୪ ପୁଅ..ଗୋଟିଏ ଝିଅ.. ତଥାପି ବୁଢ଼ି ମା’ ଖୋଜୁଛି ଆଶ୍ରା

ଭୁବନେଶ୍ୱର ୨୯।୦୭ : ବୁଢ଼ି ମା ଖୋଜୁଛି ଆଶ୍ରା । କିଏ ସାଜିବ ସାହାରା । ତିନି ପୁଅ ଓ ଝିଅ ଥାଇ ବି ଆଜି ମା ପାଲଟିଛି ବେସାହାରା । ରାଜଧାନୀ ଉପକଣ୍ଠ ବାଲିପାଟଣା ନୂଆଗାଁ ଅଞ୍ଚଳରୁ ଆସିଛି ଏମିତି ଏକ କୋହଭରା କାହାଣୀ । ଯାହାକୁ ଶୁଣିଲେ ଆପଣ ଭାବିବେ ଯେ, ପିଲା ଜନମ କାହା ପାଇଁ....ଖବର ଅନୁଯାୟୀ,  ବୃଦ୍ଧା ମା’ଙ୍କ ଚାରିପୁଅ । ତିନିପୁଅ ପିଲାଛୁଆଙ୍କ ସହ ବାହାରେ ରହୁଛନ୍ତି । ସାନପୁଅ ସପରିବାର ସହ ଗାଁରେ ରୁହନ୍ତି। ବୃଦ୍ଧାଙ୍କ ଏକମାତ୍ର ଝିଅ  ଶାଶୂଘରେ । ବୃଦ୍ଧା ମା’ଙ୍କୁ ଅଶୀ ଛୁଇଁବ। ଅଣ୍ଟା ସଳଖି ଛିଡା ହୋଇପାରୁନାହାନ୍ତି। ଏପରି ସମୟରେ ସିଏ ବିଶ୍ରାମ ନେବା କଥା, ହେଲେ ବିଶ୍ରାମ ନେବେ କେଉଁଠି ? ବୃଦ୍ଧାଶ୍ରମ, ଜରାଶ୍ରମ ନାଁ ପୁଅମାନଙ୍କ ପାଖରେ ? ଚାରିପୁଅ ଥାଇ ବି   ବୃଦ୍ଧା ମା'ଙ୍କୁ ଆଶ୍ରା ମିଳୁନାହିଁ। କୌଣସି ପୁଅ ମା’ର ଦୁଃଖ ବୁଝୁନାହାନ୍ତି। ବଡ଼ କି ମଝିଆଁ କେହି ତାଙ୍କୁ ନେଇ ପାଖରେ ରଖିବାକୁ ଚାହୁଁନାହାଁନ୍ତି। ସମ୍ପତ୍ତି ଭାଗ ବଣ୍ଟୁରା ପାଇଁ ବୃଦ୍ଧା ମା’କୁ  ଏମିତି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ମା’କୁ ପାଳିବା   ପାଇଁ ୪ ପୁଅ, ଝିଅଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ସାନ ପୁଅ ପାଖରେ ବୃଦ୍ଧା ମା’ ବର୍ଷେ ରହିଥିଲେ । ଆଉ ସେ ରଖିପାରିବେନି ବୋଲି ରୋକଠୋକ୍‌ ଶୁଣାଇ ଦେବା ପରେ ମାଆଙ୍କୁ ବହୁ ବର୍ଷ ପାଖରେ ରଖିଥିଲେ ଝିଅ। ଶାଶୁଘରେ ରଖିବାରେ ଅସୁବିଧା ହେବାରୁ ବୃଦ୍ଧା ମା’ଙ୍କୁ ନୂଆ ଗାଁ ସ୍ଥିତ ବାପ ଘରକ

୪ ପୁଅ..ଗୋଟିଏ ଝିଅ.. ତଥାପି ବୁଢ଼ି ମା’ ଖୋଜୁଛି ଆଶ୍ରା

ଭୁବନେଶ୍ୱର ୨୯।୦୭ : ବୁଢ଼ି ମା ଖୋଜୁଛି ଆଶ୍ରା । କିଏ ସାଜିବ ସାହାରା । ତିନି ପୁଅ ଓ ଝିଅ ଥାଇ ବି ଆଜି ମା ପାଲଟିଛି ବେସାହାରା । ରାଜଧାନୀ ଉପକଣ୍ଠ ବାଲିପାଟଣା ନୂଆଗାଁ ଅଞ୍ଚଳରୁ ଆସିଛି ଏମିତି ଏକ କୋହଭରା କାହାଣୀ । ଯାହାକୁ ଶୁଣିଲେ ଆପଣ ଭାବିବେ ଯେ, ପିଲା ଜନମ କାହା ପାଇଁ....

