ପୋର୍ଟ, ଆଇଆରଇଏଲରେ ମିଳୁନି ନିଯୁକ୍ତି: ରାସ୍ତା ଅବରୋଧ କରିବେ ପଞ୍ଚାୟତବାସୀ
ଛତ୍ରପୁର,୨୩।୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ପୋର୍ଟ ଓ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆରଇଏଲ)ରେ ସ୍ଥାନୀୟ ଗରିବ ଯୁବତୀ ଓ ଯୁବକଙ୍କୁ ନିଯୁକ୍ତି ମିଳୁନି। ଏନେଇ ବାରମ୍ବାର ଦାବି ସହ ଧାରଣା ଆନ୍ଦୋଳନ କରାଯାଇଛି। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଛତ୍ରପୁର ବ୍ଲକ କଣମଣା ପଂଚାୟତ ବାସୀ କହିଛନ୍ତି। ଏଣୁ ଗୋପାଳପୁର ପୋର୍ଟ ଓ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆରଇଏଲ)ର ଗାଡି ଅଟକାଇବାକୁ କଣମଣା ପଞ୍ଚାୟତବାସୀ ବୈଠକ […] The post ପୋର୍ଟ, ଆଇଆରଇଏଲରେ ମିଳୁନି ନିଯୁକ୍ତି: ରାସ୍ତା ଅବରୋଧ କରିବେ ପଞ୍ଚାୟତବାସୀ appeared first on Dharitri Odia News.
ଛତ୍ରପୁର,୨୩।୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ପୋର୍ଟ ଓ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆରଇଏଲ)ରେ ସ୍ଥାନୀୟ ଗରିବ ଯୁବତୀ ଓ ଯୁବକଙ୍କୁ ନିଯୁକ୍ତି ମିଳୁନି। ଏନେଇ ବାରମ୍ବାର ଦାବି ସହ ଧାରଣା ଆନ୍ଦୋଳନ କରାଯାଇଛି। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଛତ୍ରପୁର ବ୍ଲକ କଣମଣା ପଂଚାୟତ ବାସୀ କହିଛନ୍ତି। ଏଣୁ ଗୋପାଳପୁର ପୋର୍ଟ ଓ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆରଇଏଲ)ର ଗାଡି ଅଟକାଇବାକୁ କଣମଣା ପଞ୍ଚାୟତବାସୀ ବୈଠକ କରି ସର୍ବସମ୍ମତି ନିଷ୍ପତି ନେଇଛନ୍ତି।
ଏସମ୍ପର୍କରେ ଛତ୍ରପୁର ଠାରେ ପଞ୍ଚାୟତବାସୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ସୋମବାର ଜ଼ିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋପାଳପୁର ପୋର୍ଟ ଓ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆରଇଏଲ) ଭଲ ସ୍ଥିତିରେ ଚାଲୁଛି। ବାହାର ଲୋକଙ୍କୁ ଚାକିରି ଦେଉଥିବାବେଳେ ସ୍ଥାନୀୟ ତଥା ଏସସି ଲୋକଙ୍କୁ ଉଭୟ କମ୍ପାନୀ ଅଣଦେଖା କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏମାନଙ୍କ ପକ୍ଷରୁ ସର୍ବଦା ଅହିଂସା ଉପାୟରେ ଆନ୍ଦୋଳନ କରାଯାଇଛି। ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ତେବେ ଉଭୟ କମ୍ପାନୀ ଆଲୋଚନା ପାଇଁ ଡାକୁ ନ ଥିବା ଏମାନେ କହିଛନ୍ତି। ଏଥିରେ ହସ୍ତକ୍ଷେପ କରି ଆଲୋଚନା କରିବାକୁ ଜ଼ିଲାପାଳଙ୍କୁ ଅନୁରୋଧ କରାଯାଇଛି।
The post ପୋର୍ଟ, ଆଇଆରଇଏଲରେ ମିଳୁନି ନିଯୁକ୍ତି: ରାସ୍ତା ଅବରୋଧ କରିବେ ପଞ୍ଚାୟତବାସୀ appeared first on Dharitri Odia News.