ଆଗ୍ରାରେ ଅଜବ ଘଟଣା, ୫ ଥର ବନ୍ଧ୍ୟାକରଣ ପରେ ୨୫ ଥର କଲେ ପ୍ରସବ !

ୟୁପି ୦୯/୦୪: ୟୁପିର ଆଗ୍ରାରେ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଆଗ୍ରାର ଫତେହାବାଦର କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ରେ, ଜଣେ ଅବିବାହିତ ମହିଳା ଅଢ଼େଇ ବର୍ଷ ମଧ୍ୟରେ ୨୫ ଥର ମାଆ ହୋଇଛନ୍ତି । କେବଳ ଏତିକି ନୁହେଁ, ସେହି ମହିଳାଙ୍କ ପାଞ୍ଚଥର ବନ୍ଧ୍ୟାକରଣ ମଧ୍ୟ ହୋଇଛି । ଜନନୀ ସୁରକ୍ଷା ଯୋଜନା ଏବଂ ମହିଳା ବନ୍ଧ୍ୟାକରଣ ପ୍ରୋତ୍ସାହନ ଯୋଜନାରେ ହୋଇଥିବା ଘୋଟାଲା ସମୟରେ ଏସବୁ ଘଟଣା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗ CHC ଫତେହାବାଦର ନିୟମିତ ଅଡିଟ୍ କରିବା ସମୟରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ ଅଡିଟ୍ ଟିମ୍ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ । ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରେକର୍ଡରେ ସମାନ ନାମର ଜଣେ ମହିଳାଙ୍କର ୨୫ଟି ପ୍ରସବ ହୋଇଥିବା ରେକର୍ଡ ହୋଇଥିଲା । ଏହାସହ ୫ଟି ବନ୍ଧ୍ୟାକରଣ ହୋଇଥିବା ଦର୍ଶାଯାଇଥିଲା । କେବଳ ସେତିକି ନୁହେଁ, ସରକାରୀ ଯୋଜନା ନାମରେ ଏହି ମହିଳାଙ୍କ ଆକାଉଣ୍ଟକୁ ମୋଟ ୪୫,୦୦୦ ଟଙ୍କା ଟ୍ରାନ୍ସଫର ବି କରାଯାଇଛି । ଯେତେବେଳେ ଏହି ବିଷୟ ଅଡିଟ୍ ଟିମ୍‌ର ଦୃଷ୍ଟିକୁ ଆସିଲା, ସେମାନେ ତୁରନ୍ତ ଏ ବିଷୟରେ CMO ଆଗ୍ରା ଡକ୍ଟର ଅରୁଣ ଶ୍ରୀବାସ୍ତବଙ୍କୁ ଜଣାଇଥିଲେ। ଡକ୍ଟର ଶ୍ରୀବାସ୍ତବ ନିଜେ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ମାମଲାର ଗମ୍ଭୀରତାକୁ ବିଚାର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି, ଏହା ଏକ ଯାନ୍ତ୍ରିକ ତ୍ରୁଟ

ଆଗ୍ରାରେ ଅଜବ ଘଟଣା, ୫ ଥର ବନ୍ଧ୍ୟାକରଣ ପରେ ୨୫ ଥର କଲେ ପ୍ରସବ !

ୟୁପି ୦୯/୦୪: ୟୁପିର ଆଗ୍ରାରେ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଆଗ୍ରାର ଫତେହାବାଦର କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ରେ, ଜଣେ ଅବିବାହିତ ମହିଳା ଅଢ଼େଇ ବର୍ଷ ମଧ୍ୟରେ ୨୫ ଥର ମାଆ ହୋଇଛନ୍ତି । କେବଳ ଏତିକି ନୁହେଁ, ସେହି ମହିଳାଙ୍କ ପାଞ୍ଚଥର ବନ୍ଧ୍ୟାକରଣ ମଧ୍ୟ ହୋଇଛି । 

ଜନନୀ ସୁରକ୍ଷା ଯୋଜନା ଏବଂ ମହିଳା ବନ୍ଧ୍ୟାକରଣ ପ୍ରୋତ୍ସାହନ ଯୋଜନାରେ ହୋଇଥିବା ଘୋଟାଲା ସମୟରେ ଏସବୁ ଘଟଣା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗ CHC ଫତେହାବାଦର ନିୟମିତ ଅଡିଟ୍ କରିବା ସମୟରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ ଅଡିଟ୍ ଟିମ୍ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ । ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରେକର୍ଡରେ ସମାନ ନାମର ଜଣେ ମହିଳାଙ୍କର ୨୫ଟି ପ୍ରସବ ହୋଇଥିବା ରେକର୍ଡ ହୋଇଥିଲା । 

ଏହାସହ ୫ଟି ବନ୍ଧ୍ୟାକରଣ ହୋଇଥିବା ଦର୍ଶାଯାଇଥିଲା । କେବଳ ସେତିକି ନୁହେଁ, ସରକାରୀ ଯୋଜନା ନାମରେ ଏହି ମହିଳାଙ୍କ ଆକାଉଣ୍ଟକୁ ମୋଟ ୪୫,୦୦୦ ଟଙ୍କା ଟ୍ରାନ୍ସଫର ବି କରାଯାଇଛି । ଯେତେବେଳେ ଏହି ବିଷୟ ଅଡିଟ୍ ଟିମ୍‌ର ଦୃଷ୍ଟିକୁ ଆସିଲା, ସେମାନେ ତୁରନ୍ତ ଏ ବିଷୟରେ CMO ଆଗ୍ରା ଡକ୍ଟର ଅରୁଣ ଶ୍ରୀବାସ୍ତବଙ୍କୁ ଜଣାଇଥିଲେ। 

ଡକ୍ଟର ଶ୍ରୀବାସ୍ତବ ନିଜେ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ମାମଲାର ଗମ୍ଭୀରତାକୁ ବିଚାର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି, ଏହା ଏକ ଯାନ୍ତ୍ରିକ ତ୍ରୁଟି ନା କର୍ମଚାରୀଙ୍କ ସହମତିରେ କରାଯାଇଥିବା ଏକ ଠକେଇ ତାହା ତଦନ୍ତ କରାଯିବ। ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ।