ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ରୁକୁଣା ରଥ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨ା୪(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୧୬ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ସର୍ଦ୍ଦାରୀ ମହାରଣା ସେବାୟତ ବଟକୃଷ୍ଣ ମହାରଣାଙ୍କ ନେତୃତ୍ୱରେ ରଥଖଳାରେ ରଥ ନିର୍ମାଣ ଚାଲିଛି। ଆସନ୍ତା ୧୪ତାରିଖରେ ରଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସୋମବାର ରାତିରେ ବ୍ୟାଟେରି ଟର୍ଚ୍ଚ ଲାଇଟ ଏବଂ ମୋବାଇଲ ଲାଇଟରେ ରଥ କାମ ଚାଲୁଥିବା ଦେଖିବାକୁ ମିଳିଛି। ଏନେଇ ସାଧାରଣରେ […] The post ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ରୁକୁଣା ରଥ ନିର୍ମାଣ appeared first on Dharitri Odia News.

ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ରୁକୁଣା ରଥ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨ା୪(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୧୬ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ସର୍ଦ୍ଦାରୀ ମହାରଣା ସେବାୟତ ବଟକୃଷ୍ଣ ମହାରଣାଙ୍କ ନେତୃତ୍ୱରେ ରଥଖଳାରେ ରଥ ନିର୍ମାଣ ଚାଲିଛି। ଆସନ୍ତା ୧୪ତାରିଖରେ ରଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସୋମବାର ରାତିରେ ବ୍ୟାଟେରି ଟର୍ଚ୍ଚ ଲାଇଟ ଏବଂ ମୋବାଇଲ ଲାଇଟରେ ରଥ କାମ ଚାଲୁଥିବା ଦେଖିବାକୁ ମିଳିଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ସୋମବାର ରାତିରେ ରଥ ନିର୍ମାଣ ପାଇଁ ମହାରଣା ସେବାୟତ ସହମତି ପ୍ରକାଶ କରିଥିଲେ। ଏଥିପାଇଁ ରଥଖଳାରେ ଆଲୋକ ଲଗାଇବାକୁ ମନ୍ଦିର ପ୍ରଶାସନ ରାଜି ହୋଇଥିଲା। ପ୍ରଶାସନର ଜଣେ ଅଧିକାରୀ ଆଲୋକୀକରଣ ବ୍ୟବସ୍ଥା କରାଯିବ କହି ପଳାଇଥିଲେ। ଫଳରେ ଟର୍ଚ୍ଚ ଲାଇଟ ଏବଂ ମୋବାଇଲ ଲାଇଟରେ କାମ ହୋଇଥିଲା। ଫଳରେ ସେବାୟତ ଓ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

The post ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ରୁକୁଣା ରଥ ନିର୍ମାଣ appeared first on Dharitri Odia News.