୫୦ ହାତୀ ମୃତ୍ୟୁର ହେବ ତଦନ୍ତ, ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ୫୦ ହାତୀ ମୃତ୍ୟୁର ହେବ ତଦନ୍ତ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୨୪ ଆରମ୍ଭରୁ ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ହେବ।୨୦୨୪ ଆରମ୍ଭରୁ ଏପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀମୃତ୍ୟୁର ତଦନ୍ତକରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରାୟ ୫୦ ହାତୀର ମୃତ୍ୟୁ ହୋଇଛି। ଗଜସାଥୀ ମୁତୟନ, ରାପିଡ ଆକ୍ସନ ଟିମ୍‌, ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଦୋଷୀ ବ୍ୟକ୍ତିବିଶେଷ ଓ ଅବହେଳା କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ବାବଦରେ ଜଙ୍ଗଲ ମନ୍ତ୍ରୀଙ୍କୁ ଏକମାସ ମଧ୍ୟରେ ଜଣାଇବା ପାଇଁ ବିଭିଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୫୦ ହାତୀ ମୃତ୍ୟୁର ହେବ ତଦନ୍ତ, ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ୫୦ ହାତୀ ମୃତ୍ୟୁର ହେବ ତଦନ୍ତ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୨୪ ଆରମ୍ଭରୁ ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ହେବ।

୨୦୨୪ ଆରମ୍ଭରୁ ଏପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀମୃତ୍ୟୁର ତଦନ୍ତକରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରାୟ ୫୦ ହାତୀର ମୃତ୍ୟୁ ହୋଇଛି। ଗଜସାଥୀ ମୁତୟନ, ରାପିଡ ଆକ୍ସନ ଟିମ୍‌, ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। 

ତେବେ ଦୋଷୀ ବ୍ୟକ୍ତିବିଶେଷ ଓ ଅବହେଳା କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ବାବଦରେ ଜଙ୍ଗଲ ମନ୍ତ୍ରୀଙ୍କୁ ଏକମାସ ମଧ୍ୟରେ ଜଣାଇବା ପାଇଁ ବିଭିଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି।