ଜୋଙ୍କ ଥାନା ଆଇଆଇସି ନିଲମ୍ବିତ, କର୍ତ୍ତବ୍ୟର ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ

କଟକ: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଡିଜିପି ଯୋଗେଶ ବାହାଦୁର ଖୁରାନିଆ। ଶନିବାର ଜୋଙ୍କ ଥାନା ଚାଲମୁଣ୍ଡା ଅଞ୍ଚଳରେ ଠାବ ହୋଇଥିଲା ବଡ଼ ଧରଣର ଆନ୍ତଃ ରାଜ୍ୟ ଜୁଆ ଆଡ୍ଡା। ୮୧ ଜଣ ଗିରଫ ହେବା ସହ ଜବତ ହୋଇଥିଲା ୨୯ ଲକ୍ଷ ୫୫ ହଜାର ୪୦୫ ଟଙ୍କା। ଜୁଆ ଆଡ୍ଡା ଉପରେ DIG ନିଜେ ଚଢଉ କରିଥିଲେ।ଏହାକୁ ନେଇ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ଶ୍ରୀ କର୍ମି DIG, SWR କୋରାପୁଟଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିବେ।

ଜୋଙ୍କ ଥାନା ଆଇଆଇସି ନିଲମ୍ବିତ, କର୍ତ୍ତବ୍ୟର ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ

କଟକ: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଡିଜିପି ଯୋଗେଶ ବାହାଦୁର ଖୁରାନିଆ। 

ଶନିବାର ଜୋଙ୍କ ଥାନା ଚାଲମୁଣ୍ଡା ଅଞ୍ଚଳରେ ଠାବ ହୋଇଥିଲା ବଡ଼ ଧରଣର ଆନ୍ତଃ ରାଜ୍ୟ ଜୁଆ ଆଡ୍ଡା। ୮୧ ଜଣ ଗିରଫ ହେବା ସହ ଜବତ ହୋଇଥିଲା ୨୯ ଲକ୍ଷ ୫୫ ହଜାର ୪୦୫ ଟଙ୍କା। ଜୁଆ ଆଡ୍ଡା ଉପରେ DIG ନିଜେ ଚଢଉ କରିଥିଲେ।

ଏହାକୁ ନେଇ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ଶ୍ରୀ କର୍ମି DIG, SWR କୋରାପୁଟଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିବେ।