କୁଲର ସମସ୍ତ କାର୍ଯ୍ୟକୁ ତଦାରଖ କରି ସରକାରୀ ଅର୍ଥର ଅନିୟମିତତା ଓ ସ୍କୁଲର ଅତି ନିମ୍ନମାନର କାର୍ଯ୍ୟ ଓ ପୁରୁଣା ଗୃହକୁ ନୂତନ ରଙ୍ଗ ଦେଇ ଦୁର୍ନୀତି ହୋଇଥିବାର ସୁରାକ ମିଳିଛି ବୋଲି ପ୍ରକାଶ କରିଥିଲେ। ସ୍କୁଲର ଏଭଳି ସାଂଘାତିକ ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକ ଅଶୋକ କୁମାର ସାହୁ ଓ ଆଲୁମିନି ସଭାପତି ବିନୟ ସାହୁ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅପରପକ୍ଷରେ ଉକ୍ତ ସ୍କୁଲରେ ସରକାରୀ ଅର୍ଥ ଦୁର୍ନୀତିର ଗନ୍ଧ କେବଳ ନୁହେଁ, ଅଧିକାଂଶ ସ୍କୁଲରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଥିବାରୁ ସାଧାରଣ ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
The post ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ appeared first on Dharitri Odia News.