ମଦନପୁର ମହାବିଦ୍ୟାଳୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ
ଡେସ୍କ: ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ ମଦନପୁର ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଓ ବିକଶିତ ଭାରତ @୨୦୪୭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ଜେନା ମୁଖ୍ୟ ଅତିଥି ଓ ଇଂରାଜୀ ଅଧ୍ୟାପକ ଉତ୍ପଳ କୁମାର ପ୍ରଧାନ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବିକଶିତ ଭାରତର ଉଦ୍ଦେଶ୍ୟ ସମ୍ଵନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଜାତୀୟ […]

ଡେସ୍କ: ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ ମଦନପୁର ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଓ ବିକଶିତ ଭାରତ @୨୦୪୭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ଜେନା ମୁଖ୍ୟ ଅତିଥି ଓ ଇଂରାଜୀ ଅଧ୍ୟାପକ ଉତ୍ପଳ କୁମାର ପ୍ରଧାନ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବିକଶିତ ଭାରତର ଉଦ୍ଦେଶ୍ୟ ସମ୍ଵନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଶୋକ କୁମାର ସୁବୁଦ୍ଧି ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ପାଞ୍ଚ ପ୍ରଣ ବିଷୟକୁ ଆଧାର କରି ସ୍ବେଛାସେବୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ୧୫୦ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଗୀତାଞ୍ଜଳି ଶତପଥୀ ପାଞ୍ଚ ପ୍ରଣ ଶପଥ ପାଠ କରାଇଥିଲେ।