ଉଗ୍ର ରୂପ ନେଲା ସାମାନ୍ୟ ବଚସା, ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ରାଉରକେଲା ୦୪/୧୧: ଉଗ୍ର ରୂପ ନେଇଛି ସାମାନ୍ୟ ବଚସା । ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ରାଉରକେଲାର ଟ୍ରାଫିକ ଗେଟ୍ ମାର୍କେଟରେ। ଗୁରୁତର ଯୁବକ ହେଉଛନ୍ତି ଆଭେଦ ରାୟ । ତାଙ୍କୁ ଉଦ୍ଧାର କରାଯାଇ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।ସୂଚନା ଥାଉକି, ସକାଳେ ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ ନିକଟରେ କୌଣସି କଥାକୁ ନେଇ ୨ରୁ୩ ଜଣ ଯୁବକଙ୍କ ସହ ସଂପୃକ୍ତ ଯୁବକଙ୍କର ବଚସା ହୋଇଥିଲା। ପରେ ଏହି ବଚସା ତୀବ୍ର ରୂପ ନେଇଥିଲା । ଦୁର୍ବୃତ୍ତମାନେ ଯୁବକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ମାରିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ।ସେପଟେ ଆଭେଦ ରାୟଙ୍କ ନାଁରେ ରହିଛି ଅପରାଧିକ ମାମଲା । ପୂର୍ବରୁ ଡ଼ବଲ ମର୍ଡର ମାମଲାରେ ଜେଲ ଯାଇ ଜାମିନରେ ଆସିଛି । ଏବେ ତାଙ୍କ ଉପରକୁ ହୋଇଛି ଆଟାକା । ଅନ୍ୟପଟୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।  

ଉଗ୍ର ରୂପ ନେଲା ସାମାନ୍ୟ ବଚସା, ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ରାଉରକେଲା ୦୪/୧୧: ଉଗ୍ର ରୂପ ନେଇଛି ସାମାନ୍ୟ ବଚସା । ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ରାଉରକେଲାର ଟ୍ରାଫିକ ଗେଟ୍ ମାର୍କେଟରେ। ଗୁରୁତର ଯୁବକ ହେଉଛନ୍ତି ଆଭେଦ ରାୟ । ତାଙ୍କୁ ଉଦ୍ଧାର କରାଯାଇ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଥାଉକି, ସକାଳେ ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ ନିକଟରେ କୌଣସି କଥାକୁ ନେଇ ୨ରୁ୩ ଜଣ ଯୁବକଙ୍କ ସହ ସଂପୃକ୍ତ ଯୁବକଙ୍କର ବଚସା ହୋଇଥିଲା। ପରେ ଏହି ବଚସା ତୀବ୍ର ରୂପ ନେଇଥିଲା । ଦୁର୍ବୃତ୍ତମାନେ ଯୁବକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ମାରିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ।

ସେପଟେ ଆଭେଦ ରାୟଙ୍କ ନାଁରେ ରହିଛି ଅପରାଧିକ ମାମଲା । ପୂର୍ବରୁ ଡ଼ବଲ ମର୍ଡର ମାମଲାରେ ଜେଲ ଯାଇ ଜାମିନରେ ଆସିଛି । ଏବେ ତାଙ୍କ ଉପରକୁ ହୋଇଛି ଆଟାକା । ଅନ୍ୟପଟୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।