ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଚାଷୀଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି। ବଜେଟରେ କୃଷକମାନେ ଅନେକ ଉପହାର ପାଇଛନ୍ତି। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ କିସାନ କ୍ରେଡିଟ୍‌ କାର୍ଡ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ପାଞ୍ଚଟି ରାଜ୍ୟରେ ଜନ ସମର୍ଥ ଆଧାରିତ କିସାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯିବ। କିସାନ କ୍ରେଡିଟ୍‌ କାର୍ଡ ଯୋଜନା କୃଷକମାନଙ୍କୁ ସ୍ବଳ୍ପ ସୁଧରେ ଋଣ ଯୋଗାଇଥାଏ। ଏହି […] The post ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ appeared first on Dharitri Odia News.

ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଚାଷୀଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି। ବଜେଟରେ କୃଷକମାନେ ଅନେକ ଉପହାର ପାଇଛନ୍ତି। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ କିସାନ କ୍ରେଡିଟ୍‌ କାର୍ଡ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ପାଞ୍ଚଟି ରାଜ୍ୟରେ ଜନ ସମର୍ଥ ଆଧାରିତ କିସାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯିବ।

କିସାନ କ୍ରେଡିଟ୍‌ କାର୍ଡ ଯୋଜନା କୃଷକମାନଙ୍କୁ ସ୍ବଳ୍ପ ସୁଧରେ ଋଣ ଯୋଗାଇଥାଏ। ଏହି ସ୍ବଳ୍ପ ମିଆଦି ଋଣ କୃଷକଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ। କମ ସୁଧ ହାର ହେତୁ କୃଷକମାନଙ୍କୁ ଋଣ ଉପରେ କମ ସୁଧ ଦେବାକୁ ପଡିବ। କୃଷକମାନଙ୍କୁ କୃଷି କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ କିସାନ କ୍ରେଡିଟ୍‌ କାର୍ଡ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ କୃଷକମାନେ ୪% ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଆନ୍ତି। କୃଷକମାନେଋଣଦାତାମାନଙ୍କଠାରୁ ପାଇଥିବା ଋଣ ଅପେକ୍ଷା ଏହି ଋଣ ବହୁତ ଶସ୍ତା ଅଟେ। କିସାନ କ୍ରେଡିଟ୍‌ କାର୍ଡ ଯୋଜନା ଅଧୀନରେ କୃଷକମାନେ ସହଜରେ ଋଣ ମିଳିଥାଏ।

The post ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ appeared first on Dharitri Odia News.