ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଭଦ୍ରକ ୨୦।୮: ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍। । ଭଦ୍ରକ ଜିଲ୍ଲା ରାଣୀତାଲ ରେଳ ଫାଟକ ନିକଟରେ ଘଟିଛି ଦୁର୍ଘଟଣା । ୨୦ରୁ ଅଧିକ ଯାତ୍ରୀ ଆହତ ସୂଚନା । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ରାଣୀତାଲ ରେଳ ଫାଟକ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୟ ରଘୁନାଥ ନାମକ ବସ୍‌ଟି ଖଇରାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡ଼କୁ ଖସି ପଡିଥିଲା । ଦୁର୍ଘଟଣା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହାତଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହୁରି ମଧ୍ୟ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।You Can Read:କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଭଦ୍ରକ ୨୦: ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍। । ଭଦ୍ରକ ଜିଲ୍ଲା ରାଣୀତାଲ ରେଳ ଫାଟକ ନିକଟରେ ଘଟିଛି ଦୁର୍ଘଟଣା । ୨୦ରୁ ଅଧିକ ଯାତ୍ରୀ ଆହତ ସୂଚନା । ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ରାଣୀତାଲ ରେଳ ଫାଟକ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୟ ରଘୁନାଥ ନାମକ ବସ୍‌ଟି ଖଇରାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡ଼କୁ ଖସି ପଡିଥିଲା । ଦୁର୍ଘଟଣା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହାତଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହୁରି ମଧ୍ୟ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

You Can Read:

କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍‌ସରେ ଭର୍ତ୍ତି