ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ସ୍ନେହାଶିଷ ଦାଶ ହେଲେ ଓଡ଼ିଶାର ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ । ମେ ୪ରେ ଗୋଟିଏ ସିଫ୍ଟରେ ୨୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍‍ରେ ସ୍କୋରକାର୍ଡ ଦେଖିବାକୁ […] The post ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ସ୍ନେହାଶିଷ ଦାଶ ହେଲେ ଓଡ଼ିଶାର ଟପ୍ପର appeared first on KNews Odisha.

ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ସ୍ନେହାଶିଷ ଦାଶ ହେଲେ ଓଡ଼ିଶାର ଟପ୍ପର
neet2

ଭୁବନେଶ୍ୱର : ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ । ମେ ୪ରେ ଗୋଟିଏ ସିଫ୍ଟରେ ୨୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍‍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି ।

ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ରେଜଲ୍ଟ କିପରି ଦେଖିବେ:

ସର୍ବପ୍ରଥମେ ନିଟ୍‌ର ଅଫିସିଆଲ୍ ୱେବସାଇଟ୍, neet.nta.nic.inକୁ ଯାଆନ୍ତୁ ।
ତା’ପରେ ହୋମପେଜରେ ‘NEET UG 2025 Result’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଲଗଇନ୍ ପ୍ରମାଣପତ୍ର ଯେପରିକି ଆଡମିଟ୍ କାର୍ଡ ନମ୍ବର, ଜନ୍ମ ତାରିଖ ଏବଂ କ୍ୟାପଚ କୋଡ୍ ପ୍ରବେଶ କରନ୍ତୁ ଏବଂ ସବମିଟ୍ କରନ୍ତୁ ।
ଏବେ ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ସ୍କ୍ରିନରେ ଦେଖାଯିବ ।
ଏହା ପରେ ଆପଣଙ୍କର ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ।

 

ଆହୁରି ପଢ଼ନ୍ତୁ:  NEET-UG ରେଜଲ୍ଟ ପ୍ରକାଶ, ପରୀକ୍ଷାର୍ଥୀ ଇମେଲ ଜରିଆରେ ସ୍କୋର କାର୍ଡ ଦେଖିବାକୁ ପରାମର୍ଶ

The post ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ସ୍ନେହାଶିଷ ଦାଶ ହେଲେ ଓଡ଼ିଶାର ଟପ୍ପର appeared first on KNews Odisha.