ସିଏମ୍ସି ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ଧାରଣା, ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଥଇଥାନ କରିବାକୁ ଦାବି
କଟକ: ବେଆଇନ ଭାବେ ବସ୍ତି ବାସିନ୍ଦାଙ୍କୁ ଭାଗ ନକରି କର୍ମସ୍ଥଳୀରେ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଥଇଥାନ କରିବା ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମଖରେ ଧାରଣା ଦିଆଯାଇଛି। ସିଏମସିର ୫୪ ନମ୍ବର ୱାର୍ଡ ଅଧୀନରେ ଥିବା ନୂଆବଜାର ଜଗନ୍ନାଥ ରୋଡ ବସ୍ତିରେ ୧୨୧ ଶ୍ରମଜୀବୀ ପରିବାର ବାସ କରନ୍ତି। ଏହି ବସ୍ତି ବାସିନ୍ଦାମାନେ ଦୀର୍ଘ ୪୦ରୁ ଉର୍ଦ୍ଧ୍ୱ ସମୟ ଧରି ବସବାସ କରିଆସୁଛନ୍ତି। ବସ୍ତିର ସବୁ ଲୋକ ସେହି ସ୍ଥାନୀୟ ଅଞ୍ଚଳରେ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରଥାନ୍ତି। ତେବେ ବସ୍ତିର ବିଭିନ୍ନ ପରିବାରକୁ କଟକ ମହାନଗର ନିଗମ ପକ୍ଷରୁ ଅଲଗା ଅଲଗା କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଯାହା ଫଳରେ ଏହି ଅଞ୍ଚଳରେ ରହୁଥିବା ଲୋକେ ନିଜର ଜୀବିକା ହରାଇବେ। ତେଣୁ ବର୍ତ୍ତମାନ ରହୁଥିବା ସ୍ଥାନରେ ହିଁ ବସ୍ତି ବାସିନ୍ଦା ଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ ଧାରଣା ଦିଆଯାଇଛି।
କଟକ: ବେଆଇନ ଭାବେ ବସ୍ତି ବାସିନ୍ଦାଙ୍କୁ ଭାଗ ନକରି କର୍ମସ୍ଥଳୀରେ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଥଇଥାନ କରିବା ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମଖରେ ଧାରଣା ଦିଆଯାଇଛି। ସିଏମସିର ୫୪ ନମ୍ବର ୱାର୍ଡ ଅଧୀନରେ ଥିବା ନୂଆବଜାର ଜଗନ୍ନାଥ ରୋଡ ବସ୍ତିରେ ୧୨୧ ଶ୍ରମଜୀବୀ ପରିବାର ବାସ କରନ୍ତି।
ଏହି ବସ୍ତି ବାସିନ୍ଦାମାନେ ଦୀର୍ଘ ୪୦ରୁ ଉର୍ଦ୍ଧ୍ୱ ସମୟ ଧରି ବସବାସ କରିଆସୁଛନ୍ତି। ବସ୍ତିର ସବୁ ଲୋକ ସେହି ସ୍ଥାନୀୟ ଅଞ୍ଚଳରେ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରଥାନ୍ତି। ତେବେ ବସ୍ତିର ବିଭିନ୍ନ ପରିବାରକୁ କଟକ ମହାନଗର ନିଗମ ପକ୍ଷରୁ ଅଲଗା ଅଲଗା କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।
ଯାହା ଫଳରେ ଏହି ଅଞ୍ଚଳରେ ରହୁଥିବା ଲୋକେ ନିଜର ଜୀବିକା ହରାଇବେ। ତେଣୁ ବର୍ତ୍ତମାନ ରହୁଥିବା ସ୍ଥାନରେ ହିଁ ବସ୍ତି ବାସିନ୍ଦା ଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ ଧାରଣା ଦିଆଯାଇଛି।