ଅନ୍ଲାଇନ୍ରେ ବେଟିଂ କରି ଦେଢ଼ କୋଟି ଟଙ୍କା ହରାଇଲେ ସ୍ୱାମୀ, ମାନସିକ ଚାପ ସହି ନପାରି ଆତ୍ମହତ୍ୟା କଲେ ପତ୍ନୀ
ବେଙ୍ଗାଲୁରୁ: ଅନ୍ଲାଇନ୍ରେ ବେଟିଂ କରି ଦେଢ଼ କୋଟି ଟଙ୍କା ହରାଇଲେ ସ୍ୱାମୀ। ଋଣଦାତାଙ୍କ ଚାପ ସହି ନପାରି ଆତ୍ମହତ୍ୟା କଲେ ପତ୍ନୀ। ଟଙ୍କା ଧାର ଦେଇଥିବା ଲୋକଙ୍କୁ ବାନ୍ଧିଲା ପୁଲିସ। ଏଭଳି ଘଟଣା ଘଟିଛି କର୍ଣ୍ଣାଟକ ଚିତ୍ରଦୁର୍ଗରେ। ଆତ୍ମହତ୍ୟା କରିଥିବା ୨୪ ବର୍ଷୀୟା ମହିଳାଙ୍କ ବାପା ଏନେଇ ପୁଲିସ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ମହିଳାଙ୍କ ବାପା ପୁଲିସକୁ ଜଣାଇଥିଲେ ଯେ ତାଙ୍କ ଝିଅ ଅନେକ ସମୟରେ ଚାପରେ ରହୁଥିଲେ। ଟଙ୍କା ଦେଇଥିବା ଲୋକମାନେ ବାରମ୍ବାର ଟଙ୍କା ମାଗିବାକୁ ଘରେ ପହଞ୍ଚି ଯାଉଥିଲେ। ନାନା କଥା କହୁଥିଲେ। ଏଥିପାଇଁ ଚାପ ସହି ନପାରି ଝିଅ ଆତ୍ମହତ୍ୟା କରିଛି ବୋଲି ମହିଳାଙ୍କ ବାପା ପୁଲିସକୁ ଜଣାଇଥିଲେ। ସୂଚନା ଅନୁସାରେ, ଅଭିଯୋଗ କର୍ତ୍ତାଙ୍କ ଝିଅ ରଞ୍ଜିତା ୨୦୨୦ରେ ଦର୍ଶନଙ୍କୁ ବିବାହ କରିଥିଲେ। ବିବାହର ବର୍ଷକ ପରେ ତାଙ୍କ ଝିଅ ଜାଣିବାକୁ ପାଇଥିଲେ ଯେ ସ୍ୱାମୀ ଦର୍ଶନ କ୍ରିକେଟ୍ ବ୍ୟାଟିଂରେ ଫସିଯାଇଛନ୍ତି। ଟଙ୍କା ଦେଇଥିବା ବ୍ୟକ୍ତିମାନେ ବାରମ୍ବାର ଘରକୁ ଆସି ଟଙ୍କା ମାଗୁଥିଲେ। ଯାହା ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ରଞ୍ଜିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୁଲିସର ସୂଚନା ଅନୁସାରେ ଦର୍ଶନ ବାବୁ ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିଲେ। ସେ ୧୨ ଜଣଙ୍କ ଠାରୁ ୮୪ ଲକ୍ଷ ଟଙ୍କା କରଜ ସୂତ୍ରରେ ଆଣି ବେଟିଂ କରିଥିଲେ। ଏଥିରେ ସେ ହାରିଯିବାରୁ ତ
ବେଙ୍ଗାଲୁରୁ: ଅନ୍ଲାଇନ୍ରେ ବେଟିଂ କରି ଦେଢ଼ କୋଟି ଟଙ୍କା ହରାଇଲେ ସ୍ୱାମୀ। ଋଣଦାତାଙ୍କ ଚାପ ସହି ନପାରି ଆତ୍ମହତ୍ୟା କଲେ ପତ୍ନୀ। ଟଙ୍କା ଧାର ଦେଇଥିବା ଲୋକଙ୍କୁ ବାନ୍ଧିଲା ପୁଲିସ। ଏଭଳି ଘଟଣା ଘଟିଛି କର୍ଣ୍ଣାଟକ ଚିତ୍ରଦୁର୍ଗରେ।
ଆତ୍ମହତ୍ୟା କରିଥିବା ୨୪ ବର୍ଷୀୟା ମହିଳାଙ୍କ ବାପା ଏନେଇ ପୁଲିସ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ମହିଳାଙ୍କ ବାପା ପୁଲିସକୁ ଜଣାଇଥିଲେ ଯେ ତାଙ୍କ ଝିଅ ଅନେକ ସମୟରେ ଚାପରେ ରହୁଥିଲେ। ଟଙ୍କା ଦେଇଥିବା ଲୋକମାନେ ବାରମ୍ବାର ଟଙ୍କା ମାଗିବାକୁ ଘରେ ପହଞ୍ଚି ଯାଉଥିଲେ। ନାନା କଥା କହୁଥିଲେ। ଏଥିପାଇଁ ଚାପ ସହି ନପାରି ଝିଅ ଆତ୍ମହତ୍ୟା କରିଛି ବୋଲି ମହିଳାଙ୍କ ବାପା ପୁଲିସକୁ ଜଣାଇଥିଲେ।
ସୂଚନା ଅନୁସାରେ, ଅଭିଯୋଗ କର୍ତ୍ତାଙ୍କ ଝିଅ ରଞ୍ଜିତା ୨୦୨୦ରେ ଦର୍ଶନଙ୍କୁ ବିବାହ କରିଥିଲେ। ବିବାହର ବର୍ଷକ ପରେ ତାଙ୍କ ଝିଅ ଜାଣିବାକୁ ପାଇଥିଲେ ଯେ ସ୍ୱାମୀ ଦର୍ଶନ କ୍ରିକେଟ୍ ବ୍ୟାଟିଂରେ ଫସିଯାଇଛନ୍ତି। ଟଙ୍କା ଦେଇଥିବା ବ୍ୟକ୍ତିମାନେ ବାରମ୍ବାର ଘରକୁ ଆସି ଟଙ୍କା ମାଗୁଥିଲେ। ଯାହା ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ରଞ୍ଜିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।
ପୁଲିସର ସୂଚନା ଅନୁସାରେ ଦର୍ଶନ ବାବୁ ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିଲେ। ସେ ୧୨ ଜଣଙ୍କ ଠାରୁ ୮୪ ଲକ୍ଷ ଟଙ୍କା କରଜ ସୂତ୍ରରେ ଆଣି ବେଟିଂ କରିଥିଲେ। ଏଥିରେ ସେ ହାରିଯିବାରୁ ତାଙ୍କର ସବୁ ଟଙ୍କା ବୁଡ଼ିଯାଇଥିଲା। ବେଟିଂ ପାଇଁ ସେ ବ୍ୟାଙ୍କ ଚେକ୍ ବି ଦେଉଥିଲେ।
ଘଟଣାରେ ପୁଲିସ ଆଇପିସି ଧାରା ୩୦୬ରେ ଏକ ମାମଲା ରୁଜୁ କରିଛି। ଟଙ୍କା ଧାର ଦେଇଥିବା ୩ ଜଣଙ୍କୁ ଗିରଫ ମଧ୍ୟ କରିଛି। ଲୋକେ ଚର୍ଚ୍ଚା କରୁଛନ୍ତି, ଭଲ ଆଉ …. ଟଙ୍କା ଦେଲେ ମଲ ନ ଦେଲେ ମଲ।