ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ, ୩।୧: ଭାରତୀୟ କୁସ୍ତି ଜଗତରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଆନ୍ଦୋଳନ ମୁଣ୍ଡ ଟେକିଛି। ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା ବୁଧବାର ଜନ୍ତର ମନ୍ତର ଠାରେ ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବସ୍, ଟ୍ରେନ ଯୋଗେ ଶହଶହ କୁସ୍ତି ଯୋଦ୍ଧା ଉତ୍ତର ପ୍ରଦେଶ, ହରିୟାଣା ଏବଂ ପଞ୍ଜାବରୁ ଆସି ପହଞ୍ଚିଥିଲେ, ଯାହାର ସୁରାକ ମଧ୍ୟ ପୋଲିସକୁ ଲାଗି ନଥିଲା। ଧାରଣାରେ ବସିବା ପୂର୍ବରୁ କନିଷ୍ଠ କୁସ୍ତି ଯୋଦ୍ଧା ମାନେ ବଜରଙ୍ଗ, ସାକ୍ଷୀ […] The post ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା appeared first on Dharitri Odia News.

ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ, ୩।୧: ଭାରତୀୟ କୁସ୍ତି ଜଗତରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଆନ୍ଦୋଳନ ମୁଣ୍ଡ ଟେକିଛି। ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା ବୁଧବାର ଜନ୍ତର ମନ୍ତର ଠାରେ ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବସ୍, ଟ୍ରେନ ଯୋଗେ ଶହଶହ କୁସ୍ତି ଯୋଦ୍ଧା ଉତ୍ତର ପ୍ରଦେଶ, ହରିୟାଣା ଏବଂ ପଞ୍ଜାବରୁ ଆସି ପହଞ୍ଚିଥିଲେ, ଯାହାର ସୁରାକ ମଧ୍ୟ ପୋଲିସକୁ ଲାଗି ନଥିଲା।

ଧାରଣାରେ ବସିବା ପୂର୍ବରୁ କନିଷ୍ଠ କୁସ୍ତି ଯୋଦ୍ଧା ମାନେ ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ନାରା ଲଗାଇଥିଲେ। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି। ଜୁନିୟର କୁସ୍ତି ଯୋଦ୍ଧାଙ୍କ ପ୍ରଦର୍ଶନ ମଧ୍ୟରେ ଆଡ-ହକ୍ କମିଟି ଏହାର କାର୍ଯ୍ୟ ଆରମ୍ଭ କରିଛି। କମିଟି କହିଛି ଯେ ଆସନ୍ତା ୬ ସପ୍ତାହ ମଧ୍ୟରେ ଗ୍ୱାଲିଅରର ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ଏଜୁକେସନର ୧୫ ବର୍ଷରୁ କମ୍ ଏବଂ ୨୦ ବର୍ଷରୁ କମ୍ ବର୍ଗ ପାଇଁ ଏକ ଜାତୀୟ ଚାମ୍ପିଅନସିପ୍ ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ଆନ୍ଦୋଳନ କରୁଥିବା କନିଷ୍ଠ କୁସ୍ତି ଯୋଦ୍ଧମାନେ ଦାବି କରିଛନ୍ତି ଯେ, ଆଡ-ହକ୍ କମିଟିକୁ ଭାଙ୍ଗି ଭାରତୀୟ କୁସ୍ତି ମହାସଂଘକୁ କାର୍ଯ୍ୟକାରୀ କରାଯାଉ। ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନଙ୍କ ହାତରେ ଏହି ତିନି ରେସଲରଙ୍କ ହାତରୁ ଆମର କୁସ୍ତି ବଞ୍ଚାନ୍ତୁ, ଏମାନେ ଦେଶର କୁସ୍ତିକୁ ବର୍ବାଦ କରିଦେଲେ।

The post ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା appeared first on Dharitri Odia News.