କୋଟିଆ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ, ଗଠନ କଲେ ଟାସ୍କ ଫୋର୍ସ କମିଟି
କୋଟିଆ: କୋଟିଆ ପାଇଁ ଫୋକସରେ ରାଜ୍ୟ ସରକାର। କୋଟିଆର ବିକାଶ ପାଇଁ ଗଠନ ହେଲା ସ୍ଵତନ୍ତ୍ର ଟାସ୍କ ଫୋର୍ସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି।୧୬ ଜଣକୁ ନେଇ ଗଠିତ କମିଟିରେ ଅତିରିକ୍ତ ମୁଖ୍ୟ ଶାସନସଚିବ ରାଜସ୍ବ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନସଚିବ ଗୃହ ବିଭାଗ, ପ୍ରମୁଖ ଶାସନସଚିବ ଅନୁସୂଚିତ ଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ କର୍ମ ନିଯୁକ୍ତି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ରହିଛନ୍ତି।କମିଟି ଆସନ୍ତା ଦିନରେ କୋଟିଆରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନର ସ୍ଥିତି ଅନୁଧ୍ୟାନ କରିବେ। କୋଟିଆରେ ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି। ଓଡ଼ିଶା ମାଟିରେ ପିଲା ପାଠ ପଢ଼ିବେ ଓଡ଼ିଆ ଯାହାକୁ ନେଇ କମିଟି କାମ କରିବ।କୋଟିଆର ବିକାଶକୁ ନେଇ ରାଜ୍ୟ ସରକାର ନେଇଛନ୍ତି ସ୍ଵତନ୍ତ୍ର ପଦକ୍ଷେପ।
କୋଟିଆ: କୋଟିଆ ପାଇଁ ଫୋକସରେ ରାଜ୍ୟ ସରକାର। କୋଟିଆର ବିକାଶ ପାଇଁ ଗଠନ ହେଲା ସ୍ଵତନ୍ତ୍ର ଟାସ୍କ ଫୋର୍ସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି।
୧୬ ଜଣକୁ ନେଇ ଗଠିତ କମିଟିରେ ଅତିରିକ୍ତ ମୁଖ୍ୟ ଶାସନସଚିବ ରାଜସ୍ବ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନସଚିବ ଗୃହ ବିଭାଗ, ପ୍ରମୁଖ ଶାସନସଚିବ ଅନୁସୂଚିତ ଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ କର୍ମ ନିଯୁକ୍ତି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ରହିଛନ୍ତି।
କମିଟି ଆସନ୍ତା ଦିନରେ କୋଟିଆରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନର ସ୍ଥିତି ଅନୁଧ୍ୟାନ କରିବେ। କୋଟିଆରେ ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି। ଓଡ଼ିଶା ମାଟିରେ ପିଲା ପାଠ ପଢ଼ିବେ ଓଡ଼ିଆ ଯାହାକୁ ନେଇ କମିଟି କାମ କରିବ।କୋଟିଆର ବିକାଶକୁ ନେଇ ରାଜ୍ୟ ସରକାର ନେଇଛନ୍ତି ସ୍ଵତନ୍ତ୍ର ପଦକ୍ଷେପ।