ଜାନୁଆରି ୧୨ରୁ ଜନତା ମଇଦାନ ଠାରେ “କୃଷି ଓଡ଼ିଶା – ୨୦୨୪’
ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାନୁଆରି ୧୨ରୁ ଭୁବନେଶ୍ଵର ଜନତା ମଇଦାନଠାରେ “କୃଷି ଓଡ଼ିଶା – ୨୦୨୪’ ଆୟୋଜନ ହେବ । ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । ଏହି କାର୍ଯ୍ୟକ୍ରମ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସ୍ବୀକୃତି ପ୍ରଦାନ ସହିତ ସ୍ଵୟଂ ସହାୟକ ଗୋଷ୍ଠୀ, ମଳିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ଵୟ […] The post ଜାନୁଆରି ୧୨ରୁ ଜନତା ମଇଦାନ ଠାରେ “କୃଷି ଓଡ଼ିଶା – ୨୦୨୪’ appeared first on KNews Odisha.

ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାନୁଆରି ୧୨ରୁ ଭୁବନେଶ୍ଵର ଜନତା ମଇଦାନଠାରେ “କୃଷି ଓଡ଼ିଶା – ୨୦୨୪’ ଆୟୋଜନ ହେବ । ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । ଏହି କାର୍ଯ୍ୟକ୍ରମ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସ୍ବୀକୃତି ପ୍ରଦାନ ସହିତ ସ୍ଵୟଂ ସହାୟକ ଗୋଷ୍ଠୀ, ମଳିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ଵୟ ଓ ଏକାଭିମୁଖତା ନିମିତ୍ତ ଏକ ଉପଯୁକ୍ତ ମଞ୍ଚ ପ୍ରସ୍ତୁତ କରିବ ।
କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷ୍ଣକଙ୍କ ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନ ଆଦିକୁ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ କୃଷି, ଉଦ୍ୟାନକୃଷି, ଖାଦ୍ୟ ପକ୍ରିୟାକରଣ, ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ବୃହତ୍ ନିର୍ଦ୍ଦେଶର ସୁଯୋଗକୁ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫ ହଜାର ମହିଳା କୃଷକ, ୨ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଏଠାରେ ସଫଳ ମହିଳା କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମ୍ୱର୍ଦ୍ଧିତ କରାଯିବ।
The post ଜାନୁଆରି ୧୨ରୁ ଜନତା ମଇଦାନ ଠାରେ “କୃଷି ଓଡ଼ିଶା – ୨୦୨୪’ appeared first on KNews Odisha.