ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇପାରି ନ ଥିଲା। ଆଡିଲେଡର କନକୋର୍ଡିଆ କଲେଜ ଓଭାଲରେ ଖେଳାଯାଇଥିବା ମ୍ୟାଚ ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କନକୋର୍ଡିଆ କଲେଜରେ ପ୍ରବଳ ଗରମରେ ମ୍ୟାଚ ଖେଳାଯାଉଥିଲା। ଜୁନୈଦ ଜାଫର ଓଲ୍ଡ କନକର୍ଡିଆନ୍ସ […] The post ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ appeared first on Dharitri Odia News.

ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇପାରି ନ ଥିଲା। ଆଡିଲେଡର କନକୋର୍ଡିଆ କଲେଜ ଓଭାଲରେ ଖେଳାଯାଇଥିବା ମ୍ୟାଚ ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା।

ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କନକୋର୍ଡିଆ କଲେଜରେ ପ୍ରବଳ ଗରମରେ ମ୍ୟାଚ ଖେଳାଯାଉଥିଲା। ଜୁନୈଦ ଜାଫର ଓଲ୍ଡ କନକର୍ଡିଆନ୍ସ ପାଇଁ ଖେଳୁଥିଲେ। ପାଣିପାଗ ରିପୋର୍ଟ ଅନୁଯାୟୀ, ପ୍ରିନ୍ସ ଆଲଫ୍ରେଡ ଓଲ୍ଡ କଲେଜିଆନ୍ସ ବିପକ୍ଷରେ ଏହି ମ୍ୟାଚ ସମୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ଥିଲା। ୪୦ ବର୍ଷୀୟ ଜୁନୈଦ ଜାଫର ଅପରାହ୍ନ ପ୍ରାୟ ୪ଟା ବେଳେ ବ୍ୟାଟିଂ କରୁଥିବା ସମୟରେ ହଠାତ୍‌ ପିଚ୍‌ରେ ପଡ଼ିଯାଇଥିଲେ।

ସେ ପଡ଼ିଆରେ ଚେତାଶୂନ୍ୟ ହୋଇ ପଡ଼ିବା ପରେ, ଅନ୍ୟ ଖେଳାଳି ଏବଂ କର୍ମଚାରୀମାନେ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତରୀ ଦଳ ତାଙ୍କୁ ସିପିଆର୍‌ ଦେଇଥିଲେ କିନ୍ତୁ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ଏହି ସମୟରେ ଜୁନୈଦ ୩୭ ବଲ୍‌ରେ ୧୬ ରନ କରିବା ପରେ ଖେଳୁଥିଲେ।

ଅଷ୍ଟ୍ରେଲିଆ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି,ଏହି ମ୍ୟାଚ ସମୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ଥିଲା। ଜୁନୈଦ ପ୍ରଥମ ୪୦ ଓଭର ପାଇଁ କ୍ଷେତ୍ରରକ୍ଷଣ କରିଥିଲେ ଏବଂ ପରେ ବ୍ୟାଟିଂ କରିବାକୁ ଆସିଥିଲେ। ଜୁନୈଦ ପାକିସ୍ତାନର କିନ୍ତୁ ଚାକିରି ସନ୍ଧାନରେ ୨୦୧୩ରେ ଅଷ୍ଟ୍ରେଲିଆର ଆଡିଲେଡ ଆସିଥିଲେ।

କ୍ରିକେଟରଙ୍କ ମୃତ୍ୟୁରେ କ୍ରିକେଟ କ୍ଲବ ଶୋକ ପ୍ରକାଶ କରିଛି। ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଜୁନୈଦ ଜାଫରଙ୍କ ମୃତ୍ୟୁରେ ସେ ଗଭୀର ଦୁଃଖିତ। ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ।

The post ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ appeared first on Dharitri Odia News.