ଆମେରିକାରେ TikTok ସର୍ଭିସ୍ ବନ୍ଦ; ଟ୍ରମ୍ପ୍ ଦେଇପାରନ୍ତି ସର୍ଟ ଭିଡିଓ ଆପ୍‌କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ସର୍ଟ ଭିଡିଓ ଆପ୍ଲିକେସନ ଟିକ୍‌ଟକ୍ ଆମେରିକାରେ ଅଫ୍‌ଲାଇନ । ରବିବାର ୟୁଏସଏରେ ନୂଆ ଆଇନ ଲାଗୁ ହେବାର କିଛି ସମୟ ପୂର୍ବରୁ ଅଫଲାଇନ୍ ହୋଇଯାଇଛି ଟିକଟକ୍ ଆପ୍ । ଏହା ସହିତ ଆମେରିକୀୟ ଆପ୍ ଷ୍ଟୋରରୁ ଆପ୍ଲିକେସନକୁ ହଟାଇ ଦିଆଯାଇଛି । ଆଜି ୟୁଜର୍ସ ମାନେ ଟିକଟକ୍ ଆପ୍ ଖୋଲିବା ପରେ ସେମାନଙ୍କୁ ଅଫଲାଇନ୍ ମେସେଜ୍ ଆସିଥିଲା । ଯାହାକୁ ସ୍କ୍ରନସର୍ଟ ନେଇ ୟୁଜର୍ସ ମାନେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି, 'Sorry' ସର୍ଟ ଭିଡିଓ ଆପ୍ ଟିକ୍‌ଟକ୍ ଏବେ ଉପଲବ୍ଧ ରହିବ ନାହିଁ । ମାତ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ୟାର ସମାଧାନ କରି ଏହାକୁ ଅନ୍‌ଲାଇନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ମେସେଜରେ ଲେଖା ରହିଛି ।...     ଅମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ସେ ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ନିଜ ପଦ ଭାର ସମ୍ଭାଳିବା ପରେ ଟିକଟକ୍ ବ୍ୟାନରୁ ଆଶ୍ବସ୍ତି ଦେଇପାରନ୍ତି ବୋଲି କୁହାଯାଉଛି । ଏନବିସି ନ୍ୟୁଜ୍ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଡ୍ରମ୍ପ ସୂଚନା ଦେଇ କହିଛନ୍ତି, ଚୀନର ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକ୍‌ଟକକୁ ନେଇ ଏହା ତାଙ୍କର ଅନ୍ତିମ ନିଷ୍ପତ୍ତି ନୁହେଁ । ସେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସର୍ଟ ଭିଡିଓ ଆପ୍ ଅବଧିକୁ ଆଉ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରି

ଆମେରିକାରେ TikTok ସର୍ଭିସ୍ ବନ୍ଦ; ଟ୍ରମ୍ପ୍ ଦେଇପାରନ୍ତି ସର୍ଟ ଭିଡିଓ ଆପ୍‌କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ସର୍ଟ ଭିଡିଓ ଆପ୍ଲିକେସନ ଟିକ୍‌ଟକ୍ ଆମେରିକାରେ ଅଫ୍‌ଲାଇନ । ରବିବାର ୟୁଏସଏରେ ନୂଆ ଆଇନ ଲାଗୁ ହେବାର କିଛି ସମୟ ପୂର୍ବରୁ ଅଫଲାଇନ୍ ହୋଇଯାଇଛି ଟିକଟକ୍ ଆପ୍ । ଏହା ସହିତ ଆମେରିକୀୟ ଆପ୍ ଷ୍ଟୋରରୁ ଆପ୍ଲିକେସନକୁ ହଟାଇ ଦିଆଯାଇଛି । ଆଜି ୟୁଜର୍ସ ମାନେ ଟିକଟକ୍ ଆପ୍ ଖୋଲିବା ପରେ ସେମାନଙ୍କୁ ଅଫଲାଇନ୍ ମେସେଜ୍ ଆସିଥିଲା । ଯାହାକୁ ସ୍କ୍ରନସର୍ଟ ନେଇ ୟୁଜର୍ସ ମାନେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି, 'Sorry' ସର୍ଟ ଭିଡିଓ ଆପ୍ ଟିକ୍‌ଟକ୍ ଏବେ ଉପଲବ୍ଧ ରହିବ ନାହିଁ । ମାତ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ୟାର ସମାଧାନ କରି ଏହାକୁ ଅନ୍‌ଲାଇନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ମେସେଜରେ ଲେଖା ରହିଛି ।...     ଅମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ସେ ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ନିଜ ପଦ ଭାର ସମ୍ଭାଳିବା ପରେ ଟିକଟକ୍ ବ୍ୟାନରୁ ଆଶ୍ବସ୍ତି ଦେଇପାରନ୍ତି ବୋଲି କୁହାଯାଉଛି । ଏନବିସି ନ୍ୟୁଜ୍ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଡ୍ରମ୍ପ ସୂଚନା ଦେଇ କହିଛନ୍ତି, ଚୀନର ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକ୍‌ଟକକୁ ନେଇ ଏହା ତାଙ୍କର ଅନ୍ତିମ ନିଷ୍ପତ୍ତି ନୁହେଁ । ସେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସର୍ଟ ଭିଡିଓ ଆପ୍ ଅବଧିକୁ ଆଉ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଯଦି ଏହା ତାଙ୍କର ଅନ୍ତିମ ନିଷ୍ପତ୍ତି ହୋଇଥାନ୍ତା ତେବେ ସେ ସୋମବାର ସମ୍ପୂର୍ଣ୍ଣ ବ୍ୟାନ୍ ନେଇ ଘୋଷଣା କରିଥାନ୍ତେ । 

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ Bytedanceକୁ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଗତବର୍ଷ ଏପ୍ରିଲ ମାସରେ କହିଥିଲେ, Bytedanceକୁ ଅମେରିକୀୟ ଏସଟସର ଦ୍ବିତୀୟ କମ୍ପାନିକୁ ବିକ୍ରି କରିବାକୁ ୧୯ ଜାନୁଆରୀ ଯାଏଁ ସମୟ ଦେଇଥିଲେ । ଏହା ପରେ ପୂରା ଆମେରିକାରେ ସର୍ଟ ଭିଡିଓ ଆପ୍ ଟିକଟକ୍ 'ଅପଲ୍‌ ଆପ୍ ଷ୍ଟୋର'ରୁ ରିମୁଭ୍ ହୋଇଯାଇଛି । ପୂର୍ବରୁ ଭାରତ ମଧ୍ୟ ଚୀନ ସୋସିଆଲ୍ ମିଡିଆ ଆପ୍‌କୁ ମଧ୍ୟ ବ୍ୟାନ୍ କରିଥିଲା ।...