ଷ୍ଟାର୍କଙ୍କ ପରେ ମ୍ୟାକସ୍ଵିନିଙ୍କ ଦମଦାର ପ୍ରଦର୍ଶନ, ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପଲ୍ଲା ଭାରି
ଆଡିଲେଡ: ଏଠାରେ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଥିବା ପିଙ୍କବଲ ଦିବାରାତ୍ର ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ନିଜର ସ୍ଥିତି ମଜବୁତ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଏକ ଓ୍ଵିକେଟ୍ ୮୬ ରନ କରିଛି। କଙ୍ଗାରୁ ଦଳ ଭାରତଠୁ ୯୪ ରନରେ ପଛରେ ରହିଛି। କ୍ରିଜରେ ନାଥନ ମ୍ୟାକସ୍ଵିନି ୩୮ ରନ ଓ ମାର୍ନସ ଲାବୁସେନ ୨୦ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ନୀତିଶ ରେଡ୍ଡୀ ସର୍ବାଧିକ ୪୨ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମିଚେଲ୍ ଷ୍ଟାର୍କ ୬ ଓ୍ଵିକେଟ୍ ନେଇ ଭାରତକୁ ବ୍ୟାକଫୁଟ୍ରେ ରଖିଛନ୍ତି। ପ୍ରଥମ ଦିନର ଖେଳରେ କଙ୍ଗାରୁ ଦଳର ପଲ୍ଲା ଭାରି ରହିଛି। ଭାରତର ୧୮୦ ରନ ଜବାବରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୨୪ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଉସ୍ମାନ ଖ୍ଵାଜା(୧୩) ଯଶପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ। ଏହା ପରେ କଙ୍ଗାରୁ ଦଳକୁ ଆଉ କ୍ଷତି ହେବାକୁ ଦେଇ ନ ଥିଲେ ମ୍ୟାକସ୍ଵିନି ଓ ଲାବୁସେନ। ଉଭୟ ସତର୍କତାର ସହ ବ୍ୟାଟିଂ କରି ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ିଛନ୍ତି। କ୍ରିଜରେ ନାଥନ ମ୍ୟାକସ୍ଵିନି ୪୦ ରନ ଓ ମାର୍ନସ ଲାବୁସେନ ୨୦ ରନ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଏକମାତ୍ର ଓ୍ଵିକେଟ୍ ଉପଅଧିନାୟକ ଯଶପ୍ରୀତ ବୁମରା ନେଇଛନ୍ତି।ଭାରତ ଇନିଂସ ଏହା ପୂର୍ବରୁ ଟସ୍ ଜିତି ଭାରତୀୟ ଅଧ
ଆଡିଲେଡ: ଏଠାରେ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଥିବା ପିଙ୍କବଲ ଦିବାରାତ୍ର ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ନିଜର ସ୍ଥିତି ମଜବୁତ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଏକ ଓ୍ଵିକେଟ୍ ୮୬ ରନ କରିଛି। କଙ୍ଗାରୁ ଦଳ ଭାରତଠୁ ୯୪ ରନରେ ପଛରେ ରହିଛି। କ୍ରିଜରେ ନାଥନ ମ୍ୟାକସ୍ଵିନି ୩୮ ରନ ଓ ମାର୍ନସ ଲାବୁସେନ ୨୦ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ନୀତିଶ ରେଡ୍ଡୀ ସର୍ବାଧିକ ୪୨ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମିଚେଲ୍ ଷ୍ଟାର୍କ ୬ ଓ୍ଵିକେଟ୍ ନେଇ ଭାରତକୁ ବ୍ୟାକଫୁଟ୍ରେ ରଖିଛନ୍ତି। ପ୍ରଥମ ଦିନର ଖେଳରେ କଙ୍ଗାରୁ ଦଳର ପଲ୍ଲା ଭାରି ରହିଛି।
ଭାରତର ୧୮୦ ରନ ଜବାବରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୨୪ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଉସ୍ମାନ ଖ୍ଵାଜା(୧୩) ଯଶପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ। ଏହା ପରେ କଙ୍ଗାରୁ ଦଳକୁ ଆଉ କ୍ଷତି ହେବାକୁ ଦେଇ ନ ଥିଲେ ମ୍ୟାକସ୍ଵିନି ଓ ଲାବୁସେନ। ଉଭୟ ସତର୍କତାର ସହ ବ୍ୟାଟିଂ କରି ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ିଛନ୍ତି। କ୍ରିଜରେ ନାଥନ ମ୍ୟାକସ୍ଵିନି ୪୦ ରନ ଓ ମାର୍ନସ ଲାବୁସେନ ୨୦ ରନ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଏକମାତ୍ର ଓ୍ଵିକେଟ୍ ଉପଅଧିନାୟକ ଯଶପ୍ରୀତ ବୁମରା ନେଇଛନ୍ତି।
ଭାରତ ଇନିଂସ
ଏହା ପୂର୍ବରୁ ଟସ୍ ଜିତି ଭାରତୀୟ ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଥମ ବଲ୍ରେ ହିଁ ଭାରତକୁ ଜୋରଦାର ଝଟକା ଲାଗିଥିଲା। ପର୍ଥ ଟେଷ୍ଟର ଶତକବୀରଙ୍କୁ ଗୋଲଡେନ ଡକ୍ର ଶିକାର କରିଥିଲେ ମିଚେଲ୍ ଷ୍ଟାର୍କ। ଏହା ପରେ କେଏଲ ରାହୁଲ ଓ ଶୁଭମନ ଗିଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ଇନିଂସ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ଭାଗିଦାରୀରେ ୬୯ ରନ ଯୋଡ଼ିଥିଲେ। କେଏଲ ରାହୁଲ କ୍ରିଜରେ ଜମିଥିଲେ ହେଁ ୩୭ ରନ କରି ଷ୍ଟାର୍କଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ବିରାଟ କୋହଲି(୭ ରନ) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ।
ଅଧିକ ପଢନ୍ତୁ- BIG UPDATE: ହାଇବ୍ରିଡ ମଡେଲରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି, ଦୁବାଇରେ ମ୍ୟାଚ୍ ଖେଳିବ ଭାରତ
ମିଚେଲ୍ ଷ୍ଟାର୍କ ଘାତକ ବୋଲିଂ କରି ଭାରତ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଶୁଭମନ ଗିଲ୍ ୩୧ ରନ କରିଥିଲ ହେଁ ଇନିଂସକୁ ବଡ଼ ସ୍କୋରରେ ପରିଣତ କରି ପାରିନ ଥିଲେ। ଅଧିନାୟକ ରୋହିତ ଶର୍ମା ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ପନ୍ତ ୨୧ ରନ କରି ଆଗକୁ ବଢି ପାରି ନ ଥିଲେ। ଏହିପରି ୮୭ ରନରେ ୫ ଓ୍ଵିକେଟ୍ ହରାଇଥିବା ଭାରତକୁ ନିମ୍ନକ୍ରମରେ ନୀତିଶ ରେଡ୍ଡୀ ଓ ରବିଚନ୍ଦ୍ରନ ଅଶ୍ଵିନ ସମ୍ଭାଳିଥିଲେ।
ଅଧିକ ପଢନ୍ତୁ- ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ, ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଫାଇନାଲ୍ରେ ଭାରତ
ସପ୍ତମ ଓ୍ଵିକେଟ୍ ପାଇଁ ନୀତିଶ ଓ ଅଶ୍ଵିନ ୩୨ ରନ ଯୋଡ଼ିଥିଲେ। ଅଶ୍ଵିନ ୨୨ ବଲ୍ରୁ ୨୨ ରନ କରି ଆଉଟ୍ ହୋଇଥିବା ବେଳେ ହର୍ଷିର ରାଣା ଓ ଯଶପ୍ରୀତ ବୁମରା ଖାତା ଖୋଲି ପାରି ନ ଥିଲେ। ନୀତିଶ ରେଡ୍ଡୀ ପୁଣି ଏକ ୪୨ ରନର ପ୍ରଭାବଶାଳୀ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ସହ ଭାରତ ୧୮୦ ରନରେ ଅଲଆଉଟ୍ ହୋଇଥିଲା।ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୪୮ ରନ ଦେଇ ୬ଟି ସଫଳତା ପାଇଥିବା ବେଳେ ଅଧିନାୟକ ପାଟ୍ କମିନ୍ସ ଓ ସ୍କଟ ବୋଲାଣ୍ଡ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।