କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ
ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ ଅଧ୍ୟାପକ ଓ ପରିଚାଳନା କମିଟି ସଭାପତି ସ୍ଥାନୀୟ ୪ଜଣ ଯୁବକଙ୍କ ସହ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ନେଇ ବୁଧବାର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ସମ୍ପୃକ୍ତ ଅଧ୍ୟାପକ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ଅଧ୍ୟାପକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍ ନଂ. ୧୫୧/୨୪ ଏବଂ ଅଧ୍ୟକ୍ଷଙ୍କ ଅଭିଯୋଗ […] The post କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ appeared first on Dharitri Odia News.
ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ ଅଧ୍ୟାପକ ଓ ପରିଚାଳନା କମିଟି ସଭାପତି ସ୍ଥାନୀୟ ୪ଜଣ ଯୁବକଙ୍କ ସହ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ନେଇ ବୁଧବାର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ସମ୍ପୃକ୍ତ ଅଧ୍ୟାପକ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ଅଧ୍ୟାପକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍ ନଂ. ୧୫୧/୨୪ ଏବଂ ଅଧ୍ୟକ୍ଷଙ୍କ ଅଭିଯୋଗ ଭିତ୍ତିରେ କେସ୍ ନଂ. ୧୫୨/୨୪ ରୁଜୁ କରାଯାଇଛି। ପୋଲିସ ସିିସିଟିଭି ଫୁଟେଜ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛି।
ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ସକାଳ ସାଢେ ୮ଟାରେ ଇତିହାସ ବିଭାଗ ଅଧ୍ୟାପକ ବିଜୟ କୁମାର ଭଞ୍ଜ, ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ ଏବଂ ଗ୍ରାମର ରବିନାରାୟଣ ଭଞ୍ଜ ସାମନ୍ତ ଓରଫ ରବି, ପ୍ରଦୀପ୍ତ କୁମାର ଭଞ୍ଜ ଓରଫ ନିର, ଭବାନୀ ପଟ୍ଟନାୟକ ଓରଫ ଶିବୁନୁ ଏବଂ ଶ୍ରୀକାନ୍ତ କୁମାର ଭଞ୍ଜ ଓରଫ ଗୁଲୁ ହଠାତ୍ ଅଧ୍ୟକ୍ଷଙ୍କ ଚାମ୍ବରକୁ ପଶି ଆସି ତାଙ୍କୁ ଅଧ୍ୟକ୍ଷ ପଦବୀ ଛାଡ଼ିବା ସହ କ୍ୟାମ୍ପସରୁ ଚାଲିଯିବାକୁ ଧମକାଇଥିଲେ। ଆଇନ ଅନୁଯାୟୀ ଏ ସମ୍ପର୍କରେ ଆଲୋଚନା ପାଇଁ ପରିଚାଳନା କମିଟି ସଭାପତିଙ୍କୁ ଉମାକାନ୍ତ ଅନୁରୋଧ କରିଥିବା ବେଳେ ସଭାପତି ଏବଂ ଅଧ୍ୟାପକ ବିଜୟ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ତାଙ୍କ ତଣ୍ଟି ଚିପି ଗଳା ଧକ୍କା ମାରି ଚାମ୍ବରରୁ ବାହାର କରିଦେଇଥିଲେ। ଏହି ସମୟରେ ସେଠାରେ କଲେଜ ପିଅନ ଏବଂ ରାତ୍ରି ଜଗୁଆଳି ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଉମାକାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି।
ଅଧ୍ୟାପକ ବିଜୟ ଏବଂ ପରିଚାଳନା କମିଟି ସଭାପତି ରଞ୍ଜନ ଆଣିଥିବା ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ନଂ.୧୫୭୨୫/୦୨.୦୭.୨୪ ଅନୁଯାୟୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ହସ୍ତାନ୍ତର ପାଇଁ ସକାଳ ୮ଟା ୧୫ରେ ଅଧ୍ୟକ୍ଷଙ୍କ ଚାମ୍ବରକୁ ଯାଇଥିଲୁ। ହାଇକୋର୍ଟଙ୍କ ଆଦେଶ ପ୍ରକାରେ କାର୍ଯ୍ୟାଳୟ ଖାଲି କରିବାକୁ କହିବାବେଳେ ଉମାକାନ୍ତ କୋର୍ଟ କପି ହାତରୁ ଛଡ଼ାଇନେଇ ଚିରି ଦେଇଥିଲେ। ଏଥିସହ ଉଭୟଙ୍କୁ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଭୂଭୂଷଣ ସାହୁଙ୍କ ପୁଅ ବିକାଶ ମଧ୍ୟ ଗାଳିଗୁଲଜ କରିଥିଲେ। ସେମାନଙ୍କୁ ବନ୍ଧୁକରେ ଉଠାଇଦେବାକୁ ଉଭୟ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଜୁନ ୩୦ ତାରିଖରେ ଉମାକାନ୍ତଙ୍କ କଲେଜ ଅଧ୍ୟକ୍ଷ ପଦବୀ ବେଆଇନ ବୋଲି ଦର୍ଶାଇ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିବା ବିଜୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉମାକାନ୍ତ ପରିଚାଳନା କମିଟି ସଭାପତିଙ୍କ ବିନା ଅନୁମତିରେ ଗତ ୩୦ ତାରିଖରେ କେତେଜଣ କର୍ମଚାରୀ, ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଫିସ ଗୃହ ତାଲା ଭାଙ୍ଗି ନିୟମିତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।
ଯେ, ରାଜ୍ୟ ସରକାରଙ୍କ ଚିଠି ନଂ. ୪୫୭୩/୨.୬.୨୪ ନିର୍ଦ୍ଦେଶ ଅନୁଯାୟୀ ଓ ସଭାପତିଙ୍କ ଚିଠି ନଂ. ୧୮/୧୯.୬.୨୪ କ୍ରମେ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦରୁ ଉମାକାନ୍ତଙ୍କୁ ଅବ୍ୟାହତି ଦିଆଯାଇଥିଲା। ତେବେ ତା’ ପରଦିନ ସଭାପତିଙ୍କ ଚିଠି ନଂ. ୨୪/୨୦.୬.୨୪ରେ ବିଜୟଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଜୁଲାଇ ୧ରୁ ଯୁକ୍ତ୩ ପରୀକ୍ଷା ଥିବାରୁ ପରୀକ୍ଷାରେ ବ୍ୟାହତ ସୃଷ୍ଟି ହେବା ଆଶଙ୍କାରେ ପୋଲିସକୁ ଲିଖିତ ଭାବେ ଅଭିଯୋଗ କରିଥିବା ବିଜୟ କହିଛନ୍ତି। ତେବେ ଏ ସମ୍ପର୍କରେ ଉମାକାନ୍ତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଥାନା ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି, ଉଭୟଙ୍କ ଅଭିଯୋଗ କ୍ରମେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ appeared first on Dharitri Odia News.