କିସ କ୍ୟାମ୍ପସରେ ଭକ୍ତ ସମ୍ମିଳନୀ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟ

ଭୁବନେଶ୍ୱର : କିସ କ୍ୟାମ୍ପସ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥ ଭକ୍ତ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ‘ଭକ୍ତ ସମ୍ମିଳନୀରେ’ ଉପସ୍ଥିତ ଥିଲେ ଗଜପତି ଦିବ୍ୟସିଂହ ଦେବ ମହାରାଜ, ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ପଣ୍ଡିତ ନରେଶ ଚନ୍ଦ୍ର ଦାସ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଡ. ହରେକୃଷ୍ଣ ଶତପଥୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । କାର୍ଯ୍ୟକ୍ରମରେ […] The post କିସ କ୍ୟାମ୍ପସରେ ଭକ୍ତ ସମ୍ମିଳନୀ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟ appeared first on KNews Odisha.

କିସ କ୍ୟାମ୍ପସରେ ଭକ୍ତ ସମ୍ମିଳନୀ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟ
kiss devotees

ଭୁବନେଶ୍ୱର : କିସ କ୍ୟାମ୍ପସ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥ ଭକ୍ତ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ‘ଭକ୍ତ ସମ୍ମିଳନୀରେ’ ଉପସ୍ଥିତ ଥିଲେ ଗଜପତି ଦିବ୍ୟସିଂହ ଦେବ ମହାରାଜ, ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ପଣ୍ଡିତ ନରେଶ ଚନ୍ଦ୍ର ଦାସ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଡ. ହରେକୃଷ୍ଣ ଶତପଥୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।

କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଭକ୍ତ, ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ୩୦ଟି ମନ୍ଦିର କର୍ମକର୍ତ୍ତାଙ୍କୁ ଏବଂ ‘ଶ୍ରୀଜଗନ୍ନାଥ ମାହ ପ୍ରଚାରକ’ ମାନଙ୍କୁ ସମ୍ବର୍ଦ୍ଧିତ କରାରାଯାଇଥିଲା । ପ୍ରଭୂ ଜଗନ୍ନାଥଙ୍କ ବହୁ ତଥ୍ୟକୁ ନେଇ ବହୁ ଆଲୋଚନା ହୋଇଥିଲା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଏହି ଭକ୍ତ ସମିଳନୀ ଅନୁଷ୍ଠିତ ହୋଇଛି ବୋଲି ପଞ୍ଜାବ ଚିନ୍ମୟ ମିଶନ ପଟିଆଲାର ସ୍ୱାମୀ ମାଧବାନନ୍ଦା ସରସ୍ୱତୀ ମହାରାଜ କହିଥିଲେ। କାର୍ଯ୍ୟକ୍ରମରେ ବହୁ  ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

The post କିସ କ୍ୟାମ୍ପସରେ ଭକ୍ତ ସମ୍ମିଳନୀ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟ appeared first on KNews Odisha.