ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଆମେରିକା ଅସନ୍ତୋଷ ବ୍ୟକ୍ତ କରିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନାଟୋ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଗସ୍ତରେ ଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଭାରତ ମଧ୍ୟ ଆମେରିକାକୁ କଡା […] The post ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ appeared first on Dharitri Odia News.

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଆମେରିକା ଅସନ୍ତୋଷ ବ୍ୟକ୍ତ କରିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନାଟୋ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଗସ୍ତରେ ଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଭାରତ ମଧ୍ୟ ଆମେରିକାକୁ କଡା ବାର୍ତ୍ତା ଦେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ‘ପସନ୍ଦର ସ୍ବାଧୀନତା’ ବୋଲି ଭାରତ ସ୍ପଷ୍ଟ ଭାବେ ବର୍ଣ୍ଣନା କରିଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହି ସାମ୍ବାଦିକ ସମ୍ମିଳନୀରେ ଆମେରିକା ସମ୍ବନ୍ଧରେ ଅନେକ କଠୋର ବିବୃତ୍ତି ଦେଇଛନ୍ତି। ଜୟସ୍ବାଲ କହିଛନ୍ତି, ରୁଷିଆ ସହିତ ଭାରତର ଦୀର୍ଘମିଆଦୀ ସମ୍ପର୍କ ରହିଛି ଏବଂ ଏହି ସମ୍ପର୍କ ପାରସ୍ପରିକ ସ୍ବାର୍ଥ ଉପରେ ଆଧାରିତ। ବହୁମୁଖୀ ଦୁନିଆରେ ସମସ୍ତ ଦେଶ ନିଜ ପସନ୍ଦକୁ ଅଗ୍ରାଧିକାର ଦେବାର ସ୍ବାଧୀନତା ପାଇଛନ୍ତି। ସମସ୍ତେ ଏହିପରି ବାସ୍ତବତା ପ୍ରତି ସଚେତନ ହେବା ଏବଂ ସେମାନଙ୍କୁ ବୁଝିବା ଜରୁରୀ ଅଟେ।
ଚଳିତ ମାସରେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ଉପରେ ମନ୍ତବ୍ୟ ଦେଇଛନ୍ତି। ଲୁ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନାଟୋ ଶିଖର ସମ୍ମିଳନୀ ଆୟୋଜନ କରୁଥିବା ସମୟରେ ପିଏମ ମୋଦିଙ୍କ ରୁଷିଆ ଗସ୍ତରେ ଆମେରିକା ନିରାଶ ହୋଇଛି।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୮ ଓ ୯ରେ ରୁଷିଆ ଗସ୍ତରେ ଯାଇ ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହା ପରେ ଜୋ ବାଇଡେନ ପ୍ରଶାସନର ଅନେକ ଅଧିକାରୀ ରୁଷିଆ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ସମାଲୋଚନା କରିଥିଲେ। ଏହି ଗସ୍ତ ବିରୋଧରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି।

The post ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ appeared first on Dharitri Odia News.