ଖବର ଅନୁଯାୟୀ,  ବୃଦ୍ଧା ମା’ଙ୍କ ଚାରିପୁଅ । ତିନିପୁଅ ପିଲାଛୁଆଙ୍କ ସହ ବାହାରେ ରହୁଛନ୍ତି । ସାନପୁଅ ସପରିବାର ସହ ଗାଁରେ ରୁହନ୍ତି। ବୃଦ୍ଧାଙ୍କ ଏକମାତ୍ର ଝିଅ  ଶାଶୂଘରେ । ବୃଦ୍ଧା ମା’ଙ୍କୁ ଅଶୀ ଛୁଇଁବ। ଅଣ୍ଟା ସଳଖି ଛିଡା ହୋଇପାରୁନାହାନ୍ତି। ଏପରି ସମୟରେ ସିଏ ବିଶ୍ରାମ ନେବା କଥା, ହେଲେ ବିଶ୍ରାମ ନେବେ କେଉଁଠି ? ବୃଦ୍ଧାଶ୍ରମ, ଜରାଶ୍ରମ ନାଁ ପୁଅମାନଙ୍କ ପାଖରେ ? ଚାରିପୁଅ ଥାଇ ବି   ବୃଦ୍ଧା ମା'ଙ୍କୁ ଆଶ୍ରା ମିଳୁନାହିଁ। କୌଣସି ପୁଅ ମା’ର ଦୁଃଖ ବୁଝୁନାହାନ୍ତି। ବଡ଼ କି ମଝିଆଁ କେହି ତାଙ୍କୁ ନେଇ ପାଖରେ ରଖିବାକୁ ଚାହୁଁନାହାଁନ୍ତି। ସମ୍ପତ୍ତି ଭାଗ ବଣ୍ଟୁରା ପାଇଁ ବୃଦ୍ଧା ମା’କୁ  ଏମିତି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ମା’କୁ ପାଳିବା   ପାଇଁ ୪ ପୁଅ, ଝିଅଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ସାନ ପୁଅ ପାଖରେ ବୃଦ୍ଧା ମା’ ବର୍ଷେ ରହିଥିଲେ । ଆଉ ସେ ରଖିପାରିବେନି ବୋଲି ରୋକଠୋକ୍‌ ଶୁଣାଇ ଦେବା ପରେ ମାଆଙ୍କୁ ବହୁ ବର୍ଷ ପାଖରେ ରଖିଥିଲେ ଝିଅ। ଶାଶୁଘରେ ରଖିବାରେ ଅସୁବିଧା ହେବାରୁ ବୃଦ୍ଧା ମା’ଙ୍କୁ ନୂଆ ଗାଁ ସ୍ଥିତ ବାପ ଘରକୁ ନେଇ ଆସିଥିଲେ।  ହେଲେ ମା’କୁ ରଖି ପାରିବେ ନାହିଁ ବୋଲି ଭାଇମାନେ ଭଉଣୀକୁ ରୋକଠାକ ଶୁଣେଇ ଦେଇଥିଲେ। ଯାହାଫଳରେ ଗତ ୬ ତାରିଖରେ ବୃଦ୍ଧାମା’ଙ୍କ  ଝିଅ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ସମାଧାନ ଲାଗି ୪ ପୁଅ, ଝିଅଙ୍କୁ ଥାନାକୁ ଡକାଇଥିଲା ପୁଲିସ। ବୃଦ୍ଧାମା’ଙ୍କ ମା’ ଯତ୍ନ ନେବା ପାଇଁ  ପୁଲିସ ପିଲାମାନଙ୍କୁ ତାଗିଦ୍‌ କରିଥିଲା। ମାତ୍ର ଥାନାରୁ  ଆସିବା ପରେ ପୁଅ ମାନେ ନିଜ ନିଜ ଘରକୁ ଚାଲି  ଯାଇଥିଲେ। ଝିଅ ମା’କୁ ସାଥିରେ ନେଇ ଅପରାହ୍ନ  ପ୍ରାୟ ୫ଟାରେ ନୂଆଗାଁ ସ୍ଥିତ ଘରେ ପହଁଞ୍ଚି ଥିଲା । ଗାଁ ରେ ରହୁଥିବା ସାନ ପୁଅ ମା’କୁ ଘରେ ରଖିନଥିଲା। ଫଳରେ ବୃଦ୍ଧାମା’ ଗାଁ ମନ୍ଦିରରେ ପ୍ରାୟ ଅଢେଇ ଘଣ୍ଟା  ଆଶ୍ରୟ ନେଇଥିଲା। ଗାଁର କିଛି ଯୁବକ ବୃଦ୍ଧାମା’ଙ୍କ  ସାନପୁଅ ପାଖକୁ ଯାଇ ଘଟଣା ବାବଦରେ ବୁଝି ଥିଲେ ।  ସାନ ପୁଅକୁ ତାଗିଦ୍‌ କରିବା ପରେ ସେ ମା’କୁ ଘରେ ଆଶ୍ରୟ ଦେଇଛନ୍ତି।