ମଥୁରା ‘ଲଡୁ ହୋଲି’ରେ ଦଳାଚକଟା, ଅନେକ ଶ୍ରଦ୍ଧାଳୁ ଆହତ, ୨ ଗୁରୁତର

ମଥୁରା ୧୭।୩: ବ୍ରଜରେ ରବିବାର ହୋଲି ଆରମ୍ଭ ହୋଇଯାଇଛି।  ବରସାନା ଶ୍ରୀଜୀ(ରାଧାରାଣୀ) ମନ୍ଦିରରେ ଲଡୁ ହୋଲି ଖେଳାଯିବା ବେଳେ  ବିଶୃଙ୍ଖଳିତ ପରିସ୍ଥିତି ଉପୁଜିଛି। ଏଥିରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ହୋଇଥିବାର ମଧ୍ୟ ଖବର ଆସୁଛି। ଏହି ଦଳାଚକଟାରେ ୬ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ତେବେ ଘଟଣାସ୍ଥଳରେ ଉପସ୍ଥିତ ଡାକ୍ତରୀ ଟିମ୍ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦେଇଛନ୍ତି। ଏଥିରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି, ସେମାନଙ୍କୁ ହସ୍ପିଟାଲ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ବରସାନା ରାଧାରାଣୀ ମନ୍ଦିରକୁ ଲଡୁ ହୋଲି ଖେଳିବା ପାଇଁ ଏବେ ହଜାର ହଜାର ଲୋକଙ୍କ ସୁଅ ଛୁଟିଛି। ପୁରା ଘଟଣା ମନ୍ଦିରର ଫାଟକ ନିକଟରେ ଘଟିଛି।  ପୋଲିସ ଓ ପ୍ରଶାସନ ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇବାକୁ ଉଦ୍ୟମ କରୁଛନ୍ତି। ବ୍ରଜରେ ଲଟ୍‌ଠମାର ହୋଲିର ପରମ୍ପରା ବହୁ ପ୍ରାଚୀନ ଓ ବରସାନା ଏହାର କେନ୍ଦ୍ର । ଏଠାରେ ଏହି ହୋଲି ବିଶ୍ୱ ପ୍ରଶିଦ୍ଧ ହେବାର କାରଣ ଏହାର ପାରମ୍ପରିକ ସ୍ୱରୂପ ବୋଲି କୁହାଯାଏ।ବରସାନାକୁ ହୋଲି ଖେଳିବାକୁ ନନ୍ଦ ଗାଓଁରୁ ଲୋକେ ଆସନ୍ତି। ଏଥି ପାଇଁ ନିମନ୍ତ୍ରଣ ଦେବାକୁ ଜଣେ ଦୂତଙ୍କୁ ନନ୍ଦଗାଓଁ ପଠାଯାଇଥାଏ, ଯିଏ ଆଜି ଦିନରେ ବରସାନା ଫେରିଥାନ୍ତି। ଏହି ଦୂତଙ୍କୁ ‘ପଣ୍ଡା’ କୁହାଯାଏ, ପଣ୍ଡା ବରସାନାର ଶ୍ରୀଜୀ ମନ୍ଦିରକୁ ଫେରିବା ବେଳେ ରାସ୍ତାରେ ତାଙ୍କ ଉପରକୁ ଲଡୁ ଫିଙ୍ଗି ସ୍ୱାଗତ କରାଯାଏ। ଏହା ପରେ ମନ୍ଦିର ପ୍

ମଥୁରା ‘ଲଡୁ ହୋଲି’ରେ ଦଳାଚକଟା, ଅନେକ ଶ୍ରଦ୍ଧାଳୁ ଆହତ, ୨ ଗୁରୁତର

ମଥୁରା ୧୭।୩: ବ୍ରଜରେ ରବିବାର ହୋଲି ଆରମ୍ଭ ହୋଇଯାଇଛି।  ବରସାନା ଶ୍ରୀଜୀ(ରାଧାରାଣୀ) ମନ୍ଦିରରେ ଲଡୁ ହୋଲି ଖେଳାଯିବା ବେଳେ  ବିଶୃଙ୍ଖଳିତ ପରିସ୍ଥିତି ଉପୁଜିଛି। ଏଥିରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ହୋଇଥିବାର ମଧ୍ୟ ଖବର ଆସୁଛି। ଏହି ଦଳାଚକଟାରେ ୬ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ତେବେ ଘଟଣାସ୍ଥଳରେ ଉପସ୍ଥିତ ଡାକ୍ତରୀ ଟିମ୍ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦେଇଛନ୍ତି। ଏଥିରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି, ସେମାନଙ୍କୁ ହସ୍ପିଟାଲ ପଠାଇ ଦିଆଯାଇଛି। 

ଉଲ୍ଲେଖଯୋଗ୍ୟ ଯେ ବରସାନା ରାଧାରାଣୀ ମନ୍ଦିରକୁ ଲଡୁ ହୋଲି ଖେଳିବା ପାଇଁ ଏବେ ହଜାର ହଜାର ଲୋକଙ୍କ ସୁଅ ଛୁଟିଛି। ପୁରା ଘଟଣା ମନ୍ଦିରର ଫାଟକ ନିକଟରେ ଘଟିଛି।  ପୋଲିସ ଓ ପ୍ରଶାସନ ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇବାକୁ ଉଦ୍ୟମ କରୁଛନ୍ତି। ବ୍ରଜରେ ଲଟ୍‌ଠମାର ହୋଲିର ପରମ୍ପରା ବହୁ ପ୍ରାଚୀନ ଓ ବରସାନା ଏହାର କେନ୍ଦ୍ର । ଏଠାରେ ଏହି ହୋଲି ବିଶ୍ୱ ପ୍ରଶିଦ୍ଧ ହେବାର କାରଣ ଏହାର ପାରମ୍ପରିକ ସ୍ୱରୂପ ବୋଲି କୁହାଯାଏ।

ବରସାନାକୁ ହୋଲି ଖେଳିବାକୁ ନନ୍ଦ ଗାଓଁରୁ ଲୋକେ ଆସନ୍ତି। ଏଥି ପାଇଁ ନିମନ୍ତ୍ରଣ ଦେବାକୁ ଜଣେ ଦୂତଙ୍କୁ ନନ୍ଦଗାଓଁ ପଠାଯାଇଥାଏ, ଯିଏ ଆଜି ଦିନରେ ବରସାନା ଫେରିଥାନ୍ତି। ଏହି ଦୂତଙ୍କୁ ‘ପଣ୍ଡା’ କୁହାଯାଏ, ପଣ୍ଡା ବରସାନାର ଶ୍ରୀଜୀ ମନ୍ଦିରକୁ ଫେରିବା ବେଳେ ରାସ୍ତାରେ ତାଙ୍କ ଉପରକୁ ଲଡୁ ଫିଙ୍ଗି ସ୍ୱାଗତ କରାଯାଏ। ଏହା ପରେ ମନ୍ଦିର ପ୍ରାଙ୍ଗଣରେ ଭକ୍ତମାନେ ଲଡୁ ହୋଲି ଖେଳିଥାନ୍ତି। ଯାହାକୁ ଏଠାରେ ଲଡୁ ହୋଲି କୁହାଯାଏ। 

ବରସାନାର ରାଧାରାଣୀ ମନ୍ଦିରରେ ଏହି ଲଡୁ ହୋଲି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଠୁଳ ହୁଅନ୍ତି। ଏଠାରେ ପୂର୍ବରୁ ରାଧାରାଣୀ ମନ୍ଦିରର ସେବାୟତମାନେ ଲଡୁ ଫିଙ୍ଗି ହୋଲିର ଘୋଷଣା କରିଥାନ୍ତି। ଏହା ପରେ ଭକ୍ତମାନେ ସାଙ୍ଗରେ ଆଣିଥିବା ଲଡୁ ଜଣେ ଜଣକ ଉପକୁ ଫିଙ୍ଗି ହୋଲି ଖେଳନ୍ତି। ଏହି ହୋଲିରେ ସାମିଲ ହେଉଥିବା ଭକ୍ତଙ୍କ ଏକ ଉତ୍ସାହର କାରଣ ହେଉଛି ସାଧାରଣତଃ ଲଡୁ ଖାଇବା ପାଇଁ ତିଆରି କରାଯାଇଥାଏ, ହେଲେ ଏହି ଦିନ ଏଥିରେ ସେମାନଙ୍କୁ ହୋଲି ଖେଳିବାର ସୁଯୋଗ ମିଳିଥାଏ।  ଏହାର ପରଦିନ ଅର୍ଥାତ ସୋମବାର ଏଠାରେ ଲଠମାର ହୋଲି ଅନୁଷ୍ଠିତ ହେବ